LatestTOP STORIESଖେଳଦେଶ- ବିଦେଶ

ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାରକୁ ଭେଟିଛନ୍ତି ମୋଦୀ

ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାରକୁ ଭେଟିଛନ୍ତି ମୋଦୀ

ଏୟାରପୋର୍ଟରେ ମୋଦୀଙ୍କୁ ଦେଖି ବୈଭବ ସୂର୍ଯ୍ୟବଂଶୀ ତାଙ୍କୁ ମୁଣ୍ଡିଆ ମାରିଥିଲେ । ଏହି ସମୟରେ ମୋଦୀ ବୈଭବଙ୍କ ପିଠି ଥାପୁଡେଇ ତାଙ୍କୁ ସାବାସୀ ଦେବା ସହ ତାଙ୍କ ବାପାମାଆଙ୍କ ସହ କଥା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି

ପାଟଣା/ଭୁବନେଶ୍ୱର୩୦-୦୫-୨୦୨୫ (ଏସ .ଏମ ) : ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦୁଇ ଦିନିଆ ବିହାର ଗସ୍ତରେ ଥିବା ବେଳେ ପାଟଣା ବିମାନବନ୍ଦରରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାରକୁ ଭେଟିଛନ୍ତି ମୋଦୀ । ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟି ତାଙ୍କ ବାପାମାଆଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ଆଉ ବୈଭବଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇ ମୋଦୀ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି- ପାଟନା ବିମାନବନ୍ଦରରେ ଯୁବ କ୍ରିକେଟ୍ ସେନସେସନ୍ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାରକୁ ଭେଟିଲି। ବୈଭବଙ୍କ କ୍ରିକେଟ୍ ଦକ୍ଷତା ଏବେ ସାରା ଦେଶରେ ପ୍ରଶଂସିତ ହେଉଛି । ମୁଁ ତାଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି…

ଏୟାରପୋର୍ଟରେ ମୋଦୀଙ୍କୁ ଦେଖି ବୈଭବ ସୂର୍ଯ୍ୟବଂଶୀ ତାଙ୍କୁ ମୁଣ୍ଡିଆ ମାରିଥିଲେ । ଏହି ସମୟରେ ମୋଦୀ ବୈଭବଙ୍କ ପିଠି ଥାପୁଡେଇ ତାଙ୍କୁ ସାବାସୀ ଦେବା ସହ ତାଙ୍କ ବାପାମାଆଙ୍କ ସହ କଥା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ତେବେ ଚଳିତ ଆଇପିଏଲ ସିଜିନରେ ସବୁଠୁ ଅଧିକ ଚର୍ଚ୍ଚିତ ଅଛନ୍ତି ଏହି ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ଯିଏ ଏହି ସିଜିନରେ ଚମତ୍କାର କରି ଦେଖାଇଛନ୍ତି । ମାତ୍ର ୧୪ ବର୍ଷ ବୟସରେ ସେ ୩୫ ବଲରେ ଶତକ ହାସଲ କରି ୟୁସୁଫ୍ ପଠାନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବୈଭବ ଆଇପିଏଲରେ ଶତକ ମାରିବାରେ ସବୁଠାରୁ କମ ବୟସ୍କ ଖେଳାଳି ହୋଇ ପାରିଛନ୍ତି ।ବୈଭବଙ୍କ ବିସ୍ଫୋରକ ଶତକ ପରେ ସାରା ଦେଶରେ ତାଙ୍କୁ ପ୍ରଶଂସା ମିଳୁଥିବା ବେଳେ ବଡ ବଡ କ୍ରିକେଟର ତାଙ୍କୁ ଶୁଭେଚ୍ଛା ଜଣାଇବା ସହ କ୍ରିକେଟ୍ ପଡିଆରେ ଭେଟି କଥା ହେଉଥିବାରୁ ଦେଖିବାକୁ ମିଳୁଛି । ଏଥି ସହ କମ୍ ବୟସରେ ସେ କୋଟିପତି ମଧ୍ଯ ହୋଇଛନ୍ତି । ନିଲାମରେ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ ବୈଭବଙ୍କୁ କିଣିଥିବା ବେଳେ ସେ ଏବେ କୋଟି କୋଟି ଟଙ୍କାର ପ୍ରାଇଜ ପାଉଛନ୍ତି । ନିଜ ଦମଦାର ପ୍ରଦର୍ଶନ ବଳରେ ସେ ନିଜ ପରିବାର ସମେତ ପୂରା ଦେଶକୁ ଗର୍ବିତ କରିଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *