ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ
ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ
ଯୋଗ୍ୟ ହିତାଧିକାରୀଙ୍କୁ ଦିଆଳିବ ନୂଆ ରାସନ କାର୍ଡ। ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା
କରାଯାଇଛି। ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ। ଏନେଇ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର ୧୮-୦୪-୨୦୨୫(ଏସ.ଏମ ) : ଯୋଗ୍ୟ ହିତାଧିକାରୀଙ୍କୁ ଦିଆଳିବ ନୂଆ ରାସନ କାର୍ଡ। ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ବିଡିଓ, ମ୍ୟୁନିସିପାଲ୍ କମିସନର ଇସ୍ୟୁ କରିବେ କାର୍ଡ। ୨୦ ଏପ୍ରିଲ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ କରାଯିବ। ବ୍ଲକ ଓ ୟୁଏଲବି ଅଧିକାରୀ ହିତାଧିକାରୀଙ୍କୁ ରାସନ କାର୍ଡ ବାଣ୍ଟିବେ। ଯାଞ୍ଚପରେ ନୂଆ ସଦସ୍ୟ ସାମିଲ କରାଯାଇ ପାରିବେ।ଖାଦ୍ୟ ବିଭାଗ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇକେଓ୍ୱାଇସି କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ସହ ଅଯୋଗ୍ୟଙ୍କୁ ବାଦ ଦିଆଯିବା ପ୍ରକ୍ରିୟା ଜାରି ରହିଛି। ନୂଆ ରାସନ କାର୍ଡ ବଣ୍ଟନ କଥା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି।