ବିଶେଷ ସ୍ତମ୍ବସାହିତ୍ୟ

ରଥାରୁଢ଼ ହେବେ କଳା ସାଆନ୍ତ…

ରଥାରୁଢ଼ ହେବେ କଳା ସାଆନ୍ତ…

ରଥ ନିର୍ମାଣର ଆଜି ଥିଲା ଦ୍ବାଦଶ ଦିବସ। ଗତକାଲି ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ବିଧି ମତେ ଗୁଜ କାଠ, ଅର, ତଥା ତୁମ୍ବରେ ଅର ସଂଯୋଗ ଏବଂ ଚଉପଟ ସାଲ ଗୁଜରେ ରୂପକାର ସେବକଙ୍କ ଦ୍ୱାରା ଶ୍ରୀନୃସିଂହ 

ସିଙ୍ଗଡ଼ା ବାଡ଼ିଆ ଅନୁକୂଳ

(ବିଜୟ କୁମାର ପଣ୍ଡା)

ଥ ନିର୍ମାଣର ଆଜି ଥିଲା ଦ୍ବାଦଶ ଦିବସ। ଗତକାଲି ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ବିଧି ମତେ ଗୁଜ କାଠ, ଅର, ତଥା ତୁମ୍ବରେ ଅର ସଂଯୋଗ ଏବଂ ଚଉପଟ ସାଲ ଗୁଜରେ ରୂପକାର ସେବକଙ୍କ ଦ୍ୱାରା ଶ୍ରୀନୃସିଂହ ଦେବଙ୍କ ରୂପ ଖୋଦେଇ ଅନୁକୂଳ ପର୍ବ କରାଯାଇଥିଲା। ଆଜି ରଥ ନିର୍ମାଣର ଦ୍ୱାଦଶ ଦିନରେ ରଥ ଖଳା ଯନ୍ତା ଗାଡ଼ଠାରେ ତିନି ରଥର ଗୋଟିଏ ଗୋଟିଏ ନାହାକା ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ପୂଜା କରାଯାଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକଙ୍କ ସହଯୋଗରେ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ସମ୍ପନ୍ନ ହୋଇଅଛି। ଆଜି ତିନି ରଥର ଦୁଇ ଦୁଇଟି ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକମାନେ ତିନିରଥ ମହାରଣା ସେବକମାନଙ୍କୁ ଯୋଗାଇ ଦେଇଥିଲେ। ତିନିରଥ ମହାରଣା ସେବକ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ପକାଇବା ସହ ମାପ ପ୍ରକାରେ ବଳକା ଅରକୁ କାଟି ସାଲ କରିଥିଲେ। 

 ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନଙ୍କ ସହଯୋଗରେ ତୁମ୍ବ ବିନ୍ଧ କାରିଗରଙ୍କୁ ଯୋଗାଇ ଥିଲେ। ତୁମ୍ବ ବିନ୍ଧ କାରିଗର ତିନି ରଥର ଗୋଟିଏ ଗୋଟିଏ ତୁମ୍ବର ଅଖ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି।ଆସନ୍ତାକାଲି ତିନି ରଥର ପଇ ବିନ୍ଧ ଅନୁକୂଳ ପୂଜା ତିନି ରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ତିନିରଥର ପଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେବ। ଏଥିସହ ଆଜି ତିନି ରଥର ୧୧ଟି ଲେଖାଏଁ ଗୁଜ, ୯ଟି ଲେଖାଏଁ ଜଳଯନ୍ତ୍ର ନିର୍ମାଣ ଶେଷ ହୋଇ ପାଞ୍ଚ ଦଣ୍ଡାକୁ ବାନ୍ଧି ରଖିବାକୁ ତିନି ରଥର କୁଡ଼ୁକା ଚଉପଟ କାର୍ଯ୍ୟ ଜାରି ରହିଛି। ଏଥିସହ ତିନି ରଥର ରୂପକାର ସେବକମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ଚକାଡେରା ନୀତି ପାଇଁ ଆବଶ୍ୟକ ତିନି ରଥର ୧୨ଟି ଅନୁକୂଳ ତୁମ୍ବ ପାଇଁ ଆବଶ୍ୟକ ପନ୍ଦାରିର ମଠା କାର୍ଯ୍ୟ ଶେଷ କରିଛନ୍ତି। ତିନି ରଥର ୮ଟି ଲେଖାଏଁ ୨୪ଟି ପନ୍ଦାରି ଚାବି ଶେଷ କରି ଅରକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଆଜି ରଥ କାମରେ ମୋଟ ୧୮୩ ଜଣ ସେବକ ଅଂଶଗ୍ରହଣ କରିଥିଲେ।

ରଥର ମକରଦଣ୍ଡା…
କୁମ୍ଭପଟିର ଦୁଇ ପାର୍ଶ୍ବରେ ଥାଏ ମକରଦଣ୍ଡା। ଏହା ଉପରେ ଦୁଇ ପାର୍ଶ୍ବରେ ଦୁଇଟି ଡେଣା ଲଗା ପରି ଦଣ୍ଡାୟମାନ ହୋଇଥାଏ। ରଥରେ ମକର ଦଣ୍ଡାର ସଂଯୁକ୍ତି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ସାଧାରଣତଃ ରଥର ପୂର୍ବ ସମ୍ମୁଖ ଦ୍ବାର ଘୋଡ଼ାର ଠିକ୍‌ ତଳକୁ ଏହା ଥାଏ। ନାଟ ଖମ୍ବର ସଂଯୁକ୍ତି ସ୍ଥାନ ତଥା ସିଂହାସନର ଚାଳି, କନକ ମୁଣ୍ଡି ଓ କୁମ୍ଭପଟି ଦ୍ବାରା ଶୋଭିତ ଷୋଳ ନାହାକା ସ୍ତମ୍ଭ ଉପରେ ଥାଏ।  ରାଶି ମଣ୍ଡଳରେ ଥିବା ଦ୍ବାଦଶ ରାଶିମାନଙ୍କ ମଧ୍ୟରେ ଦଶମ ରାଶି ହେଉଛି ମକର। ଡ.ତୁଳସୀ ଓଝାଙ୍କ ରଥ ସଂହିତା ମୁତାବକ, ମକର ଦଣ୍ଡାର ପ୍ରତୀକାତ୍ମକ ସଂଯୋଜନା ହେଉଛି କୁମ୍ଭୀର ଓ ଗଜରାଜଙ୍କ ମଧ୍ୟରେ ଘଟିଥିବା ଆକ୍ରମଣ ଘଟଣା। ଗଜ-କୁମ୍ଭୀର ମଧ୍ୟରେ ସଂଗ୍ରାମ ଚାଲିଥିବା ବେଳେ ବିଷ୍ଣୁ ଚକ୍ର ପେଶି ନକ୍ରକୁ ବିନାଶ କଲେ ଓ ଗଜକୁ ମୁକ୍ତ କଲେ। ପଦ୍ମବନ ଆସକ୍ତି ଚିତ୍ତର ଅଧୀନ ହେଲେ ମୋହମାୟା ଜାଲରେ ପଡ଼ି ଯନ୍ତ୍ରଣା ପାଏ। କୁମ୍ଭୀର ତାର ପ୍ରତୀକ। ବୁଦ୍ଧିମାନ ହୋଇ ମଧ୍ୟ ଆସକ୍ତ ହୋଇ ଯନ୍ତ୍ରଣା ଭୋଗ କରୁଥିବା ପ୍ରାଣୀ ଗଜ। ଏହି ସଂଗ୍ରାମ ଅହରହ ଚାଲିଥାଏ। କିନ୍ତୁ ଯେବେ ଚିତ୍ତ ମୋହମାୟାକୁ ବୁଝି ଶୁଦ୍ଧ ଚିତ୍ତ ହୋଇ ମୁକ୍ତି ପାଇଁ ଈଶ୍ବରଙ୍କୁ ପ୍ରାର୍ଥନା କରେ ତାର କଷ୍ଟ ମୋଚନ ହୁଏ। ଶୁଦ୍ଧ ଜ୍ଞାନ ଲାଭ କରେ ଓ ସେ ନିସ୍ତାର ପାଏ। ମକର ଦଣ୍ଡା ଏହାର ପ୍ରତୀକାତ୍ମକ ସଂଯୋଜନା ଭାବେ ପ୍ରତୀୟମାନ।  

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *