ବିଶେଷ ସ୍ତମ୍ବମନୋରଞ୍ଜନରାଜ୍ୟ

ରଥାରୁଢ଼ ହେବେ କଳା ସାଆନ୍ତ …

ରଥାରୁଢ଼ ହେବେ କଳା ସାଆନ୍ତ…

ପଇ ବିନ୍ଧ ଅନୁକୂଳ

(ବିଜୟ କୁମାର ପଣ୍ଡା )

ଥ ନିର୍ମାଣର ଆଜି ଥିଲା ତ୍ରୟୋଦଶ ଦିବସ। ତିନି ରଥର ନାହାକା ଚକ ପ୍ରସ୍ତୁତ ପାଇଁ ପଇ ବିନ୍ଧ ଅନୁକୂଳ ପୂଜା ତିନି ରଥ ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ପରେ ତିନି ରଥ ସାଥୀ ମହାରଣା ସେବକମାନେ ପଇ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ। ତିନି ରଥର ଦୁଇଟି ଲେଖାଏଁ ନାହାକା ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ନାହାକା ତୁମ୍ବରେ ଅଖ ବିନ୍ଧ ପରେ ତିନି ରଥ ମହାରଣା ସେବକମାନେ ମାପ ପ୍ରକାରେ ତୁମ୍ବରେ ପନ୍ଦାରି ଗାଡ଼ ଖୋଦେଇ ଶେଷ କରିଛନ୍ତି। ମୁଖ୍ୟ ମହାରଣାଙ୍କ ଦ୍ୱାରା ପନ୍ଦାରି ବଳା ଅନୁକୂଳ ପୂଜା ପୂର୍ବକ ତୁମ୍ବରେ ପନ୍ଦାରି ବଳା ବସିବା ବିଧି ସମ୍ପନ୍ନ ହୋଇଛି। ଆଜିର ନିର୍ମାଣ କାର୍ଯ୍ୟ ଶେଷ ବେଳକୁ ତିନି ରଥର ଦୁଇ ଦୁଇଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ହୋଇ ପଇ ପିନ୍ଧା ହୋଇଛି। ପଇ କଳସା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହ ତିନି ରଥର ଆଉ ଦୁଇଟି ଲେଖାଏଁ ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ପରେ ତୁମ୍ବରେ ଅଖ ବିନ୍ଧ ସହ ପନ୍ଦାରି  ବଳା  ବସି, ଅର ସାଲ ଶେଷ ହୋଇଛି।

ଏଥିସହ ଆଜି ସମାନ୍ତରାଳ ଭାବେ ତିନି ରଥର ୧୧ଟି ଗୁଜ, ୯ଟି ଜଳ ଯନ୍ତ୍ର, ୪ଟି ଲେଖାଏଁ କୁଡୁକା ଚଉପଟ କାର୍ଯ୍ୟ ଶେଷ ହୋଇଛି। ରିଖ ଗୁଜ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୋଳ ବେଦୀସ୍ଥିତ ଅସ୍ଥାୟୀକମାରଶାଳରେ ତିନି ରଥର ଓଝା ମହାରଣା ସେବକମାନେ ନାହାକା ତୁମ୍ବ ଗୁଡ଼ିକର ପନ୍ଦାରି ଏବଂ ତୁମ୍ବ ବଳା ଶେଷ କରିଛନ୍ତି। ପନ୍ଦାରିର ମାଠା କାର୍ଯ୍ୟ ସହ ପନ୍ଦାରି ଚାବି ଏବଂ ଅର କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳ ବେଦୀଠାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରାରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ଆବଶ୍ୟକ କାଠ ନିର୍ମିତ ସରଞ୍ଜାମ ତିଆରି କରାଯାଉଛି। ଶ୍ରୀମନ୍ଦିର ବଢ଼େଇ କର୍ମଚାରୀ ବସନ୍ତ ମହାରଣାଙ୍କ ସହଯୋଗରେ ପାହି ମହାରଣା ଏହାକୁ ନିର୍ମାଣ କରୁଛନ୍ତି। ଆଜିସୁଦ୍ଧା ପାଟ ଦଉଡ଼ି ବୋଳିବା ପାଇଁ ବାଉଁଶ ନଳ, ବାଉଁଶ କାଠି, ପୂଜାପଣ୍ଡା ସେବକଙ୍କ ପାଇଁ କୁରୁମ ପିଢ଼ା, ରନ୍ଧା କାର୍ଯ୍ୟ ପାଇଁ ଅଞ୍ଜନା କାଠି ନିର୍ମାଣ ଶେଷ କରିଛନ୍ତି। ତିନି ରଥ ପାଇଁ ୭୮ ମହାରଣା ସେବକ, ୪ କରତୀ ସେବକ, ୧୫ ଓଝା କମାର ସେବକ, ୨୧ ରୂପକାର ସେବକ, ୬୩ ଜଣ ଭୋଇ ସେବକ, ଜଣେ ପାହି ମହାରଣା, ୨ ଜଣ ତୁମ୍ବ ବିନ୍ଧ କାରିଗର ଓ ଜଣେ ରଥଖଳା ସହାୟକ, ଏହିପରି ୧୮୫ ଜଣ ରଥ ନିର୍ମାଣକାରୀ ସେବକ ସେବା ଯୋଗାଇ ଦେଇଛନ୍ତି। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *