ବିଶେଷ ସ୍ତମ୍ବରାଜ୍ୟ

ରଥାରୁଢ଼ ହେବେ ଚତୁର୍ଦ୍ଧା ମୂର୍ତ୍ତି

ରଥାରୁଢ଼ ହେବେ ଚତୁର୍ଦ୍ଧା ମୂର୍ତ୍ତି…

ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ, ଖୋଳାହେଲା ଯନ୍ତାଗାଡ଼

( ବିଜୟ କୁମାର ପଣ୍ଡା )

ରଥ ସଂହିତା ଆଧାରରେ ଆଜି ପବିତ୍ର ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ଏବଂ ପ୍ରଭୁ ଶ୍ରୀନୃସିଂହ ଦେବଙ୍କ ଜନ୍ମଦିନରେ ରଥଖଳାରେ କୋଣଗୁଜ, ଅର ଓ ତୁମ୍ବରେ ଅର ସଂଯୋଗ ଅନୁକୂଳ ନୀତି ସଂପନ୍ନ ହୋଇଛି। ରୂପକାର ସେବକମାନେ ଆଜିଠାରୁ କୋଣଗୁଜ କାମ ଆରମ୍ଭ କରିଛନ୍ତି।

 ର ସଂହିତା ଆଧାରରେ ଆଜି ପବିତ୍ର ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ଏବଂ ପ୍ରଭୁ ଶ୍ରୀନୃସିଂହ ଦେବଙ୍କ ଜନ୍ମଦିନରେ ରଥଖଳାରେ କୋଣଗୁଜ, ଅର ଓ ତୁମ୍ବରେ ଅର ସଂଯୋଗ ଅନୁକୂଳ ନୀତି ସଂପନ୍ନ ହୋଇଛି। ରୂପକାର ସେବକମାନେ ଆଜିଠାରୁ କୋଣଗୁଜ କାମ ଆରମ୍ଭ କରିଛନ୍ତି। ସେପଟେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବଡ଼ଦାଣ୍ଡରେ ମାଟି ତଳେ ପୋତା ହୋଇ ରହିଥିବା ଯନ୍ତାଗାଡ଼କୁ ଖୋଳା ହୋଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ଏହି କାର୍ଯ୍ୟ ସଂପନ୍ନ କରିଛନ୍ତି। ଆଗକୁ ଏଥିରେ ଭୋଇ ସେବକମାନେ ଯନ୍ତାବାଡ଼ିଆ କାର୍ଯ୍ୟ ଆରମ୍ଭ କରିବେ।

ଆଜି ନୃସିଂହ ଚତୁର୍ଦ୍ଦଶୀରେ ତିନି ରଥ ପାଇଁ ଭୋଇ ସେବକମାନେ ଗତକାଲିଠାରୁ ତିନି ରଥ ଚାଳିକୁ ଗୁଜ, କୁଡ଼ୁକା ଏବଂ ଜଳଯନ୍ତ୍ର ନିର୍ମାଣ ପାଇଁ ୨୦ଟି ଲେଖାଏଁ ୧୨ ଫୁଟିଆ ଧଉରା ଓ ଅସନ ଗୋଟାକାଠ ଯୋଗାଇ ଦେଇଥିଲେ। ତିନି ରଥର ମୁଖ୍ୟ ମହାରଣାମାନେ ନଡ଼ିଆ ବାଡ଼େଇ ଅନୁକୂଳ ପୂଜାପୂର୍ବକ ଗୁଜ ପାଇଁ ଉଦ୍ଦିଷ୍ଟ ୧୨ ଫୁଟିଆ ଧଉରା କାଠଗୁଡ଼ିକର ଉପର ଅଂଶକୁ ବାରିସିରେ ହାଣି ସମତଳ କରି ଚଉପଟ (ଚାରିକୋଣିଆ) କରିଥିଲେ। ଅପରାହ୍ଣରେ ମହାପ୍ରଭୁଙ୍କ ଯାତଭୋଗ ପରେ ଚନ୍ଦନ ଠାକୁର ଚନ୍ଦନ ପୋଖରୀକୁ ବିଜେ ସମୟରେ ତିନିରଥର ମହାରଣା ସେବକ ଗୁଜ ଅନୁକୂଳ ପାଇଁ ରୂପକାର ସେବକଙ୍କୁ ତିନି ବାଡ଼ର ଗୋଟିଏ ଲେଖାଏଁ ଚଉପଟ ହୋଇଥିବା ଗୁଜ କାଠ ଯୋଗାଇ ଦେଇଥିଲେ। ଏଥିସହ ଦୋଳବେଦୀଠାରେ ମହାପ୍ରଭୁଙ୍କ ପାଟ ଡୋର ବୋଳାଯିବା ପାଇଁ ଆବଶ୍ୟକ ୩୦ଟି ବାଉଁଶ ନଳ ଏବଂ ୩୦ଟି ବାଉଁଶ କାଠି ନିର୍ମାଣ ଶେଷ କରିଛନ୍ତି।

ତିନିରଥର ମୁଖ୍ୟ ରୂପକାର ସେବକ ଗୁଜକାଠରେ ନଡ଼ିଆ ବାଡ଼େଇ, ମାଳ, ମାହାର୍ଦ୍ଦ ସମର୍ପଣପୂର୍ବକ ଅନୁକୂଳ ପୂଜା ସଂପନ୍ନ କରିଥିଲେ। ତିନି ରଥରେ ଶ୍ରୀନୃସିଂହ ଦେବଙ୍କ ପ୍ରତିମା ଖୋଦେଇ କରି ପ୍ରାରମ୍ଭିକ କୋଣଗୁଜ ନିର୍ମାଣର ଅନୁକୂଳ ନୀତି ସମ୍ପନ୍ନ କରିଥିଲେ। ଏଥି ସହ ମହାରଣାମାନେ ତିନି ରଥର ତୁମ୍ବ ବିନ୍ଧ ଓ ପନ୍ଦାରି ବସାଇବା ପାଇଁ ପନ୍ଦାରି ଗାଡ଼ ଖୋଦେଇ କାମ ଜାରି ରଖିଛନ୍ତି। ସେପଟେ ଅସ୍ଥାୟୀ କମାରଶାଳରେ ତିନି ଓଝା ସେବକମାନେ ଅରକଣ୍ଟା, ପନ୍ଦାରି ଓ ବଳା ନିର୍ମାଣ କାମ ଜାରି ରଖିଛନ୍ତି। ଅନ୍ୟପଟେ ଅର କଟା ଅନୁକୂଳ, ଅରଭୁଞ୍ଜା ଅନୁକୂଳ ଏବଂ ଜନ୍ତାପଟାରେ ବିନ୍ଧ ଅନୁକୂଳ ପୂଜା ତିନି ରଥର ମୁଖ୍ୟ ମହାରଣା ସେବକମାନଙ୍କ ଦ୍ୱାରା ପରମ୍ପରା ପ୍ରକାରେ ଅନୁଷ୍ଠିତ ହୋଇଛି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *