ଅପରାଧରାଜ୍ୟ

ରାଉରକେଲା ରେଳ ଷ୍ଟେସନରେ ଗୋମାଂସ ବିକ୍ରି! ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା

ରାଉରକେଲା ରେଳ ଷ୍ଟେସନରେ ଗୋମାଂସ ବିକ୍ରି! ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା

ରାଉରକେଲା ରେଳ ଷ୍ଟେସନ ଆଜି ପୁଣି ଥରେ ଚର୍ଚ୍ଚାରେ ଆସିଛି। ପୂର୍ବରୁ ଏଠାରେ ଗଞ୍ଜେଇ ଚାଲାଣ ଏବଂ ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗ ଆସିଥିଲା। ଏବେ ପୁଣି ଏହି ଷ୍ଟେସନର ପ୍ଲାଟଫର୍ମ ଉପରେ କଥିତ ଭାବରେ ଗୋମାଂସ ବ୍ୟବସାୟ ହେଉଥିବା ଘଟଣା ସାମ୍ନାକୁ ଆସିଛି। 

ସୁନ୍ଦରଗଡ଼/ ବନ୍ଧମୁଣ୍ଡା ୦୩-୦୩-୨୦୨୬(ଏସ .ଏମ ) : ରାଉରକେଲା ରେଳ ଷ୍ଟେସନ ଆଜି ପୁଣି ଥରେ ଚର୍ଚ୍ଚାରେ ଆସିଛି। ପୂର୍ବରୁ ଏଠାରେ ଗଞ୍ଜେଇ ଚାଲାଣ ଏବଂ ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗ ଆସିଥିଲା। ଏବେ ପୁଣି ଏହି ଷ୍ଟେସନର ପ୍ଲାଟଫର୍ମ ଉପରେ କଥିତ ଭାବରେ ଗୋମାଂସ ବ୍ୟବସାୟ ହେଉଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ରାଉଲକେଲା ରେଳ ଷ୍ଟେସନ ପରିସରରେ ଗୋମାଂସ ବିକ୍ରି ହେଉଥିବା ବାବଦରେ ସ୍ଥାନୀୟ ଗୋରକ୍ଷକମାନେ ସୂଚନା ପାଇଥିଲେ। ଆଜି ଅପରାହ୍ନ ସମୟରେ ଷ୍ଟେସନକୁ ପହଞ୍ଚି ପ୍ଲାଟଫର୍ମରେ ଥିବା ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଗୋମାଂସ ସହିତ ଧରିଥିଲେ। ଘଟଣା ପରେ କିଛି ସମୟ ପାଇଁ ଷ୍ଟେସନ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗୋରକ୍ଷକମାନେ ରାଉଲକେଲା ଜିଆରପିଙ୍କୁ ହସ୍ତାନ୍ତର କରିଛନ୍ତି। ଜିଆରପି ସେମାନଙ୍କୁ ଅଟକ ରଖି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

ଏହି ଘଟଣା ପରେ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା ଉପରେ ପୁନର୍ବାର ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ରାଉରକେଲା ରେଳ ଷ୍ଟେସନରେ ଲଗାତାର ଘଟୁଥିବା ଏପରି ଘଟଣାରୁ ରେଳବାଇ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ସନ୍ଦେହ ସୃଷ୍ଟି ହେଉଛି। ବିଶେଷକରି ଆରପିଏଫର କାର୍ଯ୍ୟ ପ୍ରଣାଳୀକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଛି। ଏପରି ଘଟଣା ଫଳରେ ରାଉରକେଲା ରେଳବାଇ ଷ୍ଟେସନର ଛବି ବାରମ୍ବାର ପ୍ରଭାବିତ ହେଉଥିବା କଥା ମଧ୍ୟ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ଜିଆରପି ଘଟଣାକୁ ଗୁରୁତ୍ୱ ସହ ନେବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷେ ଗୌରକ୍ଷକମାନେ ରାଉଲକେଲା ରେଳ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା ସହ ଜଡିତ ଦାୟୀ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70