ଅପରାଧରାଜ୍ୟ

ରାଜଧାନୀରେ ଆତଙ୍କ

ରାଜଧାନୀରେ ଆତଙ୍କ

ଯୁବକଙ୍କୁ ଗୋଡ଼ାଇଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୩.୦୫.୨୦୨୫(ଏସ .ଏମ ) : ରାଜଧାନୀ ଭୁବନେଶ୍ବରର ଦୁଇ ଦୁଇଟି ସ୍ଥାନରେ ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ। ଶିଶୁଭବନ ଛକରେ ଗୋଟିଏ ଗୋଷ୍ଠୀ ଜଣେ ଯୁବକଙ୍କୁ ନିର୍ମମ ଭାବେ ହାଣିଥିବା ବେଳେ ଗଭର୍ଣ୍ଣର ହାଉସ ଛକ ନିକଟରେ ଆଉ ଜଣଙ୍କୁ ହାଣିଥିବା ଜଣାଯାଇଛି। ଶିଶୁଭବନ ଟ୍ରାଫିକ ଛକରେ ଟ୍ୟାକ୍ସି ଗାଡ଼ି ନମ୍ବର ଥିବା ଏକ ସ୍ବିଫ୍ଟ କାରରେ ଆସି କିଛି ଯୁବକ  ଆତଙ୍କ ଖେଳାଇ ଜଣଙ୍କୁ ହାଣିଥିଲେ ଓ ଅନ୍ୟପଟେ ଗଭର୍ଣ୍ଣର ହାଉସ ଛକ ନିକଟରେ ୫ଟି ବାଇକରେ ୧୦ରୁ ୧୫ଜଣ ଆସି ଯୁବକଙ୍କୁ ଖଣ୍ଡା ଓ କାତିରେ ଆକ୍ରମଣ କରିଥିଲେ। ଶିଶୁଭବନ ଛକରେ ୭ରୁ ୮ଜଣ ଯୁବକ ରାସ୍ତା ଉପରେ ବାଇକକୁ ଧକ୍କା ଦେବା ପରେ, ହାତରେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ। ଉଭୟ ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଜଣାପଡ଼ିଛି।ଆହତଙ୍କ ଭିତରୁ ଜଣେ ଗୁରୁତର ଥିବା ବେଳେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଆଉ ଜଣେ ଆହତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଦୁଇଟି ଘଟଣାରେ ହାଣିସାରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଏଯାଏ ପୁଲିସ୍ କାହାରିକୁ ଧରିନଥିବାର ସୂଚନା ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *