TOP STORIESବାଣିଜ୍ୟରାଜନୀତିରାଜ୍ୟ

ରାଜଧାନୀ ପ୍ରତିଷ୍ଠା ଦିବସ

ରାଜଧାନୀ ପ୍ରତିଷ୍ଠା ଦିବସ

ରାଜଧାନୀ ସହିତ ହୋଇପାରୁନି ହାଟର ବିକାଶ
ଆଜିକୁ ଠିକ୍‌ ୭୭ ବର୍ଷ ତଳେ ରାଜଧାନୀର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏକଦା ୩୦ ହଜାର ଲୋକଙ୍କ ପାଇଁ କଳ୍ପନା କରାଯାଇଥିବା ସହର ବର୍ତ୍ତମାନ ୧୨ ଲକ୍ଷ ଟପିଲାଣି। ରାଜଧାନୀର କଳେବର ବଢ଼ିଥିବା ବେଳେ ଲୋକଙ୍କ ଚାହିଦା ମୁତାବକ ହାଟଗୁଡ଼ିକୁ ବ୍ୟବସ୍ଥିତ ହୋଇପାରିନାହିଁ। 

ଭୁବନେଶ୍ୱର ୧୩.୦୪.୨୦୨୫ (ଏସ .ଏମ ) : ଜିକୁ ଠିକ୍‌ ୭୭ ବର୍ଷ ତଳେ ରାଜଧାନୀର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏକଦା ୩୦ ହଜାର ଲୋକଙ୍କ ପାଇଁ କଳ୍ପନା କରାଯାଇଥିବା ସହର ବର୍ତ୍ତମାନ ୧୨ ଲକ୍ଷ ଟପିଲାଣି। ରାଜଧାନୀର ଲୋକ ବଢ଼ିଥିବା ବେଳେ ଲୋକଙ୍କ ଚାହିଦା ମୁତାବକ ହାଟଗୁଡ଼ିକୁ ବ୍ୟବସ୍ଥିତ ହୋଇପାରିନାହିଁ। ପ୍ରାୟ ୪ ଏକରରେ ସ୍ଥାପିତ ହୋଇଥିଲା ରାଜଧାନୀର ‘ଏକ ନମ୍ୱର ହାଟ’ରେ ବର୍ତ୍ତମାନ ଏଠାରେ ୨୮ଶହରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଅଛନ୍ତି। କିନ୍ତୁ ହାଟ ଭିତ୍ତିଭୂମିର ବିକାଶ ହୋଇପାରୁନାହିଁ। ୨୦୧୩ ମସିହାରେ ମାର୍କେଟରେ ୪ ମହଲା ବିଶିଷ୍ଟ ମଲ୍ଟି ଷ୍ଟୋର ବିଲ୍ଡିଂ କମ୍ପ୍ଲେକ୍ସ ସହିତ ଅତ୍ୟାଧୁନିକ ପାର୍କିଂ ଓ କିଓସ୍କ ନିର୍ମାଣ ପାଇଁ ସରକାରୀ କ୍ୱାଟର୍ସ ଭଙ୍ଗା ଯାଇଥିଲା। କିନ୍ତୁ ଆଉ କିଛି କରାଗଲାନାହିଁ। ଏପରିକି ୨୦୧୮ ମସିହାରେ ଉଚ୍ଚନ୍ୟାୟାଳୟ ହୋଲସେଲର୍‌ମାନଙ୍କୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ବିଏମ୍‌ସିକୁ ଭଗବାନପୁରରେ ପ୍ରଥମେ ୩.୯୮ ଏକର ଓ ଦ୍ବିତୀୟ ପର୍ଯ୍ୟାୟରେ ୩.୨୩ ଏକର ଜାଗା ଯୋଗାଇ ଦେଇଥିଲା। ଗତ ୨୦୨୨ ମସିହାରେ ଏହି ଜମିରେ ବିଏମ୍‌ସି ୧ କୋଟି ୭୪ ଲକ୍ଷ ୭ ହଜାର ୧୫୨ ଟଙ୍କାରେ ପାଚେରି ନିର୍ମାଣ କରିଛି। ହେଲେ ଜମି ଓ ଡ୍ରେନ୍‌ ବିବାଦ ଯୋଗୁ ଏହି ପ୍ରକଳ୍ପ ମଧ୍ୟ ଆଗେଇପାରୁନାହିଁ। ସେହିପରି ରାଜଧାନୀର ପ୍ରମୁଖ ଆମିଷ ହାଟ ୟୁନିଟ୍‌ ୪ ମାର୍କେଟ୍‌ର ବିକାଶ ପାଇଁ ବହୁ ଯୋଜନା ହୋଇଥିଲେ ସୁଦ୍ଧା ତାହା ସଫଳ ହୋଇନାହିଁ। ପାଖାପାଖି ୨ ଏକରରେ ମାର୍କେଟ୍‌ରେ ପ୍ରାୟ ୧୫ଶହ ବ୍ୟବସାୟୀ ଅଛନ୍ତି। ୨୦୨୧ ମସିହାରେ ହାଟକୁ ଶୀତତାପ ନିୟନ୍ତ୍ରିତ ଗୋଦାମ ଓ ପାର୍କିଂ ପରି ସୁବିଧା ଦେଇ ବିଶ୍ୱସ୍ତରୀୟ କରାଯିବ ବୋଲି ତତ୍‌କାଳୀନ ବିଏମ୍‌ସି କମିସନର୍‌ କହିଥିଲେ। ହେଲେ ତାହା ହୋଇପାରିଲା ନାହିଁ। ଇତିମଧ୍ୟରେ ପାଣ୍ଡରାରେ ୫.୮୦ ଏକର ଜାଗାରେ ମାଛବଜାର କରାଯାଇ ଚାରି ନମ୍ୱରରୁ ୩୯ ଜଣ ହୋଲ୍‌ସେଲ୍‌ ବେପାରୀ ଓ ନୂଆ ବେପାରୀଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି।ସେହିପରି ୨୬ ବର୍ଷ ଧରି ମାର୍କେଟ୍‌ ପରିସରରେ ଥିବା ପଞ୍ଚଦୀପ ମାର୍କେଟରେ ୧୮୫ଟି ଗୃହ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ଭଡ଼ାରେ ଲାଗୁଛି। ୨୦୨୪ ଜୁଲାଇରେ ମେୟର ମାର୍କେଟ୍‌ ବୁଲି ଏଠାରେ ନୂଆ ରାସ୍ତା, ପିଣ୍ଡି, ସହ ହାଟର ଚତୁଃପାର୍ଶ୍ବରେ ପାଚେରି ସହ ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ରହିବ ବୋଲି କହିଥିଲେ, ହେଲେ ତାହା ଏଯାଏଁ ହେଲା ନାହିଁ। ୨୦୦୪ ମସିହାରେ ବହୁଦିନର ପୁରୁଣା ସହିଦନଗର ହାଟକୁ ହଟାଇ ସେଠାରେ ଭବାନୀ ମଲ୍‌ ଭଳି ଲାଭଦାୟକ ବାଣିଜ୍ୟିକ ଘର ନିର୍ମାଣ କରାଗଲା। ସେତେବେଳେ ପ୍ରଥମେ ହାଟ ବ୍ୟବସାୟୀଙ୍କୁ ପିଣ୍ଡି ଓ ଦୋକାନଘର ଦେଇ ଥଇଥାନ କରାଯିବ ବୋଲି ପ୍ରତିଶ୍ରୃତି ଦିଆଯାଇଥିଲା। କିନ୍ତୁ ସେ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି। ହାଟ ବ୍ୟବସାୟୀ ଓମଫେଡ୍‌ ନିକଟରେ ଆସି ବେପାର କରୁଛନ୍ତି।  ତେବେ ହାଟକୁ ନେଇ ଏବେ ବି ବ୍ୟବସାୟୀମାନେ ଆଶ୍ବସ୍ତ ନୁହନ୍ତି ।  

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *