ଘଟଣା ଦୁର୍ଘଟଣାଦେଶ- ବିଦେଶ

ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି

ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି

ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ଏସ୍‌ୟୁଭି ଆଜି ଏକ କ‌ଲେଜ କାନ୍ଥକୁ ପିଟି ଦେବା ଫଳରେ ବର ସମେତ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି

ଲକ୍ଷ୍ନୌ/ଭୁବନେଶ୍ୱର ୦୬-୦୭-୨୦୨୫(ଏସ .ଏମ ) :ତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଆଜି ମିରଟ-ବଦାୟୁଁ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ଏସ୍‌ୟୁଭି ଆଜି ଏକ କ‌ଲେଜ କାନ୍ଥକୁ ପିଟି ଦେବା ଫଳରେ ବର ସମେତ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟ‌ରେ ୨ ଜଣ ଶିଶୁ ଅଛନ୍ତି। ହରଗୋବିନ୍ଦପୁର ଗ୍ରାମରୁ ୧୦ ଲୋକଙ୍କୁ ଧରି ଯାତ୍ରା କରୁଥିବା ଏକ ମହିନ୍ଦ୍ରା ବୋଲେରୋ ନିୟନ୍ତ୍ରଣ ହରାଇ ‘ଜନତା ଇଣ୍ଟର କଲେଜ୍‌’ର ପାଚେରୀକୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଛି। ବର ଓ ତାଙ୍କର ସଂପର୍କୀୟଙ୍କୁ ନେଇ ଏହି ବୋଲୋରୋ ବଦାୟୁଁର ସିରସୌଲ ଗ୍ରାମକୁ ଯାଉଥିଲା। ମୃତକମାନେ ହେଉଛନ୍ତି ବର ସୁରଜ ପାଲ୍‌ (୨୦), ରବି (୨୮), ଆଶା (୨୬), ସଚିନ (୨୨), ମଧୁ (୨୦), କୋମଲ (୧୫), ଐଶ୍ବର୍ଯ୍ୟା (୩) ଏବଂ ଗଣେଶ (୨)। କାର୍‌ ଧକ୍କାରେ କଲେଜର କାନ୍ଥ ଚୁର୍‌ମାର ହୋଇଯାଇଛି। ପୁଲିସ ସୂଚନା ଅନୁଯାୟୀ, ହରଗୋବିନ୍ଦପୁରର ବାସିନ୍ଦା ସୁଖରାମ ତାଙ୍କ ପୁଅ ସୁରଜର ବାହାଘର ଆୟୋଜନ କରିଥିଲେ। ବିବାହ ସ୍ଥଳକୁ ୧୧ଟି ଗାଡ଼ି ପଠାଯାଇଥିଲା। ପରେ ମହିନ୍ଦ୍ରା ବୋଲେରୋରେ ବର ଏବଂ ଅନ୍ୟ ୯ ଜଣ ସଂପର୍କୀୟ ବାହାରିଥିଲେ। ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଭୟାନକ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ଏବଂ ମୃତାହତଙ୍କୁ ଗାଡ଼ିରୁ ବାହାର କରିଥିଲେ। ୨ ଜଣ ଆହତ ହିମାଂଶୀ ଓ ଦେବାଙ୍କ ଚିକିତ୍ସା ଚାଲିଛି ଏବଂ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *