ଘଟଣା ଦୁର୍ଘଟଣାଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ରାଜସ୍ଥାନରେ ବିମାନ ଦୁର୍ଘଟଣା: ପାଇଲଟ୍‌ ମୃତ

ରାଜସ୍ଥାନରେ ବିମାନ ଦୁର୍ଘଟଣା: ପାଇଲଟ୍‌ ମୃତ

ରାଜସ୍ଥାନର ରତନଗଡ଼ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣା ଘଟି ବିମାନର ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଘଟଣା ଘଟିବା ପରେ ପୁଲିସ୍‌ ଓ ପ୍ରଶାସନିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି

ରତନଗଡ଼/ଭୁବନେଶ୍ୱର ୦୯-୦୭-୨୦୨୫(ଏସ .ଏମ ) : ରାଜସ୍ଥାନର ରତନଗଡ଼ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣା ଘଟି ବିମାନର ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଘଟଣା ଘଟିବା ପରେ ପୁଲିସ୍‌ ଓ ପ୍ରଶାସନିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି।ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ହଠାତ୍‌ ଆକାଶରେ ଏକ ଜୋରଦାର ଶବ୍ଦ ଶୁଣିବାକୁ ମିଳିଥିଲା। ତା’ପରେ କ୍ଷେତରୁ ନିଆଁ ଏବଂ ଧୂଆଁ ଉଠିଥିଲା। କ’ଣ ଘଟିଲା ବୋଲି ଭାଭି ଗାଁ ଲୋକ ‌‌‌ଦୌଡ଼ି ଯିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଭାନୁଦା ଗାଁରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।ଭଗ୍ନାଂଶ ନିକଟରୁ ଜଣେ ପାଇଲଟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ଯାହା ଗୁରୁତର ଭାବରେ କ୍ଷତିଗ୍ରସ୍ତ ଅବସ୍ଥାରେ ମିଳିଥିଲା। ସେନା ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ମୃତଦେହର ଚିହ୍ନଟ କରାଯାଉଛି।ଦୁର୍ଘଟଣାର ଖବର ପ୍ରସାରିତ ହେବା ମାତ୍ରକେ ପୂରା ରତନଗଡ଼ରେ ଆତଙ୍କ ଖେଳିଗଲା। କଲେକ୍ଟର ଅଭିଷେକ ସୁରାନା ଏବଂ ସ୍ଥାନୀୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।ଗାଁ ଲୋକେ କହିଛନ୍ତି ଯେ ଦୁର୍ଘଟଣା ଯୋଗୁ କ୍ଷେତରେ ନିଆଁ ଲାଗିଥିଲା, ଯାହାକୁ ସେମାନେ ନିଜେ ଲିଭାଇବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାର ସଠିକ୍ କାରଣ କ’ଣ ତାହା ସେନା ଦ୍ୱାରା ନିଶ୍ଚିତ କରାଯିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *