ଅପରାଧରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜରୁରୀ ସେବାରେ ଯୋଗଦେବେ ଓଆରଏସ୍‌ ଅଧିକାରୀ

ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜରୁରୀ ସେବାରେ ଯୋଗଦେବେ ଓଆରଏସ୍‌ ଅଧିକାରୀ

ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିବା ଓଏଏସ୍‌ ସଂଘ ଆନ୍ଦୋଳନକୁ ଜାରି ରଖିଥିବା ବେଳେ ଓଆରଏସ୍‌ ସଂଘ ଏଥିରୁ ସାମୟିକ ଭାବେ ଓହରିଛି

ଭୁବନେଶ୍ବର୦୨-୦୭-୨୦୨୫( ଏସ .ଏମ ) : ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିବା ଓଏଏସ୍‌ ସଂଘ ଆନ୍ଦୋଳନକୁ ଜାରି ରଖିଥିବା ବେଳେ ଓଆରଏସ୍‌ ସଂଘ ଏଥିରୁ ସାମୟିକ ଭାବେ ଓହରିଛି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅନୁରୋଧ ରକ୍ଷାକରି ଓଆରଏସ୍‌ କର୍ମଚାରୀମାନେ ଜରୁରୀକାମରେ ଯୋଗଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ରାଜସ୍ବ ମନ୍ତ୍ରୀଙ୍କ ଅନୁରୋଧ ଅନୁସାରେ ରଥଯାତ୍ରା ଓ ବନ୍ୟା ଡ୍ୟୁଟି କରିବାକୁ ରାଜି ହୋଇଛନ୍ତି। କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ଦାବି ପୂରଣ ନ ହେବା କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅନ୍ୟପଟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓଆରଏସ୍‌ ଅଧିକାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରିଛନ୍ତି। ଆନ୍ଦୋଳନକୁ ନ ଯାଇ ସରକାରଙ୍କ ସହ ଆଲୋଚନା ପାଇଁ ଆସନ୍ତୁ ବୋଲି କହିଛନ୍ତି।
ଓଆରଏସ୍‌ ସଂଘ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏକ ବୈଠକରେ ଆଲୋଚନା କରିଥିଲେ। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ। ସମୂହ ଛୁଟିରେ ଥିବା ଓଆରଏସ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବୁଝାଇଥିଲେ।

ଓଏଏସ୍ ଅଫିସରଙ୍କୁ ମାଡ଼ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ମନ୍ତବ୍ୟ ଆସିଛି। ଘଟଣା ପଛରେ ଥିବା ମୁଖ୍ୟ ଆସାମୀକୁ ଛଡ଼ା ଯିବନି ବୋଲି ମନ୍ତ୍ରୀ କହିଛନ୍ତି। ଯିଏ ବି ଏ କାଣ୍ଡ କରେଇଛି କାହାକୁ ଛଡ଼ା ଯିବନି। ସମସ୍ତଙ୍କୁ ଗିରଫ କରାଯିବ କାର୍ଯ୍ୟାନୁଷ୍ଠାନ କରାଯିବ। ଏନେଇ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ଦେଇ ସାରିଛନ୍ତି। ଅପ୍ରୀତିକର ପରିସ୍ଥିତି ନହେବା କଥା ହୋଇଯାଇଛି। କଲମ ଛାଡ଼ ଆନ୍ଦୋଳନର ସମାଧାନ ଶୀଘ୍ର ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *