ରାଜା ଚକ୍ରଙ୍କ ଓକିଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର
ରାଜା ଚକ୍ରଙ୍କ ଓକିଲଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ମନମୋହନ ସାମଲ
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ମାମଲାରେ ଛନ୍ଦି ହୋଇଥିବା ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ବାଲେଶ୍ୱର/ଭୁବନେଶ୍ୱର ୦୩-୦୫-୨୦୨୫(ଏସ.ଏମ) : ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ମାମଲାରେ ଛନ୍ଦି ହୋଇଥିବା ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ ଆଜି ବାଲେଶ୍ୱର ଏସଡିଜେଏମ କୋର୍ଟରେ ସୀତାଂଶୁ ଦ୍ବିବେଦୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଏହାପରେ ସେ ଗଣମାଧ୍ୟମକୁ କହିଛନ୍ତି, ଏଭଳି ଅଭିଯୋଗ ଭିତ୍ତିହୀନ। କେବଳ ରାଜ୍ୟରେ ବିଜେପିକୁ ନିନ୍ଦିତ କରିବା ଲାଗି ଉଦ୍ଦେଶ୍ୟମୂଳକ ଭାବେ ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଓକିଲ ସୀତାଂଶୁ ଦ୍ବିବେଦୀ ବୟାନବାଜି କରିଛନ୍ତି।ସୂଚନାଯୋଗ୍ୟ, କେନ୍ଦୁଝର ଖଣି ଦୁର୍ନୀତି ଟଙ୍କା ବିଜେପି ଖାତାକୁ ଯାଇଥିବା ନେଇ କିଛି ଦିନ ଦିନ ତଳେ ଗଣମାଧ୍ୟମକୁ କହିଥିଲେ ଆଇନଜୀବୀ ସୀତାଂଶୁ ଦ୍ବିବେଦୀ।