ରାଜ୍ୟ

ରାଜ୍ୟରେ କାଳବୈଶାଖୀ ସହ ଗୁଳୁଗୁଳି ପ୍ରଭାବ ଲାଗି ରହିବ

ରାଜ୍ୟରେ କାଳବୈଶାଖୀ ସହ ଗୁଳୁଗୁଳି ପ୍ରଭାବ ଲାଗି ରହିବ

ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ

ଭୁବନେଶ୍ୱର ୧୮.୦୫.୨୦୨୫(ଏସ .ଏମ ) : ସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। ଆଜି ଭଳି ଅନ୍ୟ ଦିନଗୁଡ଼ିକରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରି ଭିତରେ ରହିବ। ତେବେ ୨୧ ତାରିଖ ଯାଏଁ କାଳବୈଶାଖୀ ପ୍ରଭାବ ଲାଗି ରହିବ। ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ଅରେଞ୍ଜ ସତର୍କ ସୂଚନା ଜାରି ହୋଇଛି। ପରବର୍ତ୍ତୀ ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ସତର୍କ ସୂଚନା ଜାରି ହୋଇଛି। ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିଛି। ଆଜି ସକାଳ ୮ଟା ୩୦ରେ ଭୁବନେଶ୍ୱରର ତାପମାତ୍ରା ୩୨ ଡିଗ୍ରି ରହିଥିବା ବେଳେ ଆର୍ଦ୍ରତା ୭୦ପ୍ରତିଶତ ରହିଥିଲା। ସେହିପରି ପୁରୀରେ ତାପମାତ୍ରା ୩୩.୬ ଡିଗ୍ରି ଏବଂ ଆର୍ଦ୍ରତା ୭୨.୬ ପ୍ରତିଶତ ରେକର୍ଡ ହୋଇଥିଲା। ଚାନ୍ଦବାଲିରେ ୩୨.୬ ଡିଗ୍ରି ତାପମାତ୍ରା ସହ ଆର୍ଦ୍ରତା ୭୫.୪% ରେକର୍ଡ ହେଇଥିଲା। ସକାଳୁ ସକାଳୁ ଏଭଳି ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ତେବେ ଆଗାମୀ ଦିନରେ ଉପକୂଳରେ ଏପରି ଗୁଳୁଗୁଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *