LatestNewsPoliticsରାଜନୀତିରାଜ୍ୟଶିକ୍ଷାସମସ୍ୟା ଭିତ୍ତିକ ଖବରସମ୍ପାଦକୀୟସାହିତ୍ୟ

ରାଜ୍ୟସ୍ତରୀୟ ୭୬ ତମ ବନୋମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ୭୬ ତମ ବନୋମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟସ୍ତରୀୟ ୭୬ତମ ବନୋମହୋତ୍ସବ ପାଳିତ ହୋଇଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୁସ୍ଥ ସମାଜ ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ରହିଥିବା ବେଳେ ସରକାରୀସ୍ତରରେ ଅନେକ କାର୍ଯ୍ୟକ୍ରମ କରୁଥିବା ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର ୦୭-୦୭-୨୦୨୫( ଏସ.ଏମ .) :  ଜି ରାଜ୍ୟସ୍ତରୀୟ ୭୬ତମ ବନୋମହୋତ୍ସବ ପାଳିତ ହୋଇଯାଇଛି । ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ସୁସ୍ଥ ସମାଜ ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ରହିଥିବା ବେଳେ ସରକାରୀସ୍ତରରେ ଅନେକ କାର୍ଯ୍ୟକ୍ରମ କରୁଥିବା ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ। ୨୦୨୪-୨୫ରେ  ସମଗ୍ର ରାଜ୍ୟରେ ୬ କୋଟି ୬୯ ଲକ୍ଷ ଗଛ ଲଗାଯାଇଥିଲା। ଯେଉଁଥିପାଇଁ ସର୍ବଭାରତୀୟ ସ୍ତରରେ ଓଡିଶା ଚତୁର୍ଥ ସ୍ଥାନରେ ରହିଛି। ତେବେ ୨୦୨୫-୨୬ରେ  ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ୭ କୋଟି ୫୦ ଲକ୍ଷ ବୃକ୍ଷ ଲଗାଇବା ପାଇଁ ପ୍ରସ୍ତୁତି କରାଯାଉଥିବା ନେଇ ସୂଚନା ଦେଇଛନ୍ତି । ବନ ସଂରକ୍ଷଣ ସାଙ୍ଗକୁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ ବିଭାଗରେ ଅନେକଗୁଡ଼ିଏପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମାର୍ଚ୍ଚ ୨୧ରେ ପାଳିତ ହେଉଥିବା ବିଶ୍ଵବନ ଦିବସ ଅବସରରେ  ବନବିଭାଗର କ୍ଷେତ୍ର କର୍ମଚାରୀଙ୍କ ପାଇଁ ରାଜ୍ୟ ବନ ପୁରସ୍କାର ପ୍ରଦାନ କରାଯିବ। ଯେଉଁଥିରେ ୪ଜଣ ଫରେଷ୍ଟ ରେଞ୍ଜର, ୧୨ ଫରେଷ୍ଟର ଏବଂ ୨୪ ଫରେଷ୍ଟଗାର୍ଡଙ୍କୁ ମାନପତ୍ର, ମେଡାଲ ଏବଂ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର  ଦିଆଯିବ। ସେହିଭଳି ବନିକରଣ କିମ୍ଭା ବୃକ୍ଷରୋପଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ରତି ସବଡିଭିଜନରେ  ଗୋଟିଏ ଲେଖାଏଁ ଶିକ୍ଷାନୁଷ୍ଠାନକୁ ୧୦ ହଜାର ଟଙ୍କା ଏବଂ ଗ୍ରାମପଂଚାୟତକୁ ୨୦ ହଜାର ଟଙ୍କା ପୁରସ୍କାର ଦିଆଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଏହାସହ ଜୁନ ୫ ପାଳିତ ହେଉଥିବା ବିଶ୍ୱ ପରିବେଶ ଦିବସରେ ପରିବେଶ ପାଇଁ  ନିରନ୍ତର ଭାବେ କାର୍ଯ୍ୟକରୁଥିବା ପ୍ରତି ବ୍ଲକର ଗୋଟିଏ ଗ୍ରାମ କିମ୍ଭା ଶିକ୍ଷାନୁଷ୍ଠାନକୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯିବ। ଯେଉଁଥିରେ ୧୦ ହଜାର ଟଙ୍କା ସହ ମାନପତ୍ର ଦିଆଯିବ। ଏହା ସହ ବନ ସୁରକ୍ଷା ସାଙ୍ଗକୁ ମନୁଷ୍ୟକୃତ ଜଙ୍ଗଲ ନିଆଁ ରୋକିବା ଏବଂ ହେନ୍ତାଳ ବନ ସୃଷ୍ଟି କରିବାପାଇଁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମେତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *