ରାଜନୀତିରାଜ୍ୟ

ରାଜ୍ୟ ସରକାରଙ୍କ ଚା‌ଷୀ ନୀତି, ଆଇନ୍‌ଶୃଙ୍ଖଳା ବିରୋଧରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟ ସରକାରଙ୍କ ଚା‌ଷୀ ନୀତି, ଆଇନ୍‌ଶୃଙ୍ଖଳା ବିରୋଧରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ବିଜେଡି ପକ୍ଷରୁ ଧାନ ଗାଡ଼ି ସାଙ୍ଗରେ ଧରି ରାଜରାସ୍ତା ଉପରେ ବିରଳ ପ୍ରତିବାଦ କରାଯାଇଛି। ଚାଷୀମାନଙ୍କର ସହଯୋଗରେ ବିଜେଡି କର୍ମୀମାନେ ଧାନ ବସ୍ତା ମୁଣ୍ଡରେ ମୁଣ୍ଡାଇ ବିକ୍ଷୋଭ ଓ ଶୋଭାଯାତ୍ରା ପ୍ରଦର୍ଶନ କରିଛନ୍ତି।

ପୁରୀ  ୧୮-୦୨-୨୦୨୬(ଏସ .ଏମ ) : ବିଜେଡି ପକ୍ଷରୁ ଧାନ ଗାଡ଼ି ସାଙ୍ଗରେ ଧରି ରାଜରାସ୍ତା ଉପରେ ବିରଳ ପ୍ରତିବାଦ କରାଯାଇଛି। ଚାଷୀମାନଙ୍କର ସହଯୋଗରେ ବିଜେଡି କର୍ମୀମାନେ ଧାନ ବସ୍ତା ମୁଣ୍ଡରେ ମୁଣ୍ଡାଇ ବିକ୍ଷୋଭ ଓ ଶୋଭାଯାତ୍ରା ପ୍ରଦର୍ଶନ କରିଛନ୍ତି। ସରକାରଙ୍କ ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ପୁରୀଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟ ନେତୃତ୍ୱରେ ନିମାପଡ଼ା ଠାରେ ଜିଲ୍ଲା ସ୍ତରୀୟ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି।

ନୂଆ ବସଷ୍ଟାଣ୍ଡ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜୟଶ୍ରୀ ଛକ, ପୁରୁଣା ବସଷ୍ଟାଣ୍ଡ, ଦୋଳବେଦୀ ଛକଦେଇ ବଡ଼ବଜାର ଅତିକ୍ରମ କରି ତହସିଲ ଅଫିସ ନିକଟରେ ପହଞ୍ଚି ସେଠାରେ ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିବାପରେ ଟାଉନହଲ ଠାରେ ବିଶାଳ ପ୍ରତିବାଦ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।ଶୋଭାଯାତ୍ରାରେ ଉପସ୍ଥିତ ଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ରାଜ୍ୟ ଉପସଭାପତି ସଞ୍ଜୟ ଦାସ ବର୍ମା, ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, ରାଜ୍ୟସଭା ସାଂସଦ ଶୁବାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୃଷାର କାନ୍ତି ବେହେରା, ପୁରୀ ବିଧାୟକ ସୁନୀଲ୍ ମହାନ୍ତି, ପୁରୀ ଜିଲ୍ଲା ମହିଳା ସଭାନେତ୍ରୀ କସ୍ତୁରୀ ବାଳା ସ୍ୱାଇଁ, ୧୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ କୁଞ୍ଜଲତା ସାମଲ, ନିମାପଡ଼ା ନିର୍ବାଚନ ମଣ୍ଡଳୀର ସଂଗଠକ ସୁବ୍ରତ ଛାଟୋଇ, ସତ୍ୟବାଦୀ ମହାପାତ୍ର, ଦିଲ୍ଲୀପ ମହାପାତ୍ର,ମାନସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଭାରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଚାଷୀ, ବିଜେଡ଼ି କାର୍ଯ୍ୟକର୍ତ୍ତା, କର୍ମୀ ଏବଂ ଜିଲ୍ଲା ଓ ରାଜ୍ୟ ନେତୃ ମଣ୍ଡଳୀର ବରିଷ୍ଠ ନେତୃତ୍ୱମାନେ ଉପସ୍ଥିତ ଥିଲେ। ଶେଷରେ ବିଜେଡିର ବରିଷ୍ଠ ନେତା ମାନସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70