ରାଜନୀତିରାଜ୍ୟ

ରାଜ୍ୟ ସରକାରଙ୍କ ଭିଜନ୍‌ ଡକୁମେଣ୍ଟ ଉନ୍ମୋଚନ କରିବେ:ମୋଦୀ

ରାଜ୍ୟ ସରକାରଙ୍କ ଭିଜନ୍‌ ଡକୁମେଣ୍ଟ ଉନ୍ମୋଚନ କରିବେ:ମୋଦୀ

ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି

ଭୁବନେଶ୍ବର୧୫-୦୬-୨୦୨୫( ଏସ .ଏମ ) : ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି। ଆସନ୍ତା ୨୦ତାରିଖ ଅପରାହ୍‌ଣ ୨ଟା ୩୦ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହିଠାରୁ ଜନତା ମଇଦାନ ପର୍ଯ୍ୟନ୍ତ କିପରି ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ ସେନେଇ ରାଜ୍ୟ ସରକାର ଓ ଓଡ଼ିଶା ବିଜେପି ପକ୍ଷରୁ ବଡ଼ ଆୟୋଜନ କରାଯାଉଛି।
ଆଜି ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏକ ବିଶାଳ ରୋଡ୍‌ ସୋ’‌ରେ ବିମାନବନ୍ଦରରୁ ଜନତା‌ ମଇଦାନରେ ଆୟୋଜନ ହେବାକୁ ଥିବା ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଯିବେ। ଏହି ରୋଡ୍‌ ସୋ’ ସହ ଏକ ତ୍ରିରଙ୍ଗା ଯାତ୍ରା ମଧ୍ୟ ଆୟୋଜନ କରାଯାଇଛି।
ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ନେଇ ପ୍ରସ୍ତୁତ ହୋଇଥିବା ଭିଜନ୍ ଡକୁମେଣ୍ଟକୁ ଲୋକାର୍ପଣ କରିବେ। ଆସନ୍ତା ୧୧ବର୍ଷର କାଳଖଣ୍ଡକୁ ନଜରରେ ରଖି ବିଜେପି ସରକାର ରାଜ୍ୟରେ କ’ଣ କ’ଣ କରିବାକୁ ଯୋଜନା କରିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁରେ କୁହାଯିବ।

ରାଜ୍ୟ ସରକାରଙ୍କ ଭିଜନ୍‌ ଡକୁମେଣ୍ଟ ଉନ୍ମୋଚନ କରିବେ
ବିମାନବନ୍ଦରରୁ ଜନତା ମଇଦାନ ରୋଡ୍‌‌ ସୋ’, ତ୍ରିରଙ୍ଗା ଶୋଭାଯାତ୍ରା

କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଯେପରି ସମସ୍ତଙ୍କ ପାଇଁ ସ୍ମରଣୀୟ ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଯୋଜନାର ୫୦ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଦେଶ ଦେବେ। ଲୋକଙ୍କ ସରକାର କିପରି ଲୋକଙ୍କ ପାଇଁ କାମ କରିଛି ତା’ର ଗୋଟି ଗୋଟି ହିସାବ ବି ଦେବେ। ଏହାସହ ବିଭିନ୍ନ ବିଭାଗର କେତେକ ନୂଆ ଯୋଜନାର ଶୁଭାରମ୍ଭ ହେବାକୁ ଥିବାବେଳେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଥିବା ମହାପୁରୁଷ ଆଦର୍ଶ ଗାଁର ଶୁଭାରମ୍ଭ ବି କରିବେ।

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆସନ୍ତା ୨୦ତାରିଖରେ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ବର ଆସିବେ। ଏଠାରେ ଦୁଇରୁ ଅଢ଼େଇ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ଜନତା ମଇଦାନ କାର୍ଯ୍ୟକ୍ରମ ଶେଷ ହେବା ପରେ ସିଧା ବିମାନବନ୍ଦର ଯିବେ। ସେଠାରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ବିହାର ଯିବେ। ଜୁନ୍ ୨୧ରେ ବିହାରରେ ଆୟୋଜନ ହେବାକୁ ଥିବା ବିଶ୍ବ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ, ବିଧାୟକ, ତିନି କେନ୍ଦ୍ର ମନ୍ତ୍ରୀ ଯୋଗଦେବେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *