ଦେଶ- ବିଦେଶ

ରାଷ୍ଟ୍ରପତିଙ୍କୁ ‌ତଥ୍ୟ ପ୍ରଦାନ କଲେ ଗୃହମନ୍ତ୍ରୀ, ବିଦେଶମନ୍ତ୍ରୀ

ରାଷ୍ଟ୍ରପତିଙ୍କୁ ‌ତଥ୍ୟ ପ୍ରଦାନ କଲେ ଗୃହମନ୍ତ୍ରୀ, ବିଦେଶମନ୍ତ୍ରୀ

ଗୃହମନ୍ତ୍ରୀ ଅମିତ ଶାହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ଅବଗତ କରାଇଛନ୍ତି।

ନୂଆଦିଲ୍ଲୀ/ଭୁବନେଶ୍ୱର ୨୫.୦୪.୨୦୨୫ (ଏସ .ଏମ ) : ଗୃହମନ୍ତ୍ରୀ ଅମିତ ଶାହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ଅବଗତ କରାଇଛନ୍ତି। ସୂଚନାଯୋଗ୍ୟ, ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।ପାକିସ୍ତାନ ସହ ହୋଇଥିବା ସିନ୍ଧୁ ଜଳ ଚୁକ୍ତିକୁ ତୁରନ୍ତ ସ୍ଥଗିତ ରଖାଯାଇଥିବା ବେଳେ ଏହା ସହିତ ଅଟାରୀ ସୀମାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।  ପାକିସ୍ତାନୀ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ସେନାକୁ  ମଧ୍ୟ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *