ଦେଶ- ବିଦେଶରାଜନୀତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ୬୭ତମ ଜନ୍ମଦିନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ୬୭ତମ ଜନ୍ମଦିନ

ଦୃଷ୍ଟିହୀନ ପିଲାମାନେ ଜନ୍ମଦିନ ଗୀତ ଗାଇବା ବେଳେ ଭାବପ୍ରବଣ ହେଲେ ରାଷ୍ଟ୍ରପତି

ଡେରାଡୁନ୍/ଭୁବନେଶ୍ୱର୨୧-୦୬-୨୦୨୫(ଏସ .ଏମ ) : ତିନିଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ୬୭ତମ ଜନ୍ମଦିନ ଅବସରରେ କିଛି ଦୃଷ୍ଟିହୀନ ପିଲା ଏକ ଗୀତ ଗାଇବା ବେଳେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ। ଶ୍ରୀମତୀ ମୁର୍ମୁ ଏଠାରେ ଥିବା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଦି ଏମ୍ପାୱାର୍‌ମେଣ୍ଟ ଅଫ୍ ପର୍ସନ ୱିଥ୍ ଭିଜୁଆଲ ଡିଜାବିଲିଟି (ଏନ୍‌ଆଇଇପିଭିଡି) ପରିଦର୍ଶନ କରିଥିଲେ। ପିଲାମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ସେମାନେ ସୁନ୍ଦର ଗୀତ ଗାଇଥିବାରୁ ସେ ଭାବପ୍ରବଣ ହୋଇଯାଇଥିଲେ। ରାଷ୍ଟ୍ରପତି କହିଥିଲେ ଯେ ଭିନ୍ନକ୍ଷମ ପିଲାମାନେ କିଛି ବିଶେଷ ଦକ୍ଷତାର ଆଶୀର୍ବାଦ ପାଇଥାନ୍ତି। ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ।

ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ ସରକାରୀ ନୀତି ଭିନ୍ନକ୍ଷମ ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଆଗକୁ ବଢିବା ଲାଗି ସମାନ ସୁଯୋଗ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଭିନ୍ନକ୍ଷମ ଶିଶୁଙ୍କୁ ସଶକ୍ତ କରିବା ପାଇଁ ଅନୁଷ୍ଠାନ ସହ ଜଡ଼ିତ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରୁଥିବାରୁ ସେ ସେମାନଙ୍କୁ ପ୍ରଶଂସା କରିଥିଲେ। ପିଲାମାନଙ୍କୁ ସମ୍ବୋଧିତ କରି ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁର୍‌ମିତ ସିଂହ (ଅବସରପ୍ରାପ୍ତ) କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ସ୍ୱପ୍ନ ହାସଲ ଦିଗରେ ଆମେ ଅଗ୍ରସର ହେଉଛୁ। ପିଲାମାନେ ଦେଶ ଗଠନର ଏହି ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ରାଷ୍ଟ୍ରପତିଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *