ଦେଶ- ବିଦେଶ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ବର୍ଷ କାର୍ଯ୍ୟକାଳ ପୂରଣ…

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ କାର୍ଯ୍ୟକାଳର ତିନି ବର୍ଷ ପୂରଣ କରିଛନ୍ତି।
  • ଏହି ଅବସରରେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଅଂଶଗ୍ରହଣ କରିଥିଲେ ।

ନୂଆଦିଲ୍ଲୀ /ଭୁବନେଶ୍ୱର ୨୬-୦୭-୨୦୨୫(ଏସ.ଏମ. ) :  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ କାର୍ଯ୍ୟକାଳର ତିନି ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଅଂଶଗ୍ରହଣ କରିଥିଲେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଦ୍ୱାରା ୫୦-ସୂତ୍ରୀ ସୁପାରିଶ କାର୍ଯ୍ୟକାରୀ କରିବା ପରେ ରାଷ୍ଟ୍ରପତି ଭବନ, ଅମୃତ ଉଦ୍ୟାନ ଏବଂ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଦିବ୍ୟାଙ୍ଗଜନ-ଅନୁକୂଳ ପରିସରରେ ପରିଣତ ହୋଇଛି। ଏହା ସହିତ ୨୨ଟି ଭାରତୀୟ ଭାଷାରେ ରାଷ୍ଟ୍ରପତି ଭବନ ୱେବସାଇଟ୍ ଆରମ୍ଭ ହୋଇଛି । ଆହୁରି ମଧ୍ୟ ରାଷ୍ଟ୍ରପତି ଭବନରେ ପରିଦର୍ଶକ ଏବଂ ନିବାସୀଙ୍କ ପାଇଁ ବିଭିନ୍ନ ସୁବିଧାର ଉଦଘାଟନ ହୋଇଛି । ଏହା ମଧ୍ୟରେ ରହିଛି ପରିଦର୍ଶକ ସୁବିଧା କେନ୍ଦ୍ର, ହାଇଦ୍ରାବାଦର ରାଷ୍ଟ୍ରପତି ନିଳୟମ ଠାରେ ନିଳୟମ ନିକୁଞ୍ଜ ଇତ୍ୟାଦି । ୨୫୦ ରୁ ଅଧିକ ସାମଗ୍ରୀ ନିଲାମ ପାଇଁ ଇ-ଉପହାର ସିଜିନ ୨ ଆରମ୍ଭ ହୋଇଛି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଗତ ତିନି ବର୍ଷ ମଧ୍ୟରେ ଅନେକ ନିଷ୍ପତ୍ତି ନିଆଯାଇଛି ଏବଂ କାର୍ଯ୍ୟ କରାଯାଇଛି ଯାହା ନାଗରିକମାନଙ୍କର ରାଷ୍ଟ୍ରପତି ଭବନ ସହିତ ଅଧିକ ସଂଯୋଗ ବୃଦ୍ଧି କରିଛି। ସମାଜର ସମସ୍ତ ବର୍ଗ, ବିଶେଷକରି ଅବହେଳିତ ଏବଂ ପଛୁଆ ବର୍ଗଙ୍କୁ ଦେଶର ବିକାଶ ଯାତ୍ରା ସହିତ ପ୍ରଭାବଶାଳୀ ଭାବରେ ଯୋଡ଼ିବା ପାଇଁ ଆମର ସର୍ବଦା ପ୍ରୟାସ ଜାରିରହିଛି । ଦିବ୍ୟାଙ୍ଗଜନଙ୍କ ପାଇଁ ରାଷ୍ଟ୍ରପତି ଭବନ ଅଧିକ ସୁଗମ ହୋଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ। ଆଗାମୀ ଦିନରେ ବିଭିନ୍ନ ନୂତନ ପଦକ୍ଷେପ ନିଆଯିବ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *