TOP STORIESଦେଶ- ବିଦେଶରାଜନୀତି

ରାହୁଲଙ୍କ ପାଇଁ ପୁଣି ସମସ୍ୟା

ରାହୁଲଙ୍କ ପାଇଁ ପୁଣି ସମସ୍ୟା

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ମାନହାନି ମାମଲାରେ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି। ଝାଡ଼ଖଣ୍ଡର ଚାଇବାସାରେ ଏକ ଏମ୍‌ପି/ଏମ୍‌ଏଲଏ କୋର୍ଟ ଆଜି ରାହୁଲ ଗାନ୍ଧୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୫-୦୫-୨୦୨୫(ଏସ .ଏମ ) : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ମାନହାନି ମାମଲାରେ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି। ଝାଡ଼ଖଣ୍ଡର ଚାଇବାସାରେ ଏକ ଏମ୍‌ପି/ଏମ୍‌ଏଲଏ କୋର୍ଟ ଆଜି ରାହୁଲ ଗାନ୍ଧୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ବ୍ୟକ୍ତିଗତ ଭାବେ କୋର୍ଟ ହାଜରରୁ ଛାଡ଼ କରିବାପାଇଁ ତାଙ୍କ ଆଇନଜୀବୀ କରିଥିବା ଏକ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ବିଜେପି ନେତା ପ୍ରତାପ କତିୟାରଙ୍କ ଦ୍ବାରା ରାହୁଲଙ୍କ ବିରୋଧରେ ଏହି ମ‌ାନହାନି ମାମଲା ରୁଜୁ ହୋଇଥିଲା। ଅମିତ ଶାହ ବିଜେପି ସଭାପତି ଥିବା ସମୟରେ ରାହୁଲ ଗାନ୍ଧୀ ୨୦୧୮ରେ କଂଗ୍ରେସର ଏକ ଅଧିବେଶନରେ ତାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ। ରାହୁଲ ତାଙ୍କ ଭାଷଣରେ କହିଥିଲେ ଯେ ଏପରିକି ଜଣଙ୍କ ବିରୋଧରେ ହତ୍ୟା ଅଭିଯୋଗ ଥିଲେ ବି ସେ ବିଜେପିର ସଭାପତି ‌ହୋଇପାରିବେ। ରାହୁଲ ଗାନ୍ଧୀଙ୍କ ଏଭଳି ଟିପ୍ପଣୀ ଅସମ୍ମା‌ନଜନକ ଏବଂ ସବୁ ବିଜେପି କର୍ମୀଙ୍କୁ ଅପମାନିତ କରିଛି ବୋଲି କତିୟାର ଅଭିଯୋଗ କରିଥିଲେ ଏବଂ ଏନେଇ ରାହୁଲଙ୍କ ବିରୋଧରେ ୨୦୧୮ ଜୁଲାଇ ୯ ତାରିଖରେ ଚାଇବାସା ସିଜେଏମ୍‌ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ।ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାନହାନି ମାମଲା ୨୦୨୦ ଫେବ୍ରୁଆରିରେ ରାଞ୍ଚିର ଏମ୍‌ପି-ଏମ୍‌ଏଲଏ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଏହି ମାମଲାକୁ ପୁଣିଥରେ ଚାଇବାସା ଏମ୍‌ପି-ଏମ୍‌ଏଲଏ କୋର୍ଟ ପଠାଯାଇଥିଲା ଯେଉଁଠାରେ ମାଜିଷ୍ଟ୍ରେଟ୍‌ ଏହି ମାମଲାରେ ଉଦ୍‌ବେଗ ପ୍ରକାଶ କରିବା ସହ ରାହୁଲ ଗାନ୍ଧୀଙ୍କୁ ସମନ କରିଥିଲେ। ତେବେ ବାରମ୍ବାର କୋର୍ଟ ସମନ ଜାରି ହୋଇଥିଲେ ସୁଦ୍ଧା ରାହୁଲ କୋର୍ଟରେ ହାଜର ହୋଇନାହାନ୍ତି। ପ୍ରଥମେ ରାହୁଲଙ୍କୁ ଏହି ମାମଲାରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରାଯାଇଥିଲା। ଏହାପରେ ରାହୁଲ ଗାନ୍ଧୀ ତାଙ୍କ ୱାରେଣ୍ଟ୍‌ ଉପରେ ରୋକ୍‌ ଲଗାଇବାପାଇଁ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରିଥିଲେ। ୨୦୨୪ ମାର୍ଚ୍ଚ ୨୦ରେ ଏହି ଆବେନଦ ଖାରଜ ହୋଇଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *