LatestNewsPoliticsTOP STORIESଘଟଣା ଦୁର୍ଘଟଣାଦେଶ- ବିଦେଶବିଶେଷ ସ୍ତମ୍ବରାଜନୀତିରାଜ୍ୟଶିକ୍ଷା

ରେଭେନ୍ସା ଏକ ଶାଳଗ୍ରାମ: ରାଷ୍ଟ୍ରପତି

ରେଭେନ୍ସା ଏକ ଶାଳଗ୍ରାମ: ରାଷ୍ଟ୍ରପତି

  • ରେଭେନ୍ସା ଇଟା ଓ ସିମେଣ୍ଟରେ ଗଢ଼ା ନୁହେଁ।
  • ଏହା ଏକ ଶାଳଗ୍ରାମ। ଏହି ଅନୁଷ୍ଠାନ ଭାରତ ଇତିହାସ ସହ ଯୋଡ଼ି ହୋଇରହିଛି।
  • ଗତ ଦୁଇ ବର୍ଷ ହେଲା ଝିଅମାନେ ଏଠାରେ ସଫଳତାର ଆଗରେ ରହିଛନ୍ତି।

କଟକ,୧୫-୦୭-୨୦୨୫(ଏସ.ଏମ ) : (ବିଜୟ କୁମାର ପଣ୍ଡା ) ରେଭେନ୍ସା ଇଟା ଓ ସିମେଣ୍ଟରେ ଗଢ଼ା ନୁହେଁ। ଏହା ଏକ ଶାଳଗ୍ରାମ। ଏହି ଅନୁଷ୍ଠାନ ଭାରତ ଇତିହାସ ସହ ଯୋଡ଼ି ହୋଇରହିଛି। ଗତ ଦୁଇ ବର୍ଷ ହେଲା ଝିଅମାନେ ଏଠାରେ ସଫଳତାର ଆଗରେ ରହିଛନ୍ତି। ପୁଅମାନଙ୍କଠାରୁ ଝିଅମାନଙ୍କୁ ଅଧିକ ସଫଳତା ପରିବର୍ତ୍ତନର ପ୍ରମାଣ। ରେଭେନ୍ସା ଅନୁଭୂତି ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଏହି ମତ ରଖିଛନ୍ତି। ସେ କହିଛନ୍ତି, ମୋ ଝିଅ ଏଠାରେ ଦୁଇ ବର୍ଷ ପାଠ ପଢିବା ସମୟରେ ମୁଁ ହଷ୍ଟେଲକୁ ଆସିଥିଲି। ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଛାତ୍ରଛାତ୍ରୀମାନେ ଚାକିରି କରିବା ପାଇଁ ନୁହେଁ। ଚାକିରି ଦେବାକୁ ଉଦ୍ୟମ କରନ୍ତୁ। ଉତ୍କଳ ଗୌରବ ମଧୁସୂଦନ ଦାସ (ମଧୁବାବୁ)ଙ୍କ ଦ୍ଵାରା ନିର୍ମିତ ଜୋତା କାରଖାନାର ମଧ୍ୟ ଉଦାହରଣ ରଖିଛନ୍ତି। ରେଭେନ୍ସା ଏକ ପୁରୁଣା ଅନୁଷ୍ଠାନ। ମାତ୍ର ପୁରୁଣା କାଳିଆ ନୁହେଁ। ଯେଉଁ କର୍ମକ୍ଷେତ୍ରରେ ଥିଲେ ବି ଅନୁଷ୍ଠାନକୁ ଭୁଲି ପାରିବା ନାହିଁ।ରେଭେନ୍ସା ବିଶ୍ବବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥିଭାବେ ଯୋଗ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଛାତ୍ରଛାତ୍ରୀମାନେ ଚାକିରି କରିବା ପାଇଁ ନୁହେଁ। ଚାକିରି ଦେବାକୁ ଉଦ୍ୟମ କରନ୍ତୁ। ଉତ୍କଳ ଗୌରବ ମଧୁସୂଦନ ଦାସ (ମଧୁବାବୁ)ଙ୍କ ଦ୍ଵାରା ନିର୍ମିତ ଜୋତା କାରଖାନାର ମଧ୍ୟ ଉଦାହରଣ ରଖିଛନ୍ତି। ରାଷ୍ଟ୍ରପତି ଆଜି ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିଛନ୍ତି।

Gv5LheTWcAA2K1n

ଏହି ଅବସରରେ ରାଷ୍ଟ୍ରପତି ଆଜି ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିଛନ୍ତି।  ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବା ସହିତ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହିସବୁ କାର୍ଯ୍ୟକ୍ରମ ପରେ ସେ ପୁଣି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70