ଖେଳଦେଶ- ବିଦେଶ

ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ବେଙ୍ଗାଲୁରୁ

ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ବେଙ୍ଗାଲୁରୁ

ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୭୦ତମ ତଥା ଶେଷ ଲିଗ୍ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୬ ଓ୍ବିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଲକ୍ଷ୍ନୌ/ଭୁବନେଶ୍ୱର ୨୮-୦୫-୨୦୨୫(ଏସ .ଏମ ) : କ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୭୦ତମ ତଥା ଶେଷ ଲିଗ୍ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୬ ଓ୍ବିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୨୨୮ ରନର ଲକ୍ଷ୍ୟକୁ ବେଙ୍ଗାଲୁରୁ ୧୮.୪ ଓଭରରେ ୨୩୦ ରନ କରି ହାସଲ କରିନେଇଥିଲା । ଦଳ ପକ୍ଷରୁ ବିରାଟ କୋହଲି ୫୪ ରନ କରିଥିବାବେଳେ ଜିତେଶ ଶର୍ମା ୮୫ ରନ ଓ ମୟଙ୍କ ଅଗ୍ରଓ୍ବଲ ୪୧ ରନ କରିଥିଲେ । ଆରସିବିର ବିଜୟ ସହ ଆଇପିଏଲର ପ୍ଲେଅଫ ରାଉଣ୍ଡ ନିଶ୍ଚିତ ହୋଇଯାଇଛି । ପ୍ରଥମ କ୍ବାଲିଫାୟରରେ ଆରସିବିକୁ ୨୯ ତାରିଖରେ ଭେଟିବ ପଂଜାବ । ସେହିପରି ଏଲିମିନେଟରରେ ମେ ୩୦ରେ ମୁମ୍ବାଇକୁ ଭେଟିବ ଗୁଜରାଟ ।ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ପକ୍ଷରୁ ମିଚେଲ ମାର୍ସ ଓ ମାଥ୍ୟ ବ୍ରିଜକେ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ । ତେବେ ବ୍ରିଜକେ ମାତ୍ର ୧୪ ରନ କରି ଆଉଟ ହେବା ପରେ ଅଧିନାୟକ ଋଷଭ ପନ୍ତ ଓ ମାର୍ସଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ବିଶେଷକରି ପନ୍ତ ନିଜର ପୁରୁଣା ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ମାତ୍ର ୬୧ ବଲରେ ଅପରାଜିତ ୧୧୮ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୮ଟି ଛକା ଓ ୧୧ଟି ଚୌକା ମାରିଥିଲେ । ମାର୍ସ ୬୭ ରନ କରିଥିଲେ । ନିକୋଲାସ ପୁରନ ୧୩ ରନ କରିଥିଲେ । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୨୨୭ ରନ କରିଥିଲା । ଆରସିବି ପକ୍ଷରୁ ଭୁବନେଶ୍ବର କୁମାର, ନୁଓ୍ବାନ ତୁଷାରା ଓ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଆରସିବିର ବିଜୟ ସହ ଆଇପିଏଲର ପ୍ଲେଅଫ ରାଉଣ୍ଡ ନିଶ୍ଚିତ ହୋଇଯାଇଛି । ପ୍ରଥମ କ୍ବାଲିଫାୟରରେ ଆରସିବିକୁ ୨୯ ତାରିଖରେ ଭେଟିବ ପଂଜାବ । ସେହିପରି ଏଲିମିନେଟରରେ ମେ ୩୦ରେ ମୁମ୍ବାଇକୁ ଭେଟିବ ଗୁଜରାଟ ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *