ରାଜ୍ୟଶିକ୍ଷା

ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ କସର୍ଦାରେ ଏସ୍.ଏନ୍ ମୁଖୀ ମେଧା ବୃତ୍ତି ପୁରସ୍କାର ପ୍ରଦାନ

ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ କସର୍ଦାରେ ଏସ୍.ଏନ୍ ମୁଖୀ ମେଧା ବୃତ୍ତି ପୁରସ୍କାର ପ୍ରଦାନ

ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ କସର୍ଦାରେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ କଲ୍ୟାଣୀ ରାଉତଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବା ସହିତ ଶିକ୍ଷା ବର୍ଷ ୨୦୨୩-୨୪ ର ଏସ୍ ଏନ୍ ମୁଖୀ ଫାଉଣ୍ଡେସନ ତରଫରୂ ମେଧା ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମମାନ କରାଯାଇଥିଲା

ନିଆଳୀ୧୦-୦୭-୨୦୨୫( ଏସ .ଏମ ) :(ଦ୍ୱିଜବର ମହାପାତ୍ର) କ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ କସର୍ଦାରେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ କଲ୍ୟାଣୀ ରାଉତଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବା ସହିତ ଶିକ୍ଷା ବର୍ଷ ୨୦୨୩-୨୪ ର ଏସ୍ ଏନ୍ ମୁଖୀ ଫାଉଣ୍ଡେସନ ତରଫରୂ ମେଧା ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମମାନ କରାଯାଇଥିଲା।ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ, ସଭ୍ୟା ଓ ବରଣ୍ୟ ଅତିଥି ମାନଙ୍କ ଉପସ୍ଥିତିରେ ଅବସର ଗ୍ରହଣ କରିଥିବା ଶ୍ରୀମତୀ ରାଉତଙ୍କୁ ସମ୍ମାନିତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟ ଅତିଥି ଭାବେ ବି.ଇ.ଓ ଶ୍ରୀମତୀ ଜ୍ୟୋସ୍ନାରାଣୀ ମହାପାତ୍ର ଓ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶରତଚନ୍ଦ୍ର ସ୍ଵାଇଁ ଯୋଗ ଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ମୁଖୀ, ଅବସରପ୍ରାପ୍ତ ଶିକ୍ଷକ, ( ଉପଦେଷ୍ଟା, ଏସ୍ ଏନ୍ ମୁଖୀ ଫାଉଣ୍ଡେସନ)
ଶ୍ରୀଯୁକ୍ତ ପ୍ରେମାନନ୍ଦ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷା ଅନୁନିରୀକ୍ଷକ।
ଶ୍ରୀଯୁକ୍ତ ମିହିର କୁମାର ମହାପାତ୍ର, ସଭାପତି, ପଞ୍ଚ ସଖା ଶିକ୍ଷା ସେତୁ ସଂଗଠନ, ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ, କସର୍ଦା।
ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ର, ପୁରାତନ ଛାତ୍ର ସଂସଦ ସଭ୍ୟ, ପଞ୍ଚ ସଖା ଶିକ୍ଷା ସେତୁ ସଂଗଠନ, ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ, କସର୍ଦା।
ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ଦାସ୍, ପ୍ରଧାନଶିକ୍ଷକ, ନୀଳମାଧବଜୀୟୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଶାସନପଦା।
ଶ୍ରୀଯୁକ୍ତ ରମାକାନ୍ତ ସ୍ଵାଇଁ, ସଭାପତି, ପ୍ରାଥମିକ ଶିକ୍ଷକ ସଂଘ, ନିଆଳୀ।
ଶ୍ରୀଯୁକ୍ତ ରମାକାନ୍ତ ମଲ୍ଲିକ, ସି ଆର ସି ସି, ବରିଷଣ କ୍ଲଷ୍ଟର।
ଶ୍ରୀମତୀ ଗୀତାଞ୍ଜଳି ପୁହାଣ, ଅଧ୍ୟକ୍ଷା, ବିଦ୍ୟାଳୟ ପରିଚାଳନା କମିଟି, ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ, କସର୍ଦାର ବିଭିନ୍ନ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ମେଧା ବୃତ୍ତି ପୁରସ୍କାର ପ୍ରଦାନ ଓ ଅବସର ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଶ୍ରୀଯୁକ୍ତ ମିହିର କୁମାର ମହାପାତ୍ରଙ୍କ ସଭାପତିତ୍ବରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ରୋଜାଲିନ ସ୍ଵାଇଁଙ୍କ ସ୍ଵାଗତ ଭାଷଣ ସହ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ମଙ୍ଗଳ ପ୍ରସାଦ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ସାହୁ ମାନପତ୍ର ଓ ବିବରଣୀ ପାଠ କରିଥିଲେ ଓ ଏସ୍ ଏନ୍ ମୁଖୀ ଫାଉଣ୍ଡେସନର ବୋର୍ଡ଼ ସଭ୍ୟ ଶ୍ରୀଯୁକ୍ତ ଉମାକାନ୍ତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଗୁରୁପୂର୍ଣ୍ଣିମା ଉପଲକ୍ଷେ ଏସ୍ ଏନ୍ ମୁଖୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀଯୁକ୍ତ ସନ୍ଦିପ ମୁଖୀ ନିଜ ପିତା ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ମୁଖୀଙ୍କ ନାମରେ ବିଭିନ୍ନ ବିଦ୍ୟାଳୟର ମେଟ୍ରିକ୍ ଟପ୍ପର ମାନଙ୍କୁ ୩୦୦୦ ଟଙ୍କା ଲେଖାଏଁ ବୃତ୍ତି ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଏଥି ସହିତ ନିଜ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ମେଧାବୀ ଛାତ୍ର ଛାତ୍ରୀ ତଥା ଅନ୍ୟାନ୍ୟ ପ୍ରତିଭା ସଂପୂର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଏଥି ପାଇଁ ପ୍ରତି ବର୍ଷ ସତୁରୀ ହଜାର ଟଙ୍କା ବ୍ୟୟ ବରାଦ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆବଶ୍ୟକ ସ୍ଥଳେ ଅଧିକ ଅର୍ଥ ମେଧା ବୃତ୍ତି ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିବା ପାଇଁ ଫାଉଣ୍ଡେସନ ତରଫରୁ ଘୋଷଣା କରାଯାଇଛି। ଉକ୍ତ ଉତ୍ସବରେ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଯଥା ଶ୍ରୀମତୀ ସଙ୍ଘମିତ୍ରା ମହାନ୍ତି, ଶ୍ରୀମତୀ ଜୟନ୍ତୀ ବେତାଳ, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ତରଣିଆ, ଶ୍ରୀମତୀ ପ୍ରଣତି ମହାପାତ୍ର, ଶ୍ରୀମତୀ ସସ୍ମିତା ସେନାପତି, ଶ୍ରୀମତୀ ସୁଲୋଚନା ସେଠୀ, ଶ୍ରୀମତୀ ସବିତା ସେଠୀ, ସୁଶ୍ରୀ ଲୋପାମୁଦ୍ରା ବେହେରା, ଶ୍ରୀଯୁକ୍ତ କ୍ଷୀରୋଦ କୁମାର ମହାପାତ୍ର, ଶ୍ରୀଯୁକ୍ତ ଅଜୟ କୁମାର ପ୍ରଧାନ, ଶ୍ରୀଯୁକ୍ତ ଲୋକନାଥ ମହାପାତ୍ର, ଶ୍ରୀଯୁକ୍ତ ଆଲୋକ କୁମାର ଦାସ, ଶ୍ରୀଯୁକ୍ତ ଅଜୟ କୁମାର ରାଉତରାୟ ପ୍ରମୁଖ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ଏସ୍ ଏନ୍ ମୁଖୀ ଫାଉଣ୍ଡେସନର ସଦସ୍ୟ ମାନଙ୍କ ଉପସ୍ଥିତି ଓ ସହଯୋଗ ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ସୂଚାରୁରୂପେ ସଂପାଦନ ହୋଇଥିଲା।ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଓ ବିଦାୟୀ ସଙ୍ଗୀତ ଗାନ କରାଯାଇଥିଲା। ଶେଷରେ ଏକ ସୁନ୍ଦର ଶୋଭାଯାତ୍ରାରେ ଶିକ୍ଷୟିତ୍ରୀ କଲ୍ୟାଣୀ ରାଉତଙ୍କୁ ନିଜ ଗୃହ ପର୍ଯ୍ୟନ୍ତ ବିଦାୟ ଦିଆଯାଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *