ଲଗାତାର ୧୧ ଦିନରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ
ଲଗାତାର ୧୧ ଦିନରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ
ଜବାବ ଦେଉଛନ୍ତି ଭାରତୀୟ ଯବାନ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୫.୦୫.୨୦୨୫(ଏସ .ଏମ ) : ଏଲଓସିରେ ଆଜି ଜାରି ରହିଛି ଉତ୍ତେଜନା । ପୁଣି ଗୁଳି ମାରି ସୀମାକୁ ଅଶାନ୍ତ କରିଛି ପାକିସ୍ତାନ । ଭାରତ-ପାକିସ୍ତାନ ସୀମାରେ ଲଗାତାର ୧୧ ଦିନରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଆରତର ରାତି ଅଧିଆ ଆକ୍ରମଣ ଡରରେ ପାକିସ୍ତାନ ଗୁଳି ମାରୁଥିବା ବେଳେ ଗୁଳିବର୍ଷଣ ପାଇଁ ରାତି ଅନିଦ୍ରା ରହୁଛି । ତେବେ ଗତ ରାତିରେ ପାକିସ୍ତାନ ପୋଷ୍ଟରୁ କୁପୱାଡା, ବାଲମୂଲା, ପୁଞ୍ଚ, ରଜୌରୀ, ମେନ୍ଧାର, ନୌସେର, ସୁନ୍ଦେରବନି ଏବଂ ଅଖନୁର ଅଞ୍ଚଳରେ ଗୁଳିମାଡ କରାଯାଇଛି । ଏପଟେ ପାକିସ୍ତାନ ସେନାର ଗୁଳିମାଡର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ । ଯେବେଠାରୁ ପହଲଗାମ୍ ପ୍ରତିଶୋଧ ନେବା ଭାରତ ଆରମ୍ଭ କଲାଣି ସେବେଠାରୁ ଭୟରେ ବାଉଳି ହୋଇ ଘନଘନ ଗୁଳିମାଡ କରୁଛି ପାକିସ୍ତାନ । ସୀମାରେ ପୂରା ପାକିସ୍ତାନୀ ସେନା ସଜାଗ ରହୁଛନ୍ତି । କାଳେ କେତେବେଳେ ଭାରତ ରାତିରେ ଆକ୍ରମଣ କରିଦେବ ସେନେଇ ପୂରା ଅନିଦ୍ରା ରହୁଛି ପାକିସ୍ତାନ ଓ ତାର ସେନା । ସମ୍ଭାବ୍ୟ ଯୁଦ୍ଧ ଭୟରେ ଥିବା ପାକିସ୍ତାନ ବାଉଳି ଚାଉଳି ହେଉଛି ।