ଦୁର୍ନୀତିରାଜନୀତିରାଜ୍ୟ

ଲଟେରିରେ ଆବାସିକ ପ୍ରକଳ୍ପ

ଲଟେରିରେ ଆବାସିକ ପ୍ରକଳ୍ପ…

ହିତାଧିକାରୀଙ୍କୁ ଘର ଆବଣ୍ଟନ ‘ଜାଲିଆତି କରିଥିଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର ୧୯-୧୦-୨୦୨୫(ଏସ.ଏମ ) :  ଡ଼ିଶାରେ ପୂର୍ବ ସରକାର ଦେଇଥିବା ହିତାଧିକାରୀ ତାଲିକା ଅନୁସାରେ କେନ୍ଦ୍ର ସରକାର ଘର ବାବଦ ଅନୁଦାନ ଯୋଗାଇ ଦେଇଥିଲେ। କିନ୍ତୁ ଏବେ ଦେଖାଯାଉଛି, ଲୋକ ପୂର୍ବଭଳି ଦୁର୍ଦ୍ଦିନ ସ୍ଥିତିରେ ରହୁଛନ୍ତି। ଭଙ୍ଗା ଓ କଣା ଚାଳଛପର ଘରେ ପାଲ ଟାଣି ରହୁଛନ୍ତି। ଏଥିରୁ ଜାଲିଆତିର ଗନ୍ଧ ସ୍ପଷ୍ଟ ହେଉଛି। ଏଣୁ ସ୍ବଳ୍ପ ମୂଲ୍ୟ(ଆଫୋର୍ଡେବଲ୍ ହାଉସିଂ ସ୍କିମ୍) ଗୃହ ଯୋଜନାରେ ଘର ପାଇଥିବା ଓ ପାଉଥିବା ହିତାଧିକାରୀଙ୍କ କାଗଜପତ୍ରର ଟିକିନିଖି ଯାଞ୍ଚ ହେବ। ଜାଲିଆତି କରି ଘର ପାଇଥିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟାୟରେ କାହାରିକୁ ଘର ମିଳିବନି କିଂବା କେହି ନ୍ୟାୟୋଚିତ ଅଧିକାରରୁ ବଞ୍ଚିତ ହେବେନାହିଁ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଅପରପକ୍ଷେ ହିତାଧିକାରୀ ସହଜ ଋଣ ବ୍ୟବସ୍ଥା ପାଇଁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ ନଗର ଉନ୍ନୟନ ବିଭାଗର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଠିକ୍ କାଗଜପତ୍ର ଦାଖଲର ୪/୫ ଦିନ ଭିତରେ ଋଣ ପ୍ରଦାନ ବ୍ୟବସ୍ଥା ହୋଇଛି। ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏକାମ୍ର ହଲ୍‌ ପରିସରରେ ସ୍ବଳ୍ପ ମୂଲ୍ୟ ଗୃହ ଯୋଜନାରେ ଆବାସିକ ପ୍ରକଳ୍ପ ହିତାଧିକାରୀଙ୍କୁ ଲଟେରି ଜରିଆରେ ଘର ଆବଣ୍ଟନ କରାଯାଇଛି। ସାଲିଆସାହିର ୨୭୪ଜଣ ହିତାଧିକାରୀ ଏହି ତାଲିକାରେ ରହିଥିବା‌ ବେଳେ ଆଜି ୪୨ଜଣ ହିତାଧିକାରୀ ଲଟେରି ଜରିଆରେ ଘର ପାଇଛନ୍ତି। ବୁଦ୍ଧବିହାର ଓ ଅନ୍ୟ ଜାଗାରେ ଘର ଦିଆଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ମହାପାତ୍ର କହିଥିଲେ, ବିଜେପି ସରକାର ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ, ୨୦୨୨ ମସିହା ସୁଦ୍ଧା ଆଉ ଚାଳଛପର ଘର ରହିବନି। ସେହି ଅନୁସାରେ ତତ୍କାଳୀନ ଓଡ଼ିଶା ସରକାରଙ୍କୁ କେତେ ଘର ଦେଲେ, ସମସ୍ତେ ଛାତଘର ପାଇପାରିବେ, ତଥ୍ୟ ମାଗିଥିଲେ। ସେତେବେଳର ଓଡ଼ିଶା ସରକାର ଯେତିକି ଘର ମାଗିଥିଲେ, କେନ୍ଦ୍ର ସରକାର ସେତିକି ଘର ଅନୁମୋଦନ କଲେ ଓ ଅନୁଦାନ ଦେଲେ। କିନ୍ତୁ ଦୁଃଖର କଥା, ଆଜି ବି ଲୋକେ ଭଙ୍ଗା ଚାଳଛପର ଘରେ ପାଲଟାଣି ରହୁଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଆସିଥିବା ଘର କୁଆଡ଼େ ଗଲା ଓ କିଏ ପାଇଲା? ଅଦ୍ୟାବଧି ଯେତିକି ଘର ଦିଆଗଲାଣି, ପ୍ରାୟ ବସ୍ତି ଆଉ ରହିବା କଥା ନୁହେଁ। କିନ୍ତୁ ଏହି ଘର ପାଇଛି କିଏ? ତାର ଅନୁସନ୍ଧାନ ଜରୁରି ହୋଇପଡ଼ିଛି। ଆଜି ଯେଉଁମାନଙ୍କୁ ଘର ଦିଆଯାଉଛି, ସେମାନଙ୍କଠାରୁ ଆବେଦନ ସଂଖ୍ୟା ଢେର ଅଧିକ ଥିଲା। ୩୦୦ରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ ୨୪୭ଜଣ ଯୋଗ୍ୟ ବାହାରିଲେ। ଏଥିରୁ ସ୍ପଷ୍ଟ ହେଉଛି, ପରିଚୟପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ୍‌ରେ ବ୍ୟାପକ ଜାଲିଆତି କରାଯାଉଛି। ଏହାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ମନ୍ତ୍ରୀ କହିଥିଲେ, ସହରରେ ରହୁଥିବା ବଡ଼ବଡ଼ିଆଙ୍କ କାମ କରିବା ପାଇଁ ଲୋକଙ୍କ ଆବଶ୍ୟକତା ରହିଛି। କିନ୍ତୁ କାମ କରୁଥିବା ଏହି ଲୋକେ କେଉଁଠି ରହୁଛନ୍ତି, କେହି ଚିନ୍ତା କରୁନାହାନ୍ତି। ଏଣୁ ଯେଉଁଠି ଫାଙ୍କା ଜାଗା ମିଳିଲା, ସେଠି ବସ୍ତି ଗଢ଼ି ଉଠୁଛି। ରାଜ୍ୟ ସରକାର ଏମାନଙ୍କ କଥା ଚିନ୍ତା କରୁଛନ୍ତି। ମେୟର ସୁଲୋଚନା ଦାସ କହିଛନ୍ତି, ନିଜସ୍ବ ପକ୍କାଘର ସମସ୍ତଙ୍କର ସ୍ବପ୍ନ। ସରକାର କୌଣସ ପ୍ରକଳ୍ପ ପାଇଁ ଯଦି କାହାରିକୁ ସ୍ଥାନାନ୍ତର କରିଛନ୍ତି, ପ୍ରତିବଦଳରେ ସେମାନଙ୍କୁ ପକ୍କାଘର ଯୋଗାଇ ଦେଇଛନ୍ତି। କୌଣସି ହିତାଧିକାରୀ ଯେଭଳି ପକ୍କା ଘରକୁ ବାଦ୍‌ପଡ଼ିବେନି, ତାକୁ ଗୁରୁତ୍ବ ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଏହି ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସରକାର ଏହାକୁ ଆଗେଇ ନେଇଥିବାରୁ କୃତଜ୍ଞତା ଜଣାଉଛି। କମିସନର୍‌ଚଞ୍ଚଳ ରାଣା କହିଥିଲେ, ପ୍ରକୃତ ହିତାଧିକାରୀ ଘର ପାଇବାକୁ ଆମେ ପ୍ରାଥମିକତା ଦେଇଛୁ। ଆଜି ଲଟେରିରେ ଯେଉଁମାନେ ଘର ପାଇବେ, ସେମାନଙ୍କର ବି କାଗଜପତ୍ର ପୁନର୍ବାର ଯାଞ୍ଚ ହେବ। ଜାଲିଆତି କରି ଘର ପାଇଥିଲେ, ସେମାନଙ୍କଠାରୁ ଘର କାଢ଼ି ନିଆଯିବା ସହ ଥାନାରେ ଅଭିଯୋଗ ହେବ। ଅନ୍ୟ ସରକାରୀ ସୁବିଧାରୁ ବି ବଞ୍ଚିତ କରାଯିବ। ଆଜିର ଏହି କାର୍ଯ୍ୟକ୍ରମରେ ‌ଡେପୁଟି ମେୟର ମଞ୍ଜୁଲତା କ

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *