ଖେଳଦେଶ- ବିଦେଶ

ଲର୍ଡସ ଟେଷ୍ଟ : ରୁଟଙ୍କ ଶତକ ପରେ ଇଂଲଣ୍ଡକୁ ବୁମରାଙ୍କ ଝଟକା

ଲର୍ଡସ ଟେଷ୍ଟ : ରୁଟଙ୍କ ଶତକ ପରେ ଇଂଲଣ୍ଡକୁ ବୁମରାଙ୍କ ଝଟକା

ଲଣ୍ଡନର ଐତିହାସିତ ଲର୍ଡସଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଆଜି ହେଉଛି ୨ୟ ଦିବସ । ୨ୟ ଦିବସରେ ଜୋ ରୁଟଙ୍କ ଶତକ ଅର୍ଜନ କରିଛନ୍ତି । ତେବେ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଫଳରେ ଭାରତ ଆଉ ୩ଟି ଓ୍ବିକେଟ ହାସଲ କରିବା ସହ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଛି

ଲର୍ଡସ/ନୂଆଦିଲ୍ଲୀ୧୧-୦୭-୨୦୨୫(ଏସ .ଏମ ) : ଣ୍ଡନର ଐତିହାସିତ ଲର୍ଡସଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଆଜି ହେଉଛି ୨ୟ ଦିବସ । ୨ୟ ଦିବସରେ ଜୋ ରୁଟଙ୍କ ଶତକ ଅର୍ଜନ କରିଛନ୍ତି । ତେବେ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଫଳରେ ଭାରତ ଆଉ ୩ଟି ଓ୍ବିକେଟ ହାସଲ କରିବା ସହ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଛି । ସର୍ବଶେଷ ସୂଚନା ଅନୁସାରେ ଇଂଲଣ୍ଡ ୭ ଓ୍ବିକେଟ ହରାଇ ୨୭୧ ରନ କରିଛି । ଏବେ ଜେମି ସ୍ମିଥ ୧୦ ରନରେ ଓ ବ୍ରାଇଡନ କାର୍ସେ ୦ ରନରେ ଖେଳୁଛନ୍ତି ।

ଆଜି ଇଂଲଣ୍ଡ ଗତ କାଲିର ସ୍କୋର ୨୫୧/୪ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଗତ କାଲି ୯୯ ରନରେ ଅପରାଜିତ ଥିବା ଜୋ ରୁଟ୍ ଆଜି ଖେଳ ଆରମ୍ଭ ହେଉ ହେଉ ନିଜର ଶତକ ପୂରଣ କରିଥିଲେ । ତେବେ ଗତ କାଲି ୩୯ ରନରେ ଅପରାଜିତ ଥିବା ବେନ ଷ୍ଟୋକ୍ସ ଆଉ ମାତ୍ର ୫ ରନ ଯୋଗ କରିବା ପରେ ଯଶପ୍ରୀତ ବୁମରାଙ୍କ ବଲରେ ବୋଲଡ୍ ଆଉଟ ହୋଇଥିଲେ । ସେହିପରି ରୁଟ ମଧ୍ୟ ଆଉ ୫ ରନ ଯୋଗ କରିବା ପରେ ବୁମରାଙ୍କ ବଲରେ ବୋଲଡ୍ ଆଉଟ ହୋଇଥିଲେ । ବୁମରା ମଧ୍ୟ କ୍ରିସେ ଓକ୍ସଙ୍କ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରାଇଦେଇଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *