ଅପରାଧଘଟଣା ଦୁର୍ଘଟଣାରାଜ୍ୟ

ଲାଞ୍ଚ ନେବା ବେଳେ ବାଙ୍କୋଇ ଫାଣ୍ଡି ଏଏସଆଇ ଓ ହୋମଗାର୍ଡଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍

ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍

ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ। ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପି କେ ସୁନ୍ଦରାୟ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ବୋଲଗଡ଼/ଭୁବନେଶ୍ୱର ୨୪-୦୫-୨୦୨୫(ଏସ.ଏମ ) : ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ। ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପି କେ ସୁନ୍ଦରାୟ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଦୁହେଁ ଜଣେ ଲୋକଙ୍କଠାରୁ କେସ ଡାଏରିରୁ ନାଆଁ ହଟାଇବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ। ଏହାପରେ ଅଭିଯୋଗକାରୀ ଖୋର୍ଦ୍ଧା ଭିଜିଲାନ୍ସଙ୍କ ନିକଟରେ ଏନେଇ ସୂଚନା ଦେଇଥିଲେ।

ାହ

ଏହାପରେ ଯୋଜନାବଦ୍ଧ ଭାବେ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପି କେ ସୁନ୍ଦରାୟଙ୍କୁ ମାଡ଼ିବସିଥିଲେ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ପୋଲିସ ବାବୁ ।  କେସରୁ ନାମ କାଟିବାକୁ ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ ଟିମ୍ । ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଫାଣ୍ଡି  ଏଏସଆଇ  ତୁଷାରକାନ୍ତ ନାୟକଙ୍କ ସହ ଫାଣ୍ଡି ହୋମଗାର୍ଡ ତଥା ଡ୍ରାଇଭରଙ୍କୁ ଧରିଛି ଭିଜିଲାନ୍ସ ।

ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପି କେ ସୁନ୍ଦରାୟ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଦୁହେଁ ଜଣେ ଲୋକଙ୍କଠାରୁ କେସ ଡାଏରିରୁ ନାଆଁ ହଟାଇବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ। ଏହାପରେ ଅଭିଯୋଗକାରୀ ଖୋର୍ଦ୍ଧା ଭିଜିଲାନ୍ସଙ୍କ ନିକଟରେ ଏନେଇ ସୂଚନା ଦେଇଥିଲେ।ଏହାପରେ ଯୋଜନାବଦ୍ଧ ଭାବେ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପି କେ ସୁନ୍ଦରାୟଙ୍କୁ ମାଡ଼ିବସିଥିଲେ।

vgh

ମିଳିଥିବା ସୁଚନା ଅନୁସାରେ ଏକ ମାମଲାରେ ନାମ କାଟିବା ଦେବା ପାଇଁ ପେୁଲିସ ବାବୁ ଲାଞ୍ଚ ମାଗିଥିଲେ  । ଏନେଇ  ଭିଜିଲାନ୍ସ ସହ ଯୋଗାଯୋଗ କରି ଯୋଜନା ମୁତାବକ ଶୁକ୍ରବାର ବିଳମ୍ବିତ ରାତିରେ ରସାୟନ ବୋଳା ୧୦ହଜାର ଟଙ୍କା ଲାଞ୍ଚୁଆ ପୁଲିସ ବାବୁଙ୍କୁ ଡ୍ରାଇଭର ମାଧ୍ଯମରେ ନେଉଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କ ଦୁଇଜଣଙ୍କୁ ଘଟଣା ସ୍ଥଳରେ ଧରିବା ସହ ତାଙ୍କ ପାଖରୁ ରସାୟନ ବୋଳା ଟଙ୍କା ଜବତ କରିଥିଲା । ସୂଚନାଯୋଗ୍ୟ, ଏଏସଆଇ  ତୁଷାର ନାୟକ ଉଲ୍ଲେଖନୀୟ ସେବା ପାଇଁ ଖୋର୍ଦ୍ଧା ପ୍ରଶାସନ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *