ଦେଶ- ବିଦେଶ

ଲାହୋର-କରାଚିରେ ଏୟାରସ୍ପେସ୍ ବନ୍ଦ

ଲାହୋର-କରାଚିରେ ଏୟାରସ୍ପେସ୍ ବନ୍ଦ

ପାକିସ୍ତାନକୁ ଘାରିଛି ଆକ୍ରମଣ ଭୟ

ନୂଆଦିଲ୍ଲୀ /ଭୁବନେଶ୍ୱର ୦୨-୦୫-୨୦୨୫(ଏସ,ଏମ ) : ନଉଛି ଯୁଦ୍ଧ ସ୍ଥିତି । ଭାରତରେ ଆକ୍ସନ ହେଲେ ପାକିସ୍ତାନରେ ଦେଖିବାକୁ ମିଳୁଛି ହଲଚଲ । ଗତକାଲି ଭାରତ ପାକିସ୍ତାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିବା ପରେ ଆଜି ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ଲାହୋର-କରାଚିରେ ଏୟାର ସ୍ପେସକୁ ବନ୍ଦ କରିଛି ।ତେବେ ମେ’ ୧ରୁ ମେ’ ୩୧ରୁ ଯାଏଁ ଭୋର ୪ଟାରୁ ସକାଳ ୮ଟା ପର୍ଯ୍ଯନ୍ତ ଏୟାର ସ୍ପେସ୍ ବନ୍ଦ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ପୂର୍ବରୁ ଭାରତ ପାଇଁ ପାକିସ୍ତାନ ନିଜର ସମସ୍ତ ଏୟାର ସ୍ପେସ୍ ବନ୍ଦ କରିଥିବା ବେଳେ ଗତକାଲି ଭାରତ ପାକିସ୍ତାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିଛି ।ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନକୁ ପୁଣି ପାନେ ଦେଇଛି ଭାରତ । ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ପାକିସ୍ତାନ ଉପରେ ପୁଣି ପ୍ରହାର ପକାଇ ଗତକାଲି ପାକିସ୍ତାନର ସବୁ ଉଡାଣ ଉପରେ କଟକଣା ଲଗାଇଛି । ଯାହା ଫଳରେ ଭାରତ ଉପର ଦେଇ ଉଡିପାରିବନି କୌଣସି ବି ପାକିସ୍ତାନ ବିମାନ । ମେ ୨୩ ଯାଏଁ ଏୟାରସ୍ପେସ୍ ବନ୍ଦ ରଖିଛି ଭାରତ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *