ରାଜନୀତିରାଜ୍ୟ

ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍ ରେଳ ଷ୍ଟେସନର ସମୀକ୍ଷା

ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍ ରେଳ ଷ୍ଟେସନର ସମୀକ୍ଷା

‘ଅକ୍ଟୋବର ୩୧ରେ ଲୋକାର୍ପଣ’

ନୂଆ ରୂପ ପାଇବାକୁ ଯାଉଛି ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍ ରେଳ ଷ୍ଟେସନ। ନୂଆ ଲିଫ୍ଟ ନିର୍ମାଣ ସହ ଫୁଟ୍ଓଭର ବ୍ରିଜ୍‌, ଅତ୍ୟାଧୁନିକ ଶୌଚାଳୟ, କାଫେଟେରିଆ, କମର୍ସିଆଲ୍ କମ୍ପ୍ଲେକ୍ସ, ଯାତ୍ରୀଙ୍କ ବିଶ୍ରାମ ପାଇଁ ଶୀତତାପ ନିୟନ୍ତ୍ରିତ କୋଠରୀ କାର୍ଯ୍ୟ ଜାରି ରହିଛି।

ଭୁବନେଶ୍ୱର ୦୯-୦୪-୨୦୨୫(ଏସ.ଏମ ) :  ନୂଆ ରୂପ ପାଇବାକୁ ଯାଉଛି ଲିଙ୍ଗରାଜ ଟେମ୍ପଲ୍‌ ରୋଡ୍ ରେଳ ଷ୍ଟେସନ। ନୂଆ ଲିଫ୍ଟ ନିର୍ମାଣ ସହ ଫୁଟ୍ଓଭର ବ୍ରିଜ୍‌, ଅତ୍ୟାଧୁନିକ ଶୌଚାଳୟ, କାଫେଟେରିଆ, କମର୍ସିଆଲ୍ କମ୍ପ୍ଲେକ୍ସ, ଯାତ୍ରୀଙ୍କ ବିଶ୍ରାମ ପାଇଁ ଶୀତତାପ ନିୟନ୍ତ୍ରିତ କୋଠରୀ କାର୍ଯ୍ୟ ଜାରି ରହିଛି। ଅକ୍ଟୋବର ୩୧ ଭିତରେ ଷ୍ଟେସନ୍‌ର ନବୀକରଣ କାର୍ଯ୍ୟ ଶେଷ ସହ ଲୋକାର୍ପଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ସୂଚନା ଅନୁଯାୟୀ ମୋଟ ୧୯.୫୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପରେ ୭୬୫ ବର୍ଗ ମିଟରର ଜି+୨ର ଏକ ନୂତନ ଷ୍ଟେସନ ବିଲ୍ଡିଂ ନିର୍ମାଣ ହେଉଛି। ବର୍ତ୍ତମାନ ଷ୍ଟେସନର ସମ୍ମୁଖ ଭାଗରେ ୧୧୦୦ ବର୍ଗ ମିଟରର ବିଲ୍ଡିଂର ନବୀକରଣ ଚାଲିଛି। ୧୨ ମିଟର ଓସାରର ଏକ ଫୁଟ୍ଓଭର ବ୍ରିଜ୍, ୨୬୦ ବର୍ଗ ମିଟର ଅଞ୍ଚଳରେ ଦୁଇ ଓ ତିନି ଚକିଆ ଯାନ ପାଇଁ ପୃଥକ୍ ପୃଥକ୍ ପାର୍କିଂ, ୧୩୦ ବର୍ଗ ମିଟରର ଏକ ପ୍ରତୀକ୍ଷାଳୟ ନିର୍ମାଣ ହେବ। ପୁରୁଷ ଓ ମହିଳାଙ୍କ ପାଇଁ ୬୫ ବର୍ଗମିଟରର ପ୍ରିମିୟମ୍ ମଡ୍ୟୁଲାର ଟଏଲେଟ୍, ୧, ୨ ଓ ୩ ନମ୍ବର ପ୍ଲାଟଫର୍ମରେ ଗ୍ରାନାଇଟ୍ ଓ ମୋଜାଇକ୍ ଚଟାଣ ଲାଗି ମଧ୍ୟ ଯୋଜନା ରହିଛି। ଏଥିସହ ୨୯ ବେଜ୍‌ର ଅତିରିକ୍ତ ପ୍ଲାଟଫର୍ମ ସେଲ୍ଟର ନିର୍ମାଣ କରାଯିବ। ଏହାବ୍ୟତୀତ କୋଚ୍ ଇଣ୍ଡିକେସନ ବୋର୍ଡ, ଟ୍ରେନ୍ ଇଣ୍ଡିକେସନ ବୋର୍ଡ ଓ ସାଇନ୍‌ଏଜ୍‌ ଲାଗି ମଧ୍ୟ ରେଳ ମନ୍ତ୍ରଣାଳୟ ଅନୁଦାନ ଦେଇଛି। ଏହି ଷ୍ଟେସନ କାମ ସମ୍ପୂର୍ଣ୍ଣ ହେଲେ ତୀର୍ଥଯାତ୍ରୀଙ୍କୁ ବେଶ୍ ସହାୟକ ହେବ। ସାଂସଦଙ୍କ ସମୀକ୍ଷା ସମୟରେ ଡିଆରଏମ୍ ଏଚ ଏସ ବାଜୱା, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *