LatestNewsଅପରାଧଘଟଣା ଦୁର୍ଘଟଣାରାଜନୀତିରାଜ୍ୟ

ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର

ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି….

ଭଦ୍ରକ/ଭୁବନେଶ୍ୱର ୧୧-୦୬-୨୦୨୫(ଏସ.ଏମ ) :  ଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି।ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି। ସୂଚନା ମୁତାବକ ଧାମନଗର ବିରୁହାଁ ଅଂଚଳର ରାଜଶ୍ରୀ ତ୍ରିପାଠୀ ଭଦ୍ରକ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ଯ୍ୟରତ ଥିବା ବେଳେ ଆରଡ଼ି ଛକ କେନାଲ ବନ୍ଧରେ ଭଡାଘରେ ରହୁଥିଲେ କିନ୍ତୁ କଲେଜ ଛୁଟି ଥିବାରୁ ନିଜ ଘରକୁ ଯାଇଥିଲେ ।ବୁଧବାର ସକାଳୁ ଘର ମାଲିକ ଫୋନ କରି ଜଣାଇଥିଲେ ଘର ଚାବି ଖୋଲା ଅଛି ଏବଂ ଚୋରି ହୋଇଥିବା ନେଇ ସନ୍ଦେହ କରୁଛୁ ବୋଲି କହିବାରୁ ରାଜଶ୍ରୀ ଫୋନ ଯୋଗେ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଜଣାଇଥିଲେ,ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ବ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ଆସି ତଦନ୍ତ କରୁଛି।ରାଜଶ୍ରୀଙ୍କ ଘରୁ ୮୦ ଭରି ସୁନା ସହ ୬୦ହଜାର ଟଙ୍କା ଚୋରି ହୋଇଛି। ସେହିପରି ପାଖରେ ଆଉ ଜଣେ ମହିଳା ଭଡ଼ାଘରେ ରହୁଥିବା ବାଲିପୋଖରୁ ବାସିନ୍ଦା ଈପ୍ସା ତ୍ରିପାଠୀଙ୍କର ମଧ୍ୟ ଚୋରି ହୋଇଛି ତାଙ୍କର ୨୫ ଭରି ସୁନା ଅଳଙ୍କାର ସହ ୫୦ ହଜାର ଟଙ୍କା ମଧ୍ୟ ଚୋରି ହୋଇଥିବା ସେ କହିଛନ୍ତି। ତେବେ ଚୋରି ହୋଇଥିବା ଦୁଇ ଘରେ କେହି ନଥିବା ସୁଯୋଗ ନେଇ ଚୋର କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଚୋରି କରିନେଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *