LatestNewsPoliticsଦେଶ- ବିଦେଶରାଜନୀତି

ଲୋକସଭାରେ ପ୍ରବଳ ହଙ୍ଗାମା: ଦିନ ୨ଟା ଯାଏଁ ଗୃହ ମୁଲତବୀ, ରାହୁଲ ଆଣିଲେ ସାଙ୍ଘାତିକ ଅଭିଯୋଗ

ଲୋକସଭାରେ ପ୍ରବଳ ହଙ୍ଗାମା: ଦିନ ୨ଟା ଯାଏଁ ଗୃହ ମୁଲତବୀ, ରାହୁଲ ଆଣିଲେ ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୧-୦୭-୨୦୨୫(ଏସ.ଏମ. ) : ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହ ସରଗରମ ହୋଇଥିବା ବେଳେ ବିରୋଧୀ ଦଳ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଗୃହରେ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଅପରେସନ ସିନ୍ଦୂର ଏବଂ ପହଲଗାମ୍ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଦେଖା ଦେଇଥିଲା ହୋହଲ୍ଲା ପରିସ୍ଥିତି । ଗୃହରେ ହଙ୍ଗାମା ହେବାକୁ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବୀ କରାଯାଇଛି । ତେବେ ପୂର୍ବରୁ ମଧ୍ଯ ୧୨ ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଆଜି ଦୁଇ ଦୁଇ ଥର ଗୃହ ମୁଲତବୀ ହେଲାଣି ।ସେପଟେ ପ୍ରବଳ ବିରୋଧ ଯୋଗୁଁ ଗୃହ ମୁଲତବୀ ହେବା ପରେ ଗୃହ ବାହାରେ ପ୍ରତିକ୍ରିୟା ରଖିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । କହିଛନ୍ତି- ସରକାର ଗୃହ ଭିତରେ ବିରୋଧୀଙ୍କ ସ୍ୱରକୁ ଚାପିବାକୁ ଚେଷ୍ଟା କରୁଛନ୍ତି । ଯେଉଁଠି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗୃହରେ କହିବାକୁ ଅନୁମତି ଦିଆଯାଉଛି ସେଠାରେ କିନ୍ତୁ ବିରୋଧୀଙ୍କୁ ଅବା ବିରୋଧୀ ଦଳ ନେତାଙ୍କୁ କହିବାକୁ ଅନୁମତି ଦିଆଯାଉନାହିଁ । ଏହା ଏକ ନୂତନ ଧାରା..

ପ୍ରିୟଙ୍କା ଗାନ୍ଧୀ ମଧ୍ଯ ବିରକ୍ତି ପ୍ରକାଶ କରି କହିଛନ୍ତି- ଯଦି ସରକାର ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ତେବେ କଣ ପାଇଁ ବିରୋଧୀ ଦଳ ନେତାଙ୍କୁ କହିବାକୁ ଦିଆଯାଉନି । କହିବା ପାଇଁ ସିଏ ଛିଡା ହୋଇଥିଲେ ମାନେ କହିବାକୁ ସୁଯୋଗ ଦେବା କଥା । ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅପରେସନ ସିନ୍ଦୂର ନେଇ ପ୍ରଶ୍ନ ଉଠାଇଛନ୍ତି । ଏଯାଏଁ କାହିଁକି ପହଲଗାମ ହମଲାର ପ୍ରକୃତ ଆତଙ୍କୀଙ୍କୁ ଧରାଯାଇନି କି ହତ୍ୟା କରାଯାଇନି ବୋଲି ପ୍ରଶ୍ନ କରିବା ସହ ଭାରତ-ପାକିସ୍ତାନ ଯୁଦ୍ଧରେ ଟ୍ରମ୍ପ ବାରମ୍ବାର ମଧ୍ୟସ୍ଥତା କହିବା ଭାରତ ପାଇଁ ଅପମାନଜନକ ବୋଲି କହିଛନ୍ତି ଖଡଗେ । ଖଡଗେଙ୍କୁ ଜବାବ ଦେବାକୁ ଯାଇ ନଡ୍ଡା କହିଛନ୍ତି ପହଲଗାମ୍ ହମଲାର ୮ ଦିନ ଭିତରେ ଏଭଳି ଏକ କାର୍ଯ୍ଯାନୁଷ୍ଠାନ ହେଲା ଯାହା ଆଜି ଯାଏଁ କୌଣସି ବି ଅପରେସନରେ ହୋଇନି । ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ନଡ୍ଡା କହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ଯ ସମାନ କଥା ଦୋହରାଇଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *