LatestNewsPoliticsTOP STORIESଘଟଣା ଦୁର୍ଘଟଣାବିଶେଷ ସ୍ତମ୍ବରାଜନୀତିରାଜ୍ୟଶିକ୍ଷାସମସ୍ୟା ଭିତ୍ତିକ ଖବରସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ଶବ ପାଲଟିଲା ସାହସୀ ଝିଅ..

ଶବ ପାଲଟିଲା ସାହସୀ ଝିଅ…

ସମସ୍ତଙ୍କ ଆଖିରେ ଆଖିଏ ଲୁହ

ଗାଁର ସାହସୀ ଝିଅ, ଗାଁର ସୁନା ଝିଅ, ଖଣ୍ଡମଣ୍ଡଳର ପରିଚିତ ଚେହେରା ଯେତେବେଳେ ପେଟ୍ରୋଲ ନିଆଁରେ ଜଳି ଜୀବନ ପାଇଁ ମୃତ୍ୟୁ ସହ ସଂଘର୍ଷ କରୁଥିଲା ସେତେବେଳେ ସାରା ଅଞ୍ଚଳର ଲୋକେ ତା ପାଇଁ ପ୍ରାର୍ଥନା କରିଥିଲେ

ବାଲେଶ୍ବର, ୧୫-୦୭-୨୦୨୫(ଏସ.ଏମ ) :  ଗାଁ କାନ୍ଦୁଛି, ମାଆ କାନ୍ଦୁଛି.. ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ସାହସୀ ଝିଅ ଶବ ପାଲଟିଯିବା ପରେ ସମସ୍ତେ ସ୍ତବ୍ଧ, ସମସ୍ତେ ନୀରବ, ଏକଦମ ଚୁପ । ଦିନ କେଇଟାରେ କଣ ସବୁ ଘଟିଗଲା ନା ପରିବାର ଲୋକେ ଜାଣି ପାରିଛନ୍ତି ନା ଗାଁ ଲୋକେ ବୁଝି ପାରୁଛନ୍ତି ।ଗାଁର ସାହସୀ ଝିଅ, ଗାଁର ସୁନା ଝିଅ, ଖଣ୍ଡମଣ୍ଡଳର ପରିଚିତ ଚେହେରା ଯେତେବେଳେ ପେଟ୍ରୋଲ ନିଆଁରେ ଜଳି ଜୀବନ ପାଇଁ ମୃତ୍ୟୁ ସହ ସଂଘର୍ଷ କରୁଥିଲା ସେତେବେଳେ ସାରା ଅଞ୍ଚଳର ଲୋକେ ତା ପାଇଁ ପ୍ରାର୍ଥନା କରିଥିଲେ, ଦୀପ ଜାଳିଥିଲେ ଆଉ ଆଜି ଯେତେବେଳେ ସେହି ଝିଅ ପାଇଁ ଚିତା ସଜଡା ଯାଉଛି, ଜୁଇ ନିଆଁରେ ସେ ଜଳିଯାଉଛି ସେ କଥାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ଗ୍ରାମବାସୀ ।କାରଣ ସୌମ୍ଯାଶ୍ରୀ ଥିଲେ ସବୁ ଗୁଣରେ ଏକ ନମ୍ବର । କଥାରେ କାମାରେ ଥିଲେ ଆଗରେ । କବିତା, ଖେଳ, ନାରୀ ସୁରକ୍ଷା, ନାରୀ ସଶକ୍ତିକରଣ ଏବଂ ଆତ୍ମସୁରକ୍ଷାର କଳା ଶିଖାଉଥିଲେ ସୌମ୍ୟାଶ୍ରୀ । ପିଲାଙ୍କୁ ଏତେ ଶିକ୍ଷା ଦେଉଥିବା ଝିଅ ଆଜି କାହିଁକି ହାରିଗଲା ସେ କଥା କାନ୍ଦି କାନ୍ଦି ଭାବି ହେଉଛନ୍ତି ଗ୍ରାମବାସୀ । ଗାଁରେ ଛାତ୍ରୀଙ୍କ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ଘର ଆଗରେ ମାଳ ମାଳ ଲୋକ ରୁଣ୍ଡ ହୋଇଥିଲେ । ଗାଁ ଶ୍ମଶାନରେ ଆଖପାଖ ଗାଁ ଲୋକଙ୍କ ଭିଡ ଲାଗିଛି । ଝିଅକୁ ସମସ୍ତେ ଭଲପାଆନ୍ତି ବୋଲି ଧାଇଁ ଆସିଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *