ଦେଶ- ବିଦେଶରାଜନୀତି

ଶାହଙ୍କ ବଡ଼ ବୟାନ: ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ

ଶାହଙ୍କ ବଡ଼ ବୟାନ: ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ

  • ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଶାହଙ୍କ ବୟାନ।
  • ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ।
  • ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି।
  • ସବୁ ପରିସ୍ଥିତିକୁ ସାମ୍ନା କରିବ କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ ।

ନୂଆଦିଲ୍ଲୀ /ଭୁବନେଶ୍ୱର ୨୩-୦୪-୨୦୨୫(ଏସ.ଏମ ) : ହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଶାହଙ୍କ ବୟାନ। ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ। ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି। ସବୁ ପରିସ୍ଥିତିକୁ ସାମ୍ନା କରିବ କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ । ଏଥିସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ। ଶ୍ରୀନଗରରେ ୨୮ ଜଣ ମୃତକଙ୍କୁ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ।  ଏହାସହ ମେଡିକାଲରେ ଆହତଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।  ଆହତଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି ଶାହ। ଶାହଙ୍କ ସହ ଉପ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ଜମ୍ମୁକଶ୍ମୀରରେ ସ୍ଥିତି ବୁଝିବା ପରେ ଅପରାହ୍ଣରେ ଦିଲ୍ଲୀ ଫେରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କ୍ୟାବିନେଟ୍ ସୁରକ୍ଷା ପରିଷଦ ବୈଠକରେ ଯୋଗଦେବେ।  ଏଥିସହ ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର।  ଦୁଇ ଦୁନିଆ ସାଉଦି ଆରବ ଗସ୍ତର ଅଧାରୁ ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ ଫେରିବା ପରେ ତୁରନ୍ତ ବିମାନ ବନ୍ଦରରେ ବୈଠକ କରିଛନ୍ତି ମୋଦୀ ।ସ୍ଥିତି ସମ୍ପର୍କର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଓ ଏନ୍‌ଏସ୍‌ଏ ଅଜିତ ଡୋଭାଲ। ଆଗକୁ ସରକାର କିଛି କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି । ସେପଟେ ଜମ୍ମୁ ପହଲଗାମରେ ଆତଙ୍କୀ ହମଲା ପରେ ସୀମାରେ ହାଇଆଲର୍ଟ। ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବା ବେଳେ ସେନାର ଯବାନମାନେ ପଇଁତରା ମାରୁଛନ୍ତି । ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ ।ହେଲିକପ୍ଟର ଓ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦୀଙ୍କ ତଲାସି ଅଭିଯାନ ଜାରି ରହିଛି । ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଏଲଜି ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଆତଙ୍କୀ ଆକ୍ରମଣରେ ମୋଟ ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ଓ ୩ଜଣ ସ୍ଥାନୀୟ ନାଗରିକ ଏବଂ ଜଣେ ଆଇବି ଅଧିକାରୀ ରହିଛନ୍ତି   । 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *