HealthLatestରାଜ୍ୟ

ଶିଶୁଭବନରେ ମିଳୁନି ଏପିଲେପ୍ସି ସର୍ଜରି ଚିକିତ୍ସା

ଶିଶୁଭବନରେ ମିଳୁନି ଏପିଲେପ୍ସି ସର୍ଜରି ଚିକିତ୍ସା

ବର୍ଷକୁ ୨ ଶହ ଶିଶୁରୋଗୀ ଯାଉଛନ୍ତି ମୁମ୍ବାଇ
ଶିଶୁରୋଗୀଙ୍କ ସ୍ନାୟୁଶଲ୍ୟ (ନ୍ୟୁରୋସର୍ଜରି) ବିଶେଷ କରି ଏପିଲେପ୍ସି ସର୍ଜରି ଚିକିତ୍ସା ଶିଶୁଭବନ କିମ୍ବା ଏସ୍‌ସିବିରେ ସମ୍ଭବ ହୋଇପାରୁନି। ସେଥିପାଇଁ ପ୍ରତିବର୍ଷ କେବଳ କଟକ ଜିଲ୍ଲାରୁ ପାଖାପାଖି ୪୦ଜଣ ଶିଶୁ ଯାଉଛନ୍ତି ମୁମ୍ବାଇ।

କଟକ/ଭୁବନେଶ୍ୱର ୨୦.୦୪.୨୦୨୫ (ଏସ .ଏମ ) : ଶିଶୁରୋଗୀଙ୍କ ସ୍ନାୟୁଶଲ୍ୟ (ନ୍ୟୁରୋସର୍ଜରି) ବିଶେଷ କରି ଏପିଲେପ୍ସି ସର୍ଜରି ଚିକିତ୍ସା ଶିଶୁଭବନ କିମ୍ବା ଏସ୍‌ସିବିରେ ସମ୍ଭବ ହୋଇପାରୁନି। ସେଥିପାଇଁ ପ୍ରତିବର୍ଷ କେବଳ କଟକ ଜିଲ୍ଲାରୁ ପାଖାପାଖି ୪୦ଜଣ ଶିଶୁ ଯାଉଛନ୍ତି ମୁମ୍ବାଇ। ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଉକ୍ତ ଶିଶୁମାନଙ୍କୁ ଚିହ୍ନଟ କରାଯାଇ ମୁମ୍ବାଇସ୍ଥିତ ଏଚ୍‌ଆରପିସି ଚିଲ୍‌ଡ୍ରେନ୍ ହସ୍ପିଟାଲକୁ ପଠାଯାଉଛି। ରାଜ୍ୟର ସବୁ ଜିଲ୍ଲାକୁ ହିସାବକୁ ନେଲେ ଏହି ସଂଖ୍ୟା ୨ ଶହରୁ ଅଧିକ ହୋଇଯାଉଛି। ଅନ୍ୟପଟେ ଏପିଲେପ୍ସି ଚିକିତ୍ସା ଏସ୍‌ସିବିରେ ମିଳୁଛି। ସେମାନଙ୍କୁ ଔଷଧ ଚିକିତ୍ସା ମିଳୁଥିବା ବେଳେ ସର୍ଜରି ଚିକିତ୍ସା କିନ୍ତୁ ମିଳୁନି। ଏପିଲେପ୍ସି ସର୍ଜରି କେଉଁ ଶିଶୁରୋଗୀଙ୍କର ହେବ ତାହା ଶିଶୁଭବନରେ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ପାଇଁ ମୁମ୍ବାଇର ଏଚ୍‌ଆରପିସି ଚିଲ୍‌ଡ୍ରେନ୍ ହସ୍ପିଟାଲକୁ ପଠାଯାଇଥାଏ। ସେଠାରେ ସେମାନଙ୍କ ଚିକିତ୍ସା ଓ ରହିବା ଖର୍ଚ୍ଚ ସରକାର ବହନ କରିଥାନ୍ତି। ଏସ୍‌ସିବି ଓ ଶିଶୁଭବନରେ ଏପିଲେପ୍ସି ସର୍ଜରି ଓ ହୃଦ୍‌ ଅସ୍ତ୍ରୋପଚାର ପାଇଁ ରାଜ୍ୟ ବାହାରର ୫ଟି ହସ୍ପିଟାଲକୁ ଏବେ ଶିଶୁଙ୍କୁ ପଠାଯାଉଛି। ଅନ୍ୟପଟେ ରାଜ୍ୟରେ ଶିଶୁରୋଗୀଙ୍କ ଚିକିତ୍ସାର ଏକମାତ୍ର ସରକାରୀ ହସ୍ପିଟାଲ କଟକ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ନାତକୋତ୍ତର ଶିଶୁରୋଗ ପ୍ରତିଷ୍ଠାନ (ଶିଶୁଭବନ)ରେ ୫ ବର୍ଷରେ ୧୦ ହଜାର ୧୫୪ ଶିଶୁଙ୍କ ଜୀବନ ଗଲାଣି। ଅର୍ଥାତ ଦିନକୁ ୫ରୁ ୬ ଜଣ ଶିଶୁଙ୍କର ଜୀବନ ଯାଉଛି ଶିଶୁଭବନରେ। ବିଭିନ୍ନ କାରଣରୁ ଏହି ଶିଶୁଙ୍କ ମୃତ୍ୟୁ ହେଉଥିବାବେଳେ ଅନେକ ଶିଶୁ ଠିକ୍‌ ସମୟରେ ଏସ୍‌ଏନ୍‌ସିୟୁ ପାଉ ନଥିବା ଅଭିଯୋଗ ହେଉଛି। ଏପରିକି ଅନେକ ଶିଶୁ ଗୁରୁତର ଅବସ୍ଥାରେ ଶେଷ ସମୟରେ ଶିଶୁଭବନ ଚିକିତ୍ସା ପାଇଁ ଆସୁଥିବାରୁ ସେମାନଙ୍କ ଚିକିତ୍ସା ଆରମ୍ଭ ହେଲାବେଳକୁ ଅକାଳରେ ସେମାନଙ୍କ ଜୀବନ ଚାଲିଯାଉଛି। ଏଭଳି ସ୍ଥିତିରେ ଶିଶୁଭବନ ନୂଆ କୋଠା ଲୋକାର୍ପଣ ହୋଇଥିଲେ ବି ସବୁ ବେଡ୍‌, ଆଇସିୟୁ କାର୍ଯ୍ୟକ୍ଷମ ହୋଇପାରୁନି। ଅବଶ୍ୟ ଶିଶୁଭବନରେ ପ୍ରତିବର୍ଷ ଶିଶୁ ମୃ୍ତ୍ୟୁସଂଖ୍ୟା ହ୍ରାସ ପାଉଛି। ୨୦୨୦ରେ ୨୨୮୭ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୨୧ରେ ୨୨୦୧, ୨୦୨୨ରେ ୨୩୪୪, ୨୦୨୩ରେ ୧୮୭୩, ୨୦୨୪ରେ ୧୪୪୯ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *