ଅପରାଧରାଜ୍ୟସମସ୍ୟା ଭିତ୍ତିକ ଖବର

ଶିଶୁ ଅନନ୍ତ ପୀଠ ବାବା ପର୍ଶୁରାମଙ୍କ ନାଆଁରେ ଥାନାରେ ମାମଲା ରୁଜୁ

ଶିଶୁ ଅନନ୍ତ ପୀଠ ବାବା ପର୍ଶୁରାମଙ୍କ ନାଆଁରେ ଥାନାରେ ମାମଲା ରୁଜୁ

ବାଲିପାଟଣା ସ୍ଥିତ ପଞ୍ଚସଖା ମହାପୁରୁଷ ଶିଶୁ ଅନନ୍ତ ପୀଠର ବାବା ପର୍ଶୁରାମ ନନ୍ଦୀ ଓରଫ ଦାସଙ୍କ ବିରୋଧରେ ପୀଠର ପରିବେଶ ନଷ୍ଟ କରିବା ସହ ଶ୍ରଦ୍ଧାଳୁ ଏବଂ କର୍ମକର୍ତ୍ତାଙ୍କୁ ଦୁର୍ବ୍ୟବହାର ଏବଂ ଅବାଧ ନିଶା କାରବାର ଏବଂ ସେବନ ସୀମା ଲଂଘୁଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି

ବାଲିପାଟଣା/ଭୁବନେଶ୍ୱର୦୮-୦୬-୨୦୨୫ (ଏସ .ଏମ ) : ରାଜ୍ୟର ୩୦୦ତମ ପର୍ଯ୍ୟଟନ ସ୍ଥଳୀ ବାଲିପାଟଣା ସ୍ଥିତ ପଞ୍ଚସଖା ମହାପୁରୁଷ ଶିଶୁ ଅନନ୍ତ ପୀଠର ବାବା ପର୍ଶୁରାମ ନନ୍ଦୀ ଓରଫ ଦାସଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି | ଏହି ଆଧ୍ୟାତ୍ମିକ ପୀଠର ପରିବେଶ ନଷ୍ଟ କରିବା ସହ ଆଧ୍ୟାତ୍ମିକ ବାତାବରଣର ପଥରୋଧ ସହ ଶ୍ରଦ୍ଧାଳୁ ଏବଂ କର୍ମକର୍ତ୍ତାଙ୍କୁ ଦୁର୍ବ୍ୟବହାର ଓ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଏବଂ ଅବାଧ ନିଶା କାରବାର ଏବଂ ସେବନ ସୀମା ଲଂଘୁଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି | ଆଧାର କାର୍ଡରେ ତାଙ୍କ ନାମ ପର୍ଶୁରାମ ଦାସ ରହିଥିବା ସ୍ଥଳେ ଜମିବାଡ଼ି କାଗଜରେ ନନ୍ଦୀ ରହୁଥିବା ଅଭିଯୋଗ ହୋଇଛି |ଆଜି ଶିଶୁ ଅନନ୍ତ ସ୍ମୃତି ସଂସଦ ସମ୍ପାଦିକା ତନୟା ଦାସ ଗୋସ୍ବାମୀ ଥାନାରେ ଏନେଇ ବାବାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି | ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ସୂଚନା ଦେଇଛନ୍ତି | ପୂର୍ବରୁ ଅଭିଯୋଗ ହୋଇଥିଲେ ହେଁ ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନ ନେବା ଯୋଗୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି |ସୂଚନା ଅନୁସାରେ ବାଲିପାଟଣା ଶିଶୁମଠ ସାହିରେ ମହାପୁରୁଷ ସିଦ୍ଧସାଧକ ଶିଶୁ ଅନନ୍ତଙ୍କ ଜନ୍ମ ପୀଠ ଏବଂ ସମାଧି ପୀଠ ରହିଛି | ଶହ ଶହ ବର୍ଷ ଧରି ଜରାଜୀର୍ଣ୍ଣ ଓ ଅବହେଳିତ ଅବସ୍ଥାରେ ପଡ଼ିରହିଥିବା ମହାପୁରୁଷଙ୍କ ସମାଧି ପୀଠକୁ ରାଜ୍ୟ ପର୍ଯ୍ୟଟନ ମାନ୍ୟତା ମିଳିବା ପରେ ପରିସରରେ ବିଭିନ୍ନ ଉନ୍ନତି କରଣ କାମ ଚାଲୁ ରହିଛି | ସ୍ଥାନୀୟ ପିରିଖା ପାଟଣା ଗ୍ରାମର ବାବା ପର୍ଶୁରାମ ନନ୍ଦୀ ବହୁ ବର୍ଷ ହେଲା ପୀଠରେ ରହି ପୂଜା କରୁଥିଲେ | ନୂତନ ରାଧାକୃଷ୍ଣଙ୍କ ଭବ୍ୟ ମନ୍ଦିରରେ ପ୍ରତିଷ୍ଠା ପରେ ପୂଜାପାଠ ଲାଗି ସ୍ମୃତି ସଂସଦ ତରଫରୁ ବ୍ରାହ୍ମଣ ପୂଜକ ନିୟୋଜିତ କରାଯାଇଛି | ଏହି ଆଧ୍ୟାତ୍ମିକ ସ୍ଥଳୀକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ , ବୁଦ୍ଧିଜୀବୀ , ଆଧ୍ୟାତ୍ମିକ ଗବେଷକ, ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି |

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *