ଶିଶୁ ମଙ୍ଗଳ କ୍ଲବର ବାର୍ଷିକ ଉତ୍ସବ
ଶିଶୁ ମଙ୍ଗଳ କ୍ଲବର ବାର୍ଷିକ ଉତ୍ସବ…
କିଶନନଗର ୧୧-୧୦-୨୦୨୫(ଏସ.ଏମ. ) : ଶିଶୁ ସାହିତ୍ୟ ପତ୍ରିକା “କୁନି ପ୍ରତିଭା”ର ଶୁଭ ଉନ୍ମୋଚନ ଓ କିଶ କିଶନନଗର ଶିଶୁ ମଙ୍ଗଳ କ୍ଲବର ୩ୟ ବାର୍ଷିକ ଉତ୍ସବ କିଶନନଗର ବାଲିଶୁକ୍ରୀ ସ୍ଥିତ ମୁକ୍ତେଶ୍ବର ମନ୍ଦିର ପରିସରରେ ପାଳିତ ହୋଇଯାଇଛି।ଅଧ୍ୟାପକ ଧରଣୀଧର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ବାରିକ, ମୁଖ୍ୟବକ୍ତା କାଳି ପ୍ରସନ୍ନ ମହାପାତ୍ର, ସମ୍ମାନିତ ଅତିଥି ଡାକ୍ତର ଶୁଭଶ୍ରୀ ପ୍ରଭା ସ୍ବାଇଁ, ସଂଯୁକ୍ତା ମେମୋରିଆଲଚାରିଟେବୁଲ ଟ୍ରଷ୍ଟ ଅଧ୍ଯକ୍ଷ ସମାଜସେବୀ ସନ୍ତୋଷ ରାଉତ, ବରିଷ୍ଠ ସମାଜସେବୀ ସୀତାରାମ ପଣ୍ଡା, ରୁଦ୍ରାକ୍ଷ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।ମହାନ୍ ସନ୍ଥ ସ୍ଵାମୀ ଅଦୈତା ନନ୍ଦ ମହାରାଜ କୁନି ପ୍ରତିଭାର ଶୁଭ ଉନ୍ମୋଚନ କରିଥିଲେ। ପତ୍ରିକା ସମ୍ପାଦକ ସତ୍ୟରଞ୍ଜନ ବାରିକ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ କ୍ଲବ ସଂଯୋଜକ ରକ୍ତଦାତା ଇଂ.ସେବକ ଶ୍ରୀକାନ୍ତ ଅତିଥ୍ ପରିଚୟ ପ୍ରଦାନ କରିଥିଲେ। ଉଲ୍ଲେଖନୀୟ କୃତିତ୍ବ ନେଇ ବହୁ ପ୍ରତିଭାଙ୍କୁ ସମ୍ବଦ୍ଧିତ କରାଯାଇଥିଲା।