TOP STORIESରାଜ୍ୟଶିକ୍ଷାସମସ୍ୟା ଭିତ୍ତିକ ଖବର

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ

କଟକ, ୧୯-୦୬-୨୦୨୫ (ଏସ.ଏମ ) :   ଟକ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ତଥା ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ସଚେତନତା ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଡକ୍ଟର ଦିବ୍ୟଲୋଚନ ମହାନ୍ତ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି ।୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି ପ୍ରକାରର ବୃତିରେ ନିୟୋଜିତ ନ କରିବା ଏବଂ ୧୫ରୁ ୧୮ ବର୍ଷ ବୟସର କିଶୋରମାନଙ୍କୁ ବିପଦଶଙ୍କୁଳ କାର୍ଯ୍ୟରେ ନିୟୋଜିତ କରିବାରୁ ନିବୃତ ରଖିବା ବାର୍ତା ନେଇ ଏହି ରଥ ଜିଲ୍ଲାର ୧୪ଟି ଯାକ ବ୍ଲକ ପରିଭ୍ରମଣ କରିବ ।ଶିଶୁ ଶ୍ରମିକ ନିୟୋଜିତ କରୁଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଜୋରିମାନା ଓ ଦଣ୍ଡବିଧାନର ପ୍ରାବଧାନ ରହିଛି । 

NEWS BY BIJAY KUMAR PANDA

ଏ ସମ୍ପର୍କରେ ଯେକୌଣସି ସଚେତନ ନାଗରିକ ନିଃଶୁଳ୍କ ଶ୍ରମିକ ସହାୟତା ହେଲପଲାଇନ୍ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ଲାଇନ୍ ନମ୍ବର ୧୦୯୮ରେ ଅଭିଯୋଗ କରିପାରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ନଥାଏ ବରଂ ସେମାନଙ୍କ ଉପଯୁକ୍ତ ଥଇଥାନ, ଶିକ୍ଷା ଓ ପରିବାରର ଆର୍ଥିକ ସ୍ଥିତି ଯାଂଚ କରାଯାଇ ସମସ୍ୟାର ସମାଧାନ ନିମନ୍ତେ ମଧ୍ୟ ପ୍ରୟାସ କରାଯାଇଥାଏ ।ଏହି ଅବସରରେ ଆଜି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ୍ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଦିବ୍ୟଲୋଚନ ମହାନ୍ତ ବୈଠକରେ ଅଧ୍ୟକ୍ଷତା କରି ଶିଶୁ ଶ୍ରମିକ ଭଳି ଏକ ସାମଜିକ ବ୍ୟାଧିକୁ ସମାଜରୁ ଦୂରୀଭୂତ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ । ବିଭିନ୍ନ ସ୍ଥାନରୁ ଶିଶୁ ଶ୍ରମିକମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇ ଅଚାନକ ଚଢାଉ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏଥିସହ ଉଦ୍ଧାର ହୋଇଥିବା ପିଲାମାନଙ୍କୁ ଉପଯୁକ୍ତ ଥଇଥାନ କରାଯିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ଉଦ୍ୟମ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ କାର୍ଯ୍ୟସ୍ଥଳୀ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ଶିଶୁ ଶ୍ରମିକ ନିୟୋଜନ କରାନଯିବା ସମ୍ପର୍କିତ ସଚେତନତା ବାର୍ତା ସମ୍ବଳିତ ପୋଷ୍ଟର ଲଗାଯିବା ଉପରେ ମଧ୍ୟ ବୈଠକରେ ମତ ପ୍ରକାଶ ପାଇଥିଲା । ବୈଠକରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଜଗଦୀଶ ଚନ୍ଦ୍ର ଜେନା, ପ୍ରଭାଗୀୟ ଶ୍ରମ ଆୟୁକ୍ତ  ହରପ୍ରିୟା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନ ଓ  ପ୍ରୀତିବନ୍ଧନ ଘଡାଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ପ୍ରଗତି ମହାନ୍ତି, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ଆଚାର୍ଯ୍ୟ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତା, ବିଭିନ୍ନ ଶ୍ରମିକ ସଂଗଠନର ନେତା ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *