ଶୀତଳ ଷଷ୍ଠୀର ପ୍ରଚାର ପ୍ରସାର ପାଇଁ ୧ କୋଟି ୮ ଲକ୍ଷ ଟଙ୍କାର ପାଣ୍ଠି ଘୋଷଣା
ଶୀତଳ ଷଷ୍ଠୀର ପ୍ରଚାର ପ୍ରସାର ପାଇଁ ୧ କୋଟି ୮ ଲକ୍ଷ ଟଙ୍କାର ପାଣ୍ଠି ଘୋଷଣା
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ସମ୍ବଲପୁରର ପ୍ରସିଦ୍ଧ ‘ଶୀତଳ ଷଷ୍ଠୀ’ ପର୍ବର ପ୍ରଚାର ପ୍ରସାର ପାଇଁ ୧ କୋଟି ୮ ଲକ୍ଷ ଟଙ୍କାର ପାଣ୍ଠି ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।
ସମ୍ବଲପୁର/ଭୁବନେଶ୍ୱର ୧୪-୦୫-୨୦୨୫ (ଏସ .ଏମ ) : ସମ୍ବଲପୁରର ପ୍ରସିଦ୍ଧ ‘ଶୀତଳ ଷଷ୍ଠୀ’ ପର୍ବର ପ୍ରଚାର ପ୍ରସାର ପାଇଁ ୧ କୋଟି ୮ ଲକ୍ଷ ଟଙ୍କାର ପାଣ୍ଠି ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ଦେବଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ଏହି ଆର୍ଥିକ ଅନୁଦାନ ସମ୍ବଲପୁରର କଳା, ସଂସ୍କୃତି ଓ ପାରମ୍ପରିକ ପର୍ବକୁ ଉଜାଗର କରିବାରେ ବିଶେଷ ସହାୟକ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି।ସୂଚନାଯୋଗ୍ୟ, ଶୀତଳ ଷଷ୍ଠୀ’ ଯାତ୍ରା ଓଡ଼ିଆ ସଂସ୍କୃତି, ପରମ୍ପରାର ଅନନ୍ୟ ବିଭବ। ଏହାର ପ୍ରଚାର, ପ୍ରସାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧ କୋଟି ୮ ଲକ୍ଷ ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଏହି ଆର୍ଥିକ ଅନୁଦାନ ସମ୍ବଲପୁରର ବିଭିନ୍ନ ଶୀତଳ ଷଷ୍ଠୀ ଯାତ୍ରା କମିଟି ଏବଂ ଅନୁଷ୍ଠାନମାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।