TOP STORIESଦେଶ- ବିଦେଶ

ଶେଷରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଶେଷରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଭାରତର କଡ଼ା ଆଭିମୁଖ୍ୟ ଆଗରେ ଭାଙ୍ଗିଲା ସେହବାଜ ସରିଫଙ୍କ ଗର୍ବ । ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏବେ ଭାରତ ସହ କଥା ହେବାକୁ ରାଜି ହୋଇଛନ୍ତି ସେହବାଜ

ନୂଆଦିଲ୍ଳୀ/ଭୁବନେଶ୍ୱର ୨୭-୦୫-୨୦୨୫(ଏସ .ଏମ ): ଶେଷରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତର କଡ଼ା ଆଭିମୁଖ୍ୟ ଆଗରେ ଭାଙ୍ଗିଲା ସେହବାଜ ସରିଫଙ୍କ ଗର୍ବ । ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏବେ ଭାରତ ସହ କଥା ହେବାକୁ ରାଜି ହୋଇଛନ୍ତି ସେହବାଜ । ଇରାନ୍‌ ଗସ୍ତରେ ଥିବା ସେହବାଜ ସରିଫ ସେଠାରେ କହିଛନ୍ତି, ଭାରତ ସହ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଘେରିବାକୁ ଲାଗିଛି ଭାରତ । ଆତଙ୍କବାଦ ପ୍ରସଙ୍ଗ, ପହଲଗାମ ଆକ୍ରମଣ, ପାକିସ୍ତାନର ଆତଙ୍କୀ ପ୍ରେମ ଓ ଭାରତର ‘ଅପରେସନ୍ ସିନ୍ଦୂର’ର ସଫଳତା ନେଇ ବିଭିନ୍ନ ଦେଶରେ ଆଲୋଚନା କରୁଛନ୍ତି ଭାରତୀୟ ପ୍ରତିନିଧି ଦଳ । ଆଉ ଭାରତର ଏଭଳି କଡ଼ା ଆଭିମୁଖ୍ୟ ଦେଖି ନିଜ ଛବି ସୁଧାରିବାକୁ ଚାହୁଛି ପାକିସ୍ତାନ । ଏହି ପରିପ୍ରେକ୍ଷୀରେ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତ ଦେଖାଦେଖି ନିଜ ସମର୍ଥିତ ଦେଶ ଭ୍ରମଣରେ ଅଛନ୍ତି ସେହବାଜ ସରିଫ । ତୁର୍କୀ, ଇରାନ, ଅଜରବୈଜାନ ଓ ତାଜାକିସ୍ତାନ ଗସ୍ତରେ ଅଛନ୍ତି ସେହବାଜ ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *