ଘଟଣା ଦୁର୍ଘଟଣାରାଜ୍ୟ

ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ

ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ…

ଭାଙ୍ଗିଦେଲେ ପରମ୍ପରା, ଚନ୍ଦନଲାଗି ପରେ ଭିତରକାଠ ପର୍ଯ୍ୟନ୍ତ ଗଲେ ଭକ୍ତ

  • ରବିବାର ବିଳମ୍ୱିତ ରାତିରେ ପୁଣି ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଛି।
  • ମହାପ୍ରଭୁଙ୍କ ଚନ୍ଦନଲାଗି ପରେ ଭକ୍ତ ବାହାର କାଠ ଡେଇଁ ଭିତରକାଠ ନିକଟରେ ଦର୍ଶନ କରିଛନ୍ତି।
  • ଚନ୍ଦନଲାଗି ପରେ ସେବାୟତ ପରିବାରବର୍ଗ ମଧ୍ୟ ଭିତରକାଠ ପର୍ଯ୍ୟନ୍ତ ଯିବା କେହି କେବେ ଦେଖିନାହିଁ।

 ପୁରୀ/ଭୁବନେଶ୍ୱର ୨୯-୦୯-୨୦୨୫(ଏସ.ଏମ ) : ବିବାର ବିଳମ୍ୱିତ ରାତିରେ ପୁଣି ଶ୍ରୀମନ୍ଦିର ନୀତିରେ ବ୍ୟାପକ ବିଭ୍ରାଟ ହୋଇଛି। ମହାପ୍ରଭୁଙ୍କ ଚନ୍ଦନଲାଗି ପରେ ଭକ୍ତ ବାହାର କାଠ ଡେଇଁ ଭିତରକାଠ ନିକଟରେ ଦର୍ଶନ କରିଛନ୍ତି। ଚନ୍ଦନଲାଗି ପରେ ସେବାୟତ ପରିବାରବର୍ଗ ମଧ୍ୟ ଭିତରକାଠ ପର୍ଯ୍ୟନ୍ତ ଯିବା କେହି କେବେ ଦେଖିନାହିଁ। ଏ କଥା ଜାଣି ମଧ୍ୟ ଜଣେ ବରିଷ୍ଠ ସେବାୟତ ୧୫ ଜଣ ଭକ୍ତଙ୍କୁ ନେଇ ଭିତରକାଠ ନିକଟରେ ଦର୍ଶନ କରାଇବାର ସୁଯୋଗ ଦେଇଛନ୍ତି। ସେଠାରେ ଭକ୍ତ ଦର୍ଶନ କରିବା ବେଳେ ଗର୍ଭଗୃହରୁ ସେବାୟତମାନେ ବଡ଼ ପାଟିରେ ବାରଣ ମଧ୍ୟ କରିଥିଲେ। ହେଲେ କେହି ଏହାକୁ ଭ୍ରୂକ୍ଷେପ କରି ନଥିଲେ। ଏଭଳି ନୀତି ବ୍ୟତିକ୍ରମ କାରଣରୁ ହଜାରେ ବର୍ଷର ପରମ୍ପରା ଭାଙ୍ଗିଥିବା କୁହାଯାଉଛି। ଗତକାଲି ମହାପ୍ରଭୁଙ୍କ ପଲଙ୍କ ବିଜେ ହେବା ପରେ ଯେଉଁ ଆଳତି ହେବା କଥା ତାହା ପଲଙ୍କ ବିଜେ ପୂର୍ବରୁ ହୋଇଥିଲା। କିଛି ଭକ୍ତଙ୍କୁ ଦର୍ଶନ କରାଇବା ପାଇଁ ପଲଙ୍କ ବିଜେ ନୀତିକୁ ଜାଣିଜାଣି ବିଳମ୍ବ କରାଯାଉଥିଲା। ଏଣୁ ପୁଷ୍ପାଳକ ସେବାୟତ ବିରକ୍ତି ପ୍ରକାଶ କରି ଆଳତି କରିଦେଇଥିଲେ। ଏହି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଜି କୌଣସି ବରିଷ୍ଠ ଅଧିକାରୀ ଭିଆଇପିଙ୍କ ସହ ଦେଖା ଯାଇନଥିଲେ। ବରିଷ୍ଠ ଅଧିକାରୀମାନେ ସମ୍ପୂର୍ଣ୍ଣ ବାହାରେ ରହିଥିଲେ। ରାତି ୯ଟା ୧୦ ମିନିଟ୍‌ରେ ଚନ୍ଦନ ଲାଗି ହୋଇଥିଲା। ଏହା ପରେ କୌଣସି ଭକ୍ତ ଜୟବିଜୟ ଦ୍ୱାର ଡେଇଁ ଭିତରକାଠ ପର୍ଯ୍ୟନ୍ତ ଯିବା କଥା ନୁହେଁ। କିନ୍ତୁ ୧୦ରୁ ୧୫ ଜଣ ରାଜନୈତିକ ନେତା ପହଞ୍ଚିଥିଲେ। ପଲଙ୍କ ବିଜେ ପରେ ପରେ ଆଳତି ହୋଇଥିଲା। ଆଳତି ସମୟରେ ହିଁ ଏହି ଭକ୍ତମାନେ ବାହାରକାଠ ଡେଇଁ ଜୟବିଜୟ ଦ୍ୱାର ଦେଇ ଭିତରକାଠ ନିକଟରେ ପହଞ୍ଚିଥିଲେ। ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ଦେଖି ସେବାୟତମାନେ ଭିତରୁ ବଡ଼ ପାଟିରେ ଡାକ ପକାଇଥିଲେ। ହୋହଲ୍ଲା ଶୁଣି ଶ୍ରୀମନ୍ଦିର ପୁଲିସ ସେମାନଙ୍କୁ ଫେରାଇ ଆଣିଥିଲା। ଏହି କଟକଣା ବାବଦରେ ସେମାନଙ୍କୁ ଜଣା ନଥିଲା ବୋଲି ଭକ୍ତମାନେ କହିଛନ୍ତି। କିନ୍ତୁ ସେମାନଙ୍କ ସହିତ ଥିବା ବରିଷ୍ଠ ସେବାୟତ ବାରଣ କରିବା ପରିବର୍ତ୍ତେ ସାଙ୍ଗରେ ନେଇ ଯାଇଥିଲେ କେମିତି ବୋଲି ପ୍ରଶ୍ନ ଉଠିଛି। ନିୟମିତ ନୀତି ବିଭ୍ରାଟ ଓ ବିଶୃଙ୍ଖଳାକୁ ନେଇ ସାଧାରଣ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେଠାରେ ଉପସ୍ଥିତ ଥିବା କେତେକ ସେବାୟତ ମଧ୍ୟ ଏହାକୁ ଘୋର ବିରୋଧ କରିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *