ଶ୍ରୀମୟୀଙ୍କ ସ୍ୱଜନପୋଷଣ କଥା
ଶ୍ରୀମୟୀଙ୍କ ସ୍ୱଜନପୋଷଣ କଥା…
ସ୍ୱଜନପୋଷଣ ରାଜନୀତି ଓ କଳା ଜଗତରେ ପ୍ରକୃତ ହକଦାରଙ୍କୁ ସୁଯୋଗରୁ ବଞ୍ଚିତ କରିଛି
ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ନିଜର ସୋସିଆଲ୍ ମିଡିଆ (ଫେସ୍ବୁକ୍)ରେ ଲେଖିଛନ୍ତି, ନେପୋଟିଜମ୍ ଅର୍ଥାତ୍ ସ୍ୱଜନପୋଷଣ, ଏକ ଏଭଳି ସାମାଜିକ ଓ ରାଜନୈତିକ ଅଭ୍ୟାସ, ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ଆତ୍ମୀୟତା, ବନ୍ଧୁତ୍ୱ ବା ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ।
ଭୁବନେଶ୍ୱର ୨୮-୦୯-୨୦୨୫(ଏସ.ଏମ.) : ପୁଣି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସ୍ୱଜନପୋଷଣ କଥା କହି ହଟଚମଟ ସୃଷ୍ଟି କରିଛନ୍ତି। ସେ ନିଜର ସୋସିଆଲ୍ ମିଡିଆ (ଫେସ୍ବୁକ୍)ରେ ଲେଖିଛନ୍ତି, ନେପୋଟିଜମ୍ ଅର୍ଥାତ୍ ସ୍ୱଜନପୋଷଣ, ଏକ ଏଭଳି ସାମାଜିକ ଓ ରାଜନୈତିକ ଅଭ୍ୟାସ, ଯାହା ଯୋଗ୍ୟତା ଓ ପ୍ରତିଭାକୁ ଅଣଦେଖା କରି ଆତ୍ମୀୟତା, ବନ୍ଧୁତ୍ୱ ବା ବ୍ୟକ୍ତିଗତ ସମ୍ପର୍କକୁ ଅଗ୍ରାଧିକାର ଦିଏ। ଏହା ସମାଜରେ ଅନେକ କ୍ଷେତ୍ରରେ, ଯଥା ରାଜନୀତି, ଶିକ୍ଷା, ଚାକିରି ଓ କଳା ଜଗତରେ, ପ୍ରକୃତ ହକଦାରଙ୍କୁ ସୁଯୋଗରୁ ବଞ୍ଚିତ କରିଛି। ଯେଉଁମାନେ ନିଜର କଠିନ ପରିଶ୍ରମ, ଦକ୍ଷତା ଓ ଯୋଗ୍ୟତା ବଳରେ ଆଗକୁ ବଢ଼ିବାର ଅଧିକାରୀ, ସେମାନେ ନେପୋଟିଜମ୍ର କବଳରେ ପଡ଼ି ପଛରେ ରହିଯାଆନ୍ତି। ଏହା ସମାଜରେ ଅସନ୍ତୋଷ, ଅନୈତିକତା ଓ ଅସମାନତାକୁ ମଧ୍ୟ ବୃଦ୍ଧି କରେ। ଶ୍ରୀମୟୀ ମିଶ୍ର କାହା ଉଦ୍ଦେଶ୍ୟରେ ଏକଥା କହିଛନ୍ତି, ତାହା ଅବଶ୍ୟ ସ୍ପଷ୍ଟ କରିନାହାନ୍ତି।