ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: କଳସ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ
ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ
କଳସ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ
ପୂଜାରୀପୁଟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶ୍ରଦ୍ଧାଳୁଙ୍କର ଭିଡ଼ ବଢ଼ିବାରେ ଲାଗିଛି। ଦ୍ବିତୀୟ ଦିନ ମଙ୍ଗଳବାର ପୂର୍ବାହ୍ନରେ ମନ୍ଦିରରୁ ୧୨୫ ଜଣ ମହିଳା କଳସ ଧରି ନରେନ୍ଦ୍ର ସରୋବରକୁ ଯାଇଥିଲେ। ସେଠାରେ ପୁଜାର୍ଚ୍ଚନା ପରେ କଳସରେ ପାଣି ନେଇ ସହର ପରିକ୍ରମା କରିଥିଲେ।
କୋରାପୁଟ/ଭୁବନେଶ୍ୱର ୩୦-୦୪-୨୦୨୫ (ଏସ.ଏମ ) : ସ୍ଥାନୀୟ ପୂଜାରୀପୁଟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶ୍ରଦ୍ଧାଳୁଙ୍କର ଭିଡ଼ ବଢ଼ିବାରେ ଲାଗିଛି। ଦ୍ବିତୀୟ ଦିନ ମଙ୍ଗଳବାର ପୂର୍ବାହ୍ନରେ ମନ୍ଦିରରୁ ୧୨୫ ଜଣ ମହିଳା କଳସ ଧରି ନରେନ୍ଦ୍ର ସରୋବରକୁ ଯାଇଥିଲେ। ସେଠାରେ ପୁଜାର୍ଚ୍ଚନା ପରେ କଳସରେ ପାଣି ନେଇ ସହର ପରିକ୍ରମା କରିଥିଲେ।ମନ୍ଦିରରେ ପହଞ୍ଚିବା ପରେ କଳସ ସ୍ଥାପନ କରାଯାଇଥିଲା ବୋଲି ସଂପାଦକ ଜୟନ୍ତ କୁମାର ମିଶ୍ର କହିଛନ୍ତି। ମଙ୍ଗଳବାର ଠାରୁ ହୋମ ଯଜ୍ଞ ଆରମ୍ଭ ହୋଇଥିବା ସଂପାଦକ କହିଛନ୍ତି। ବୁଧବାର ଦିନ ଅଷ୍ଟପ୍ରହରୀ, ସୂର୍ଯ୍ୟ ଓ ଧେନୁପୂଜା, ଘଟ ମଣ୍ଡଳାଦି ପୂଜା, ଦେବତା ମହାସ୍ନାନ, ସନ୍ଧ୍ୟା ଆଳତି ଏବଂ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି।
ଗତ ୨୮ତାରିଖ ଠାରୁ ଆରମ୍ଭ ହୋଇ ମେ’ ମାସ ୧ ତାରିଖ ପର୍ଯ୍ୟନ୍ତ ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯିବ। ଗତକାଲି ଶାଲା ପ୍ରତିଷ୍ଠା, ଦୀକ୍ଷା ଗ୍ରହଣ ଓ ଶୁଭ ଅଙ୍କୁରାରୋପଣ ଶେଷ କାର୍ଯ୍ୟକ୍ରମ ଶେଷ ହୋଇଛି। ୩୦ତାରିଖ ରାତ୍ରରେ ଦେବତା ପ୍ରାଣ ପ୍ରତିଷ୍ଠା, ମନ୍ଦିର ଓ ସିଂହାସନ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି। ମେ ମାସ ୧ ତାରିଖ ଦିନ ଧ୍ଵଜା କଳସ ସ୍ଥାପନ, ପାର୍ଶ୍ଵଦେବତା ସ୍ଥାପନ, ଦେବତା ମନ୍ଦିର ପ୍ରବେଶ ଓ ସ୍ଥାପନ ଏବଂ ପୂର୍ଣ୍ଣାହୁତି ପ୍ରଭୃତି କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି। ୪୦ ଗୋଟି କୀର୍ତ୍ତନ ଦଳ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି। କୋରାପୁଟ ସହର ଶ୍ରୀରାମମୟ ହୋଇଯାଇଛି।