ସଂପୂର୍ଣ୍ଣା ମିଡ଼ିଆ ଏଣ୍ଟରଟେନମେଣ୍ଟ ଆଣ୍ଡ ପବ୍ଲିକେସନ ଲୋକାର୍ପଣ ଉତ୍ସବ ଓ ସମ୍ବର୍ଧନା ସଭା
ସଂପୂର୍ଣ୍ଣା ମିଡ଼ିଆ ଏଣ୍ଟରଟେନମେଣ୍ଟ ଆଣ୍ଡ ପବ୍ଲିକେସନ ଲୋକାର୍ପଣ ଉତ୍ସବ ଓ ସମ୍ବର୍ଧନା ସଭା
ଫୁଲନଖରା ୦୧-୦୭-୨୦୨୫( ଏସ.ଏମ ) : ଫୁଲନଖରା ତ୍ରିନାଥ ବଜାର ସ୍ଥିତ ସଂପୂର୍ଣ୍ଣା ମଲ ପରିସରରେ ସଂପୂର୍ଣ୍ଣା ମିଡ଼ିଆ ଏଣ୍ଟରଟେନମେଣ୍ଟ ଆଣ୍ଡ ପବ୍ଲିକେସନର ଉନ୍ମୋଚନ ଉତ୍ସଵ,ସଂପୂର୍ଣ୍ଣା ମଲ ପକ୍ଷରୁ ଲକି ଡ୍ର କୁପନ୍ ଉଠାଣ ସହ ବିଜେତାଙ୍କୁ ପୁରସ୍କାର ବଣ୍ଟନ ଏବଂ ସାମାଜିକ ସଂଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେବା ସମ୍ମାନ ଆଦି କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି । ଟ୍ରଷ୍ଟ ସଂଯୋଜକ ଇଂ.ସେବକ ଶ୍ରୀକାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ମିଳିତ ଜାତିସଙ୍ଘରେ ଭାରତର ସଦସ୍ୟ ଡ଼କ୍ଟର ଦ୍ବୀପାୟନ ପଟ୍ଟନାୟକ ,ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାଶ,ସମ୍ମାନୀତ ଅତିଥି ଭାବେ ପ୍ରତିଷ୍ଠାତା ଜାଭା ଟେକ୍ନୋଆର୍ଟ ଶିକ୍ଷାବିତ୍ ରଶ୍ମିକାନ୍ତ ଦାସ,ବିଶିଷ୍ଠ ସମାଜସେବୀ ସନାତନ ପରିଜା,ପାଲାକାର ଯୁଧୁଷ୍ଠିର ପରିଜା,ମୁଖ୍ୟ ଉପଦେଷ୍ଟା ସଂପୂର୍ଣ୍ଣା ଗୃପର ବଲ୍ଲଭ ଚରଣ ରାଉତ,ଉପଦେଷ୍ଟା ସଂପୂର୍ଣ୍ଣା ମଲ ବିଦ୍ୟୁତ ରଞ୍ଜନ ମହାନ୍ତି, ଶିକ୍ଷାବିତ୍ ପ୍ରାଧ୍ୟାପକ ଡକ୍ଟର କଲିମୁଲ୍ଲା,ସମାଜସେବୀ ଶିଶିର ଚନ୍ଦ୍ର ଦାସ,ସୁରେଶ ବିଶ୍ବାଳ,ଇଂ.ବସନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରତିଷ୍ଠାତା ସମ୍ପାଦକ ସଂପୂର୍ଣ୍ଣା ଗୃପ ଯୁବ ସମାଜସେବୀ ସନ୍ତୋଷ କୁମାର ରାଉତ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସୋନାଲି ପୁହାଣ, ପଦ୍ମିନୀ ରାଉତ, ସୁଭେନ୍ଦୁ ବାରିକ,ଶିବପ୍ରସାଦ ଦାସ, ସଞ୍ଜୟ ସାମନ୍ତରାୟ, ବବିନା ରାଉତ, ପରିଚାଳନା ରେ ସହଯୋଗ କରିଥିଲେ, ସଭା ଶେଷରେ ଅନୁଷ୍ଠାନ ର ମ୍ୟାନେଜର ସୁଭେନ୍ଦୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।