ସଂଯୁକ୍ତା ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟକୁ ସମ୍ବର୍ଦ୍ଧନା
ସଂଯୁକ୍ତା ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟକୁ ସମ୍ବର୍ଦ୍ଧନା

କିଶନନଗର ,୧୨-୦୨-୨୦୨୫ (ଏସ .ଏଲ .ନ୍ୟୁଜ ) : {ଶଶିଭୂଷଣ ଚଇନି } କିଶନନଗର ତହସିଲ୍ ଅନ୍ତର୍ଗତ ସୋଗଲ ର ସଂଯୁକ୍ତା ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟକୁ ଫୁଲନଖରା ବ୍ରାହ୍ମଣଝରିଲୋପ୍ରିତ ‘ଆରାଧ୍ୟା କଲଚରାଲ୍ ଏକାଡେମି’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ସନ୍ତୋଷ କୁମାର ରାଉତ, ସଭ୍ୟ କିଶୋର ତ୍ରିପାଠୀ, ବିନୋଦ ବାରିକ, ସଂଯୋଜକ ଇଂ. ସେବକ ଶ୍ରୀକାନ୍ତ ଉପସ୍ଥିତ ରହି ପ୍ରତିଷ୍ଠାତା ସାମ୍ବାଦିକ ଅଜୟ ପାତ୍ର, ଟ୍ରଷ୍ଟି ନିର୍ମଳାବାଳା ପାତ୍ର ପ୍ରମୁଖଙ୍କ ଠାରୁ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ ।