ରାଜ୍ୟ

ସଂଯୁକ୍ତା ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟ ସମ୍ବର୍ଦ୍ଧିତ

ସଂଯୁକ୍ତା ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟ ସମ୍ବର୍ଦ୍ଧିତ

ଫୁଲନଖରା ୧୩-୧୦-୨୦୨୫(ଏସ.ଏମ. ) : ଟକ ଜିଲ୍ଲା ସାଲେପୁର ବ୍ଳକ୍ କିଶନନଗର ଥାନା ଉପକଣ୍ଠ ସୋଗଲ ଗ୍ରାମର ଅଗ୍ରଣୀ ସାମାଜିକ ସଙ୍ଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ (ଏସଏମସିଟି)କୁ ସମାଜସେବା, ରକ୍ତଦାନ, ପରିବେଶ ସୁରକ୍ଷା ସହ ଚାରା ରୋପଣ ଓ ବଣ୍ଟନ, ବାଳାଶ୍ରମ ଓ ବୃଦ୍ଧାଶ୍ରମ ମାନଙ୍କରେ ସେବା କାର୍ଯ୍ୟ, ରୋଗୀସେବା, ଶିକ୍ଷାଦାନ, ସାହିତ୍ୟ ସେବା, ପୂଜ୍ୟପୂଜା ସହ ପ୍ରତିଭା ସମ୍ମାନ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନେଇ କିଶନନଗର ଶିଶୁ ମଙ୍ଗଳ କ୍ଲବ୍ ପକ୍ଷରୁ ମୁକ୍ତେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥୁବା ତୃତୀୟ ବାର୍ଷିକ ଉତ୍ସବ ଓ ଶିଶୁ ପତ୍ରିକା ‘କୁନି ପ୍ରତିଭା’ ଉନ୍ମୋଚନ ପର୍ବରେ ସମ୍ବନ୍ଧିତ କରାଯାଇଛି। ମର୍ଯ୍ୟାଦାଜନକ ସମ୍ବଦ୍ଧନା ଟ୍ରଷ୍ଟ ପକ୍ଷରୁ ଅଧ୍ଯକ୍ଷ ସମାଜସେବୀ ତଥା ଯୁବନେତା ସନ୍ତୋଷ କୁମାର ରାଉତ ଉପସ୍ଥିତ ରହି ଗ୍ରହଣ କରିଥିଲେ। ସଭାରେ ମହାନ୍ ସନ୍ଥ ସ୍ଵାମୀ ଅଦୈତା ନନ୍ଦ ସରସ୍ୱତୀ, ଅଧ୍ୟାପକ ଧରଣୀଧର ଜେନା, ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ବାରିକ, କାଳିପ୍ରସନ୍ନ ମହାପାତ୍ର, ଡାକ୍ତର ଶୁଭଶ୍ରୀ ପ୍ରଭା ସ୍ଵାଇଁ, ବରିଷ୍ଠ ସମାଜସେବୀ ସୀତାରାମ ପଣ୍ଡା, ରୁଦ୍ରାକ୍ଷ ସେନାପତି, ଶିଶୁପତ୍ରିକାର ସମ୍ପାଦକ ସତ୍ୟରଞ୍ଜନ ବାରିକ, କ୍ଲବ୍ ସଂଯୋଜକ ପ୍ରାବନ୍ଧିକ ଇଂ. ସେବକ ଶ୍ରୀକାନ୍ତ ପ୍ରମୂଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ଅଧୁନା ସାଲେପୁର, କଟକ ସଦର, ବାରଙ୍ଗ ଓ ନିଆଳି ବ୍ଲକ ଆଦି ବିଭିନ୍ନ ସ୍ଥାନରେ ବହୁବିଧ ସେବାକାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *