ଅପରାଧଦୁର୍ନୀତିରାଜନୀତିରାଜ୍ୟଶିକ୍ଷା

ସଂସଦ ଘେରାଉ କରିବ କଂଗ୍ରେସ: ଅଳକା ଲାମ୍ବା

ସଂସଦ ଘେରାଉ କରିବ କଂଗ୍ରେସ: ଅଳକା ଲାମ୍ବା

  • ସଡ଼କରୁ ସଂସଦ ଯାଏ ଲଢେ଼ଇ ହେବ।
  • ପ୍ରତି ଜିଲ୍ଲା, ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀକୁ ଯିବ ମହିଳା କଂଗ୍ରେସ।
  • ନାରୀକୁ ସୁରକ୍ଷା ମିଳିବା ଯାଏଁ ଲଢ଼େଇ ଜାରି ରହିବ।
  • ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାକୁ ସମସ୍ତେ ସମର୍ଥନ କରିବାକୁ ଆହ୍ବାନ ଦେଇଛନ୍ତି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା।

ଭୁବନେଶ୍ୱର ୧୭-୦୭-୨୦୨୫(ଏସ.ଏମ .) : ଡ଼କରୁ ସଂସଦ ଯାଏ ଲଢେ଼ଇ ହେବ। ପ୍ରତି ଜିଲ୍ଲା, ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀକୁ ଯିବ ମହିଳା କଂଗ୍ରେସ। ନାରୀକୁ ସୁରକ୍ଷା ମିଳିବା ଯାଏଁ ଲଢ଼େଇ ଜାରି ରହିବ। ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରାକୁ ସମସ୍ତେ ସମର୍ଥନ କରିବାକୁ ଆହ୍ବାନ ଦେଇଛନ୍ତି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା। ଏଥିସହ କହିଛନ୍ତି, ଆସନ୍ତା ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ କଂଗ୍ରେସ ପକ୍ଷରୁ ସଂସଦ ଘେରାଉ କରାଯିବ। ଘେରାଉ ବେଳେ ଓଡ଼ିଶା ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ। ଓଡ଼ିଶାରେ ସରକାରୀ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ। ତେଣୁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ ବୋଲି ଶ୍ରୀମତୀ ଲାମ୍ବା ଦାବି କରିଛନ୍ତି।

ଓଡ଼ିଶା ପ୍ରସଙ୍ଗକୁ ପ୍ରାଥମିକତା
ରାଜ୍ୟରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ

ଆଜି କଂଗ୍ରେସ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଲାମ୍ବା କହିଛନ୍ତି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଦୁଇ ଦିନ ହେବ ଲଗାତାର ସାମାଜିକ ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି। ଆଜି ସକାଳେ ମୃତ ଛାତ୍ରୀଙ୍କ ପରିବାର ସହିତ କଥା ହେଇଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନା ସଂପର୍କରେ ବିଧାନସଭାରେ ପୂର୍ବରୁ ଆମ ବିଧାୟକମାନେ ମହିଳା ସୁରକ୍ଷା ପାଇଁ ଆଲୋଚନା କରିବାକୁ ଦାବି କରିବାରୁ ତାଙ୍କୁ ବିଧାନସଭାରୁ ବାହାର କରି ଦିଆଯାଇଥିଲା। ଏବେ ପୁଣି ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା। ସେ ସମସ୍ତଙ୍କୁ ଜଣାଇଥିଲେ। ହେଲେ ସରକାର ନିରବ ରହିଲେ। ଓଡ଼ିଶା ମହିଳାଙ୍କ ପାଇଁ ମୃତ୍ୟୁକୂପ ସାଜିଛି। ମାତ୍ର ପ୍ରଧାନମନ୍ତ୍ରୀ ମୋଦୀ ଆଦୌ ଚିନ୍ତିତ ନୁହନ୍ତି। ସାମାଜିକ ଗଣମାଧ୍ୟମରେ ଗୋଟେ ଧାଡ଼ି ବି ତାଙ୍କ ପାଇଁ ଲେଖିନାହାନ୍ତି। ରାଷ୍ଟ୍ରପତି ଚିନ୍ତା ପ୍ରକଟ କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ସାଂସଦ ଓ ବିଧାୟକ ସବୁ ଜାଣି ସୁଦ୍ଧା ଚୁପ ଥିଲେ। କିଛି କଲେନି। ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲେ। ଓଡ଼ିଶାର ୪୦ ହଜାର ମହିଳା ନିଖୋଜ। ଓଡ଼ିଶାରେ ନାରୀ ନିର୍ଯାତନା ମାମଲା ସାରା ଦେଶକୁ ଦୋହଲାଇ ଦେଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ଓଡ଼ିଶା ସମେତ ୯ଟି ବିଜେପି ଶାସିତ ରାଜ୍ୟରେ ମହିଳା ଅତ୍ୟାଚାର ବଢ଼ିଛି। ଓଡ଼ିଶାରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବାକୁ ଡରୁଛି। ରାଜନୈତିକ ହସ୍ତକ୍ଷେପ ବଢ଼ିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ରାଜ୍ୟ ସଭାପତି ମିନାକ୍ଷୀ ବାହିନୀପତି, ବିଧାୟିକା ସୋଫିଆ ଫିର୍ଦୋଷ, ମୁଖପାତ୍ର ମନୀଷା ଦାସପଟ୍ଟନାୟକ ଓ ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *