ମନୋରଞ୍ଜନରାଜ୍ୟସାହିତ୍ୟ

ସଂସ୍କୃତି ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଯୁବ ଲେଖକ ସମ୍ମିଳନୀ

ସଂସ୍କୃତି ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଯୁବ ଲେଖକ ସମ୍ମିଳନୀ

କଟକ ୧୨-୦୪-୨୦୨୫(ଏସ. ଏମ ) :  ଡ଼ିଆ ପକ୍ଷର ଏଗାରତମ ଦିବସରେ ଶୈଳବାଳା ମହିଳା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଯୁବ ଲେଖକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ। ପ୍ରଫେସର ବିଚିତ୍ରା ପାଣି, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, କଟକ ଜିଲ୍ଲା ସଂଯୋଜକ ଡଃ ଅନିରୁଦ୍ଧ ଖିଲାର, ସରକାର ଙ୍କ ଦ୍ଵାରା ମନୋନୀତ ସଦସ୍ୟ ଡଃ ଚିନ୍ମୟୀ ମହାପାତ୍ର, ଡଃ ପ୍ରଫୁଲ୍ଲ ସାହୁ ଓ ରାଜୀବ ଷଡଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଯୁବ ଲେଖକ ସମ୍ମିଳନୀ ରେ କଟକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ରୁ ଆସିଥିବା ଶତାଧିକ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଯୁବ କବି, ଗାଳ୍ପିକ ମାନଙ୍କର ଏକ ଅଭୂତପୂର୍ବ ସମାଗମ ହୋଇଥିଲା।ପୂର୍ବାହ୍ନ ରେ କଟକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ରୁ ମନୋନୀତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଂଯୋଜିକା ଡଃ ସଞ୍ଜୀତା ମିଶ୍ର ଙ୍କ ତତ୍ତ୍ଵାବଧାନରେ ଗଳ୍ପ, ପ୍ରବନ୍ଧ, କବିତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀମାନଙ୍କୁ ଅପରାହ୍ଣ ରେ ପୁରସ୍କୃତ କରାଯାଇଥିଲା।ଏହି ସମ୍ମିଳନୀରେ ବିଶିଷ୍ଟ ଗାଳ୍ପିକ ତରୁଣ କୁମାର ସାହୁ ଓ ଗୀତିକାର ମୋହିତ ଚକ୍ରବର୍ତ୍ତୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡଃ ବିକାଶ ଦାସ, ଡଃ ଚିତ୍ତରଞ୍ଜନ ପଣ୍ଡା, ସୁଶ୍ରୀ ସୁଜ୍ଞାନୀ, ଡଃ ନରେନ୍ଦ୍ର ଦାସ, ସ୍ଵର୍ଣ୍ଣ ବଳ, ଡଃ ମମତାରାଣୀ ସାହୁ, ଡଃ ପ୍ରୀତି ରାୟ, ଡଃ ଆକସ୍ମିକା ପଣ୍ଡା, ସରେଶ କୁମାର ନାୟକ, ସରସ୍ଵତୀ ମାଝୀ ଇତ୍ଯାଦି ସହଯୋଗ କରିଥିଲେ। ବକ୍ତାମାନେ ସରକାରଙ୍କ ଏଭଳି ଓଡିଆ ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।ଆସନ୍ତା କାଲି ଓଡ଼ିଆ ପକ୍ଷର ଦ୍ବାଦଶ ଦିବସରେ ଏହିଠାରେ ଓଡ଼ିଶାର ବରପୁତ୍ର ମାନଙ୍କ ଉପରେ ବିଶିଷ୍ଠ ସାହିତ୍ୟିକ ମାନଙ୍କ ଦ୍ଵାରା ଆଲୋଚନା କରାଯିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *