Healthଦେଶ- ବିଦେଶସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ସକ୍ରିୟ କୋଭିଡ୍ ମାମଲା ୬ ହଜାର ଟପିଲା

ସକ୍ରିୟ କୋଭିଡ୍ ମାମଲା ୬ ହଜାର ଟପିଲା

ସମଗ୍ର ଏସିଆରେ ଏବେ କରୋନା ସଂକ୍ରମଣ ବଢ଼ୁଛି। ଭାରତରେ ଆଜି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପିଛି

ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୬-୨୦୨୫(ଏସ .ଏମ ) : ମଗ୍ର ଏସିଆରେ ଏବେ କରୋନା ସଂକ୍ରମଣ ବଢ଼ୁଛି। ଭାରତରେ ଆଜି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପିଛି। କେରଳ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହୋଇଥିବାରୁ ସରକାର ହସ୍ପିଟାଲଗୁଡ଼ିକରେ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ କୋଭିଡ ମୁକାବିଲା ପାଇଁ ସମ୍ବଳର ଉପଲବ୍ଧତା ସୁନିଶ୍ଚିତ କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତିର ସମୀକ୍ଷା ପାଇଁ ବୈଷୟିକ କମିଟିର ଅନୁଷ୍ଠିତ ହୋଇଥିବା ବେଳେ ସ‌ର୍ଭେଲାନ୍ସ ଟିମ୍ ମାମଲା ଉପରେ ନଜର ଏବଂ ପଜିଟିଭ ନମୁନାର ଜିନୋମ ସିକ୍ୱେନ୍ସିଂ ଚାଲିଛି। ଗତ ୪୮ ଘଣ୍ଟାରେ ୮୦୦ରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଏହାକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ୭୬୯ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିବା ସହ ସକ୍ରିୟ କୋଭିଡ୍ ମାମଲା ୬ ହଜାର ଅତିକ୍ରମ କରିଯାଇଛି। କେରଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଗୁଜରାଟ, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ହସ୍ପିଟାଲଗୁଡ଼ିକରେ ମକ୍ ଡ୍ରିଲ୍ କରିବାକୁ ବାଧ୍ୟ ହୋଇଛନ୍ତି। ଅକ୍ସିଜେନ୍, ଭେଣ୍ଟିଲେଟର, ଆଇସୋଲେସନ୍ ବେଡ୍ ଏବଂ ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଗତ ୨୪ ଘଂଟାରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ବର୍ତ୍ତମାନର ଅଧିକାଂଶ ମାମଲା ସାମାନ୍ୟ ଏବଂ ଘରେ ରହି ସଂକ୍ରମିତମାନେ ଚିକିତ୍ସିତ ହେଉଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ୨୦୨୫ ଜାନୁଆରିରୁ ଦେଶରେ କୋଭିଡ୍ଜନିତ ମୋଟ ୬୫ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ମାତ୍ର ଦୁଇ ସପ୍ତାହ ତଳେ ମେ’ ୨୨ରେ ମାତ୍ର ୨୫୭ଟି ସକ୍ରିୟ ମାମଲା ରହିଥିଲା। ସ୍ଥିତି ଓ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା ପାଇଁ ଜୁନ୍ ୨ ଓ ୩ ତାରିଖରେ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡାକ୍ତର ସୁନୀତା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକାଧିକ ବୈଷୟିକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ବିପର୍ଯ୍ୟୟ ପରିଚାଳନା ସେଲ୍, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍), ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ଦିଲ୍ଲୀ ଏମ୍‌ସ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ସାମିଲ ହୋଇଥିଲେ। ରାଜ୍ୟ ଓ ଜିଲ୍ଲା ସର୍ଭେଲାନ୍ସ ଟିମ୍ ଇନଫ୍ଲୁଏଞ୍ଜା ଭଳି ରୋଗ (ଆଇଏଲ୍ଆଇ) ଏବଂ ସିଭିୟର ଆକ୍ୟୁଟ୍ ରେସ୍ପିରେଟୋରି ଇଲ୍‌ନେସ୍ (ଏସ୍‌ଆର୍‌ଆଇ) ରୋଗୀଙ୍କ ଉପରେ ନଜର ରଖିଛନ୍ତି। ଗାଇଡଲାଇନ ଅନୁଯାୟୀ, ଭର୍ତ୍ତି ହୋଇଥିବା ସମସ୍ତ ଏସ୍‌ଆରଆଇ ରୋଗୀଙ୍କ ପରୀକ୍ଷା କରାଯିବା ସହ ୫% ଆଇଏଲ୍‌ଆଇ ରୋଗୀଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *