ଜୀବନ ସଙ୍ଘର୍ଷମୟ …
ଜୀବନ ସଙ୍ଘର୍ଷମୟ …
ଜୀବନ ସର୍ବଦା ସଙ୍ଘର୍ଷମୟ, ସଙ୍ଘର୍ଷ ଦ୍ୱାରା ନିଜ ମଧ୍ୟ୍ୟରେ ଅସୀମ ଶକ୍ତି ଏବଂ ସାମର୍ଥ୍ୟର ନିର୍ମାଣ ହୋଇ ଥାଏ । ଜୀବନର ବିକାଶ ଏବଂ ଚମକ ଆସେ ପ୍ରତିକୂଳ ପରିସ୍ଥିତି ର ସମ୍ମୁଖୀନ ହେଵା ପାଇଁ ନୂଆ ସୁଯୋଗ ଏବଂ ସମ୍ଭାବନା ଖୋଜିବାକୁ ହୁଏ। କାର୍ଯ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ର ସମ୍ମୁଖୀନ ହେଵା ଦ୍ୱାରା ଜୀବନ ଶାଣିତ ଓ ଶକ୍ତି ଶାଳୀ ହୋଇ ଉଠେ । କଠୋର ପରିସ୍ଥିତି ଆମ ପରିକ୍ଷାର ସମୟ ଏହା ପ୍ରଯତ୍ନ, ପ୍ରଚେଷ୍ଟା କରିବାକୁ ପ୍ରେରଣା ଦିଏ । ପ୍ରତି ଯୋଗୀ ମନୋଭାବ ଆସେ ପ୍ରଚେଷ୍ଟା ଏବଂ ଉଦ୍ୟମ ଜୀବନରେ ସଫଳତା ଆଣି ଦିଏ । ସାଧାରଣ ଭାବେ ସରଳ, ଭଦ୍ର ଏବଂ ସାଧୁ ପୁରୁଷ କେବେ ଉତ୍ତାନ ଓ ପତନ ସୁଖ ଓ ଦୁଃଖ, ବିଜୟ ଓ ପରାଜୟ, ଜିତିବା ଏବଂ ହାରିବାର ଅନୁଭବ ନଥାଏ । ସହଜ ଜୀବନ ଯାପନ କରିଥିବା ବ୍ୟକ୍ତି କଷ୍ଟ ନିଜ ଅଙ୍ଗେ ନିଭାଇ ନ ଥାନ୍ତି । ଅନ୍ୟ ପକ୍ଷରେ ସେମାନେ କେବେ ଦୁନିଆକୁ କିଛି ନୂଆ ମଧ୍ୟ ଦେଇ ନ ଥାନ୍ତି ।ବଗିଚା ତିଆରି କରିବା ପୂର୍ବରୁ ସବୁ ଅନାବନା ଗଛ ସଫା କରାଯାଏ, ଜମିକୁ ଭଲ ଭାବରେ କର୍ଷଣ କରାଯାଏ। ଆକାଶ ରୁ ବର୍ଷା ହେଵା ବେଳେ ତା ସହିତ ବିଜୁଳି, ଘଡ଼ଘଡ଼ି, ପଵନ, କୁଆପଥର ପଡେ। ଭଲ ସହିତ ଖରାପ ମିଶି ଥାଏ ।ଜୀବନ କେବେ ବି ସହଜ ନୁହଁ, ସୁବିଧା ଜନକ ନୁହଁ, କେବଳ ସୁଖପ୍ରଦ ନୁହେଁ । କଷ୍ଟକର, ସଂଗ୍ରାମ ମୟ ଜୀବନ ହିଁ ଶ୍ରେଷ୍ଠତା ଆଣିଦିଏ । ସହଜ ଜୀବନ ଆଗକୁ ବଢ଼ିବାକୁ ଦିଏ ନାହିଁ, ବରଂ ଅଳସୁଆ କରେ । ଈଶ୍ୱର ଜାଣି ଶୁଣି ବ୍ୟକ୍ତିକୁ ଘସି ମାଜି, ନୂଆ ନୂଆ ଅନୁଭୂତି ଦେଇ, ବିଭିନ୍ନ ପରିକ୍ଷା ନିରୀକ୍ଷାର ସମ୍ମୁଖୀନ କରାଇ ସମୃଦ୍ଧ କରାଇ ଥାନ୍ତି। ତେଣୁ ସଂଘର୍ଷ ଜୀବନର ଅବ୍ୟସମ୍ଭାବି ଅଙ୍ଗ । କଷ୍ଟକର କାର୍ଯ୍ୟ ହାତକୁ ନେବା, ପ୍ରତିକୂଳ ପରିସ୍ଥିତି ର ସମ୍ମୁଖୀନ ହେଵା ଅନୁଭବ ଆମକୁ ସାହସ ଏବଂ ଆତ୍ମ ବିଶ୍ୱାସ ଭରିଦିଏ । ତେଣୁ ଜଟିଳ ସମସ୍ୟାକୁ ସ୍ୱାଗତ କରିବା ଦ୍ୱାରା ସଫଳତା ସହଜ ହୁଏ । ଏହି ପରୀକ୍ଷା ଦେବାର ସୁଯୋଗ ମିଳିଥିବାରୁ ଈଶ୍ୱରଙ୍କ ପାଖରେt ଆମେ ବରଂ କୃତଜ୍ଞତା ପ୍ରକାଶ କରିବା ଉଚିତ ।ତେବେ ଦୁଃଖ ଯନ୍ତ୍ରଣା ମଧ୍ୟରେ ମନକୁ ଖୁସିରେ ରଖିବା ଅଭ୍ୟାସ କରିବାକୁ ହୋଇଥାଏ । ନୃତ୍ୟ, ଗୀତ, ଖେଳିବା, ବୁଲିବ ଜୀବନକୁ ହାଲୁକା କରିଦିଏ । ଯାହା ମନକୁ ସୁଖ ଦିଏ, ଆନନ୍ଦ ଦିଏ, ଭଲ ଲାଗେ, ତାହା ନିଃସଙ୍କୋଚ ଭାବେ କରିବା ଉଚିତ ।ଏହା ଦ୍ୱାରା ମନ ସତେଜ ରହିବ । କଷ୍ଟକର କାର୍ଯ୍ୟକୁ ଆନନ୍ଦ ମହୋତ୍ସବ ର ରୂପ ଦେବାକୁ ପ୍ରୟାସ କରିବାକୁ ହୁଏ । ଜୀବନ ର ସୁନ୍ଦର ମୁହୂର୍ତ୍ତ ଗୁଡିକ ମନେ ପକାଇବା ଉଚିତ । ଟିକିଏ ମନ ଖୋଲି ହସିଵା ମନକୁ ହଲୁକା କରି ଦେବ । ଦୁର୍ଭାବନାରୁ ମୁକ୍ତି ମିଳିବ। ମନରେ ଆତ୍ମବଳ ଭରି ଦେବ । ନିଜ ମଧ୍ୟରେ ଆତ୍ମ ସମ୍ମାନ ଆଣି ଦେବ, ଆଶାର କିରଣ ଭରିଦେବ। କିଛି ଲୋକ ମନେ କରନ୍ତି, ସମସ୍ତେ ତାଙ୍କୁ ଭଲ ପାଆନ୍ତୁ, ସମ୍ମାନ ଦିଅନ୍ତୁ। ଏହା ବାସ୍ତବ ଧର୍ମୀ ନୁହେଁ । କିଛି ଲୋକ ବିରୋଧ କରିବେ, ଅପମାନିତ ଓ ହାତାଦର କରିବେ ତାହାକୁ ଗ୍ରହଣ କରି ଆତ୍ମସାତ କରି ଶିଖିବା ଉଚିତ । କଳ୍ପନା ମଧ୍ୟରେ ସଫଳତା ଦେଖିବା, ସ୍ୱପ୍ନରେ ଆଶା ଓ ବିଶ୍ୱାସ ଦେଖିବା ଦ୍ୱାରା, ଗନ୍ତବ୍ୟ ପଥ ସହଜ ହେବ । ନିଜ ଲକ୍ଷ୍ୟ ସ୍ଥାନରେ ପହଞ୍ଚି ହେବ । ଧ୍ୟାନ ମନକୁ ସ୍ଥିର ଓ ସଂଯତ କରିବାରେ ସମର୍ଥ ହୁଏ। ନିଷ୍ପତ୍ତି ନେବା କ୍ଷମତା ବଢ଼ି ଥାଏ । ସ୍ଥିର ଵୁଦ୍ଧି ରହିଥିବା ବ୍ୟକ୍ତି ନିଆଁ ରେ ଖେଳି ପାରିବା ର ଦୁଃସାହାସିକ ପଦକ୍ଷେପ ଗ୍ରହଣ କରି ପାରନ୍ତି । ଅନାୟାସରେ ଏକାଧିକ ସମସ୍ୟା ସମାଧାନ କରିବାରେ ସକ୍ଷମ ହୁଅନ୍ତି । ଚାଷୀ କହିବ ଠିକ ସମୟରେ ବର୍ଷା ହେବ, ଖରା ହେବ, ପ୍ରକୃତି ତାହାର ଇଛାରେ ଚାଲିବ, ତେବେ ଶେଷରେ ଅମଳ ବେଳେ ଧାନ ବଦଳ ରେ ଅଗାଡି ବାହାରିବ । ହଜାରେ ମଧ୍ୟରୁ ଗୋଟିଏ ମଞ୍ଜି ଗଛ ହେଵା ପାଇଁ ପୃଥିବୀ ଫଟାଇ ସଂଘର୍ଷ କରି ଜନ୍ମ ନିଏ । ଶିଶୁ ମା ପେଟରେ ସୁରକ୍ଷିତ ଥାଏ, ଭୂମିଷ୍ଟ ହେଵା ବେଳେ ନୂଆ ସଂସାର ରେ ପଵନ ପାଇଁ, ଖାଦ୍ୟ ପାଇଁ ସଂସାର ଫଟାଇ କାନ୍ଦେ । ସଂଘର୍ଷ ଦୁନିଆର ରୀତିନୀତି । ଆମେ ଯେତେବେଳେ ଜୀବନ ସଂଗ୍ରାମ କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିବା, ଆମେ ନିଜ ଅନ୍ତଃ ର୍ନିହିତ ଶକ୍ତିକୁ ସହଜରେ ଜାଗ୍ରତ କରି ପରିବା । ପ୍ରତି ସଙ୍ଘର୍ଷ, ପ୍ରତିଯୋଗିତା, ପ୍ରତିବନ୍ଧକ ଆମ ସାମର୍ଥ୍ୟକୁ ବୃଦ୍ଧି କରିବ । ଭୟ ଦୂର ହେବ, ଆତ୍ମ ବିଶ୍ୱାସ ବଢିବ ।