ସର୍ଟ ସର୍କିଟରୁ ଗୁଣପୁର ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ
ସର୍ଟ ସର୍କିଟରୁ ଗୁଣପୁର ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ
ରାୟଗଡ଼ା/ଭୁବନେଶ୍ୱର ୧୦-୦୫-୨୦୨୫ ( ଏସ.ଏମ ) : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସର୍ଟ ସର୍କିଟ ଯୋଗୁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛିI କମ୍ପ୍ୟୁଟର ବିଭାଗରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି ବୋଲି ପ୍ରାରମ୍ଭିକ ସୂଚନା ମିଳିଛି Iନିଆଁ ଲାଗିଥିବା ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛିI ନିଆଁ ଲାଗିବା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳି ନାହିଁI